ଆଇପିଏଲ 2021 ରେ ନୂଆ ରଙ୍ଗ ରୂପରେ ଦେଖାଯିବ କିଙ୍ଗସ ଇଲେଭେନ ପଞ୍ଜାବ, ଜାଣନ୍ତୁ କେଉଁ ନାମରେ ଏଥର ଖେଳିବ ରାହୁଲଙ୍କ ପଞ୍ଜାବ ଟିମ ?

ଆଇପିଏଲର 14 ତମ ସିଜିନରେ କିଙ୍ଗସ ଇଲେଭେନ ପଞ୍ଜାବ ଦଳ ବଦଳିବାର ନଜର ହେଉଛି କାରଣ ଫ୍ରାଞ୍ଚାଇଜ କିଙ୍ଗସ ଇଲେଭେନ ନାମ ବଦଳାଇ ପଞ୍ଜାବ କିଙ୍ଗସ କରିଦେଇଛି । ଏହାର ଅଧିକାରୀ ରୂପରେ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ବିସିସିଆଇର ଏକ ସୂତ୍ର ସମାଚାର ଏଜେନ୍ସି ପିଟିଆଇକୁ କହିଥିଲେ କି, ଦଳ ବହୁତ ପୂର୍ବରୁ ନାମ ବଦଳାଇବାକୁ ଚାହୁଁଥିଲା ଅନୁମାନ କରାଯାଉଛି ଏହି ଆଇପିଏଲ ପୂର୍ବରୁ ଏହା କରିବା ଠିକ ହେବ । ଏହା ଅଚାନକ ନିଆଯାଇଥିବା ଫଇସଲା ନୁହେଁ ।

ଏହି କିଙ୍ଗସ ଇଲେଭନେ ପଞ୍ଜାବ ଯାହାର ଓନର ମୋହିତ ବର୍ମନ, ନେସ ୱାଡ଼ିଆ, ପ୍ରୀତି ଜିଣ୍ଟା ଓ କରନ ପଲଙ୍କ ଏହିଦଳ ଏପର୍ଯ୍ୟନ୍ତ କୋୖଣସି ଟ୍ରଫି ନିଜ ନାମରେ କରିନାହିଁ । ଦଳ ଥରେ ଉପବିଜେତା ରହିଥିବା ସହ ଏକବାର ତୃତୀୟ ସ୍ଥାନରେ ରହିଥିଲା । ଜଣାଇଦେଉଛୁ କି, ଫେବୃଆରୀ 18 ତାରିଖରେ ଆଇପିଏଲ 2021 ପାଇଁ ନିଲାମ ପ୍ରଣାଳୀ ଆରମ୍ଭ ହେବ । ଏହାପୂର୍ବରୁ ଫ୍ରାଞ୍ଚାଇଜ ଟିମର ନାମ ବଦଳାଇଦେଲେ । ଏହିଥର ନିଲାମରେ 292 ଖେଳାଳିଙ୍କ ନିଲାମୀ ହେବ । 292 ଖେଳାଳି ମାନଙ୍କ ମଧ୍ୟରୁ 164 ଭାରତୀୟ ଓ 128 ବିଦେଶୀ ଖେଳାଳି ରହିଛନ୍ତି । ଏହି 128 ବିଦେଶୀ ଖେଳାଳି ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଖେଳାଳି ଅଷ୍ଟ୍ରେଲିଆର ଅଟନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *