ଭାରତ ବନାମ ଇଂଲଣ୍ଡ : ପିଚକୁ ନେଇ ଆଲୋଚନା କରୁଥିବା ମାଇକେଲ ୱାନ ଓ କେଭିନ ପିଟରସନଙ୍କୁ ଉଚିତ ବୟାନ ଦେଲେ ମହମଦ କେଫ,ଅଶ୍ୱିନୀ ଠାରେ ଆସିକି ଟ୍ୟୁସନ ହୁଅ..

ଭରତୀୟ କ୍ରିକେଟ ଟିମ ଚେନ୍ନାଇରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଇଂଲଣ୍ଡ ସାମ୍ନାରେ 482 ରନର ପାହାଡ଼ ଭଳି ଲକ୍ଷ୍ୟ ରଖିଛନ୍ତି । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭ୍ରମଣକାରୀ ଦଳ ଇଂଲଣ୍ଡ 53 ରେ ନିଜର 3 ଉଇକେଟ ହରାଇଥିଲା । ଇଂଲଣ୍ଡ ଦଳକୁ ଜିତିବାକୁ ହେଲେ ଆଉ 429 ରନ ଆବଶ୍ୟକ ଯେବେକି ହାତରେ ଆଉ ମାତ୍ର 7 ଟି ଉଇକେଟ ରହିଛି ।

ତୃତୀୟ ଦିନରେ ଭାରତୀୟ ଦଳର ରବିଚନ୍ଦ୍ରନ ଅଶ୍ୱିନ ଧମାକାଦାର ଶତକ ହାସଲ କରିଥିଲେ । ଭାରତୀୟ ଦଳର ଦ୍ଵିତୀୟ ପାଳିରେ ଯେତେବେଳେ ବ୍ୟାଟ୍ସମ୍ୟାନ ମାନେ ରନ କରିବାରେ ଅସମର୍ଥ ହେଉଥିଲେ ସେତେବେଳେ ରବିଚନ୍ଦ୍ରନ ଅଶ୍ୱିନ ଶତକ ମାରି ଆଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଯେଉଁମାନେ କି, ପିଚ କୁ ନେଇ ପ୍ରଶ୍ନ ଉଠାଉଥିଲେ ।

କେଫ ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଥିଲେ, କଣ ଆପଣ ସ୍ପିନ ଫ୍ରେଣ୍ଡଲି କଣ୍ଡିସନରେ ବ୍ୟାଟିଂ ଓ ବୋଲିଂର କ୍ରାଶ କୋର୍ସ କରିବାକୁ ଚାହଁନ୍ତି କି ? ତାହେଲେ ଅଶ୍ୱିନ ସାର ଙ୍କ ଠାରୁ ନିଅନ୍ତୁ । ଟ୍ୟୁସନ ତାମିଲ, ହିନ୍ଦୀ ଓ ଇଂଲିଶରେ ଉପଲବ୍ଧ ରହିଛି । ଏହି ସିରିଜ ପରେ କୋର୍ସ ଆରମ୍ଭ ହେବ, ସେମାନଙ୍କ ପାଇଁ ଏହା ଫ୍ରି ରହିବ ଯେଉଁମାନେ ଶିଖିବା ପାଇଁ ଚାହୁଁଛନ୍ତି ଓ ବାହାନା କରିବାକୁ ଚାହୁଁନାହାଁନ୍ତି ।

ଇଂଲଣ୍ଡର ପୂର୍ବ ଅଧିନାୟକ ମଇକେଲ ୱାନ ଓ କେଭିନ ପିଟରସନ ପିଚର ଆଲୋଚନା କରିଥିଲେ । ଭାରତୀୟ କ୍ରିକେଟ ଦଳର ପୂର୍ବ ବ୍ୟାଟ୍ସମ୍ୟାନ ମହମ୍ମଦ କେଫ ଏହିଭଳି କଣ୍ଡିସନରେ ଖେଳାଯାଇଥିବା ଅଶ୍ୱିନଙ୍କ ପାଳିକୁ ପ୍ରଶଂସା କରି ଇଂଲଣ୍ଡର ଫେମସ ବ୍ୟକ୍ତିଙ୍କ ଉପରେ କଟାକ୍ଷ କରିଛନ୍ତି ।

ଅଶ୍ୱିନ ଏହି ଶତକ ସହିତ ନିଜ କ୍ୟାରିଅରର ଟେଷ୍ଟ କ୍ରିକେଟରେ ପାଞ୍ଚଟି ଶତକ ମାରିଲେ । ଅଶ୍ୱିନଙ୍କ ଶତକୀୟ ପାଳିର ଦମରେ ଭାରତ ଦ୍ଵିତୀୟ ପାଳିରେ 286 ରନ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *