ସ୍ତ୍ରୀଙ୍କର ସାଙ୍ଗର ବିବାହରେ ମହେନ୍ଦ୍ର ସିଂ ଧୋନି ଦେଖାଗଲେ ଷ୍ଟାଇଲିସ ଲୁକରେ, ଅଶ୍ୱିନଙ୍କ ସ୍ତ୍ରୀ ଦେଲେ ଏପରି ରିଆକ୍ସନ

ଟିମ ଇଣ୍ଡିଆର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ସୋସିଆଲ ମିଡିଆରେ କମ ଆକ୍ଟିଭ ରୁହନ୍ତି | କିନ୍ତୁ ତାଙ୍କ ସ୍ତ୍ରୀ ସାକ୍ଷୀ ଧୋନି ବହୁତ ଆକ୍ଟିଭ ରହିଥାନ୍ତି ଏବଂ ଧୋନିଙ୍କ ଅନେକ ଫଟୋ ସେୟାର କରିଥାନ୍ତି | ତେବେ କିଛି ସମୟ ଆଗରୁ ସାକ୍ଷୀ ଧୋନିଙ୍କ ସାଙ୍ଗଙ୍କ ବିବାହ ହୋଇଥିଲା, ଯେଉଁଠାରେ ଧୋନି ଖୁବ ମଜା ମସ୍ତି କଲେ | ବିବାହରେ ଧୋନି ଷ୍ଟାଇଲିସ ଲୁକରେ ଦେଖାଯାଉଥିଲେ | ସେ ଗୋଲଡେନ ରଙ୍ଗର କୁର୍ତ୍ତା ପାଇଜାମାରେ ଦେଖାଦେଇଥିଲେ | ଏହି ଫଟୋକୁ ସାକ୍ଷୀ ଧୋନି ସେୟାର କରିଛନ୍ତି | ଫଟୋରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ତ୍ରୀ ମଧ୍ୟ ରିଆକ୍ସନ ଦେଇଛନ୍ତି |

ଫଟୋରେ ଦେଖାଯାଉଛି ଯେ ଧୋନି ଏବଂ ସାକ୍ଷୀ ନିଜ ସାଙ୍ଗମାନଙ୍କ ସହ ଫଟୋ କ୍ଲିକ କରାଇଥିଲେ | ଫଟୋରେ ସେମାନଙ୍କ ବ୍ୟତୀତ ପୁର୍ନା ପଟେଲ ଏବଂ ସିଙ୍ଗର ଜସି ଗିଲ ଦେଖାଯାଉଛନ୍ତି | ଅଶ୍ୱିନଙ୍କ ସ୍ତ୍ରୀ ପ୍ରୀତି ମଧ୍ୟ ରିଆକ୍ସନ ଦେଇଛନ୍ତି | ସେ କମେଣ୍ଟ ସେକ୍ସନରେ ହାର୍ଟ ଫେସ ଥିବା ଇମୋଜୀ ସେୟାର କରିଛନ୍ତି |

କୁହାଯାଉଛି ଏମଏସ ଧୋନି ଏହି ବର୍ଷ ଆଇପିଏଲରେ ପୁଣି ଦେଖାଯିବେ | ଗତ ସିଜନରେ ତାଙ୍କ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ଗ୍ରୁପ ଷ୍ଟେଜରୁ ବାହାର ହୋଇଯାଇଥିଲେ | ଏହି ବର୍ଷ ମିନି ନିଲାମ ମଧ୍ୟ ହେବ |

ଚେନ୍ନାଇ ଅନେକ ଖେଳାଳିଙ୍କୁ ବାହାର କରିଛି | ଏଭଳି ପରିସ୍ଥିତିରେ ଏହି ନିଲାମରେ ସମସ୍ତଙ୍କ ନଜର CSK ଉପରେ ରହିଛି | ଏହି ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସରେ ନୂଆ ଖେଳାଳି ଦେଖିପାରିବେ | ବର୍ତ୍ତମାନ ଦେଖିବାକୁ ପଡ଼ିବ ଯେ ଏହି ନିଲାମରେ ଚେନ୍ନାଇ କେଉଁ ଖେଳାଳିଙ୍କ ଉପରେ ବାଜି ଲଗାଇବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *