ପିଲାମାନେ ଯଦି ଶୁଣାଇବେ ଦୋହା, ତେବେ ଏହି ପେଟ୍ରୋଲ ପମ୍ପରେ ମିଳିବ ମାଗଣାରେ ପେଟ୍ରୋଲ,ଜାଣନ୍ତୁ ପୁରା ଖବର

ଡିଜେଲ-ପେଟ୍ରୋଲର ମୂଲ୍ୟ ଖାଲି ବଢ଼ିବାରେ ଲାଗିଛି | କିଛି ରାଜ୍ୟରେ ତ ପ୍ରିମିୟମ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ମଧ୍ୟ ଅତିକ୍ରମ କରିଛି | ଏଭଳି ପରିସ୍ଥିତିରେ ଦକ୍ଷିଣ ଭାରତର ଏକ ପେଟ୍ରୋଲ ପମ୍ପ ନିଜ ଗ୍ରାହକଙ୍କୁ ୧ ଲିଟର ପେଟ୍ରୋଲ ମାଗଣାରେ ଦେଉଛି ! ବିଶ୍ୱାସ ହେଉନାହିଁ ନା ? କିନ୍ତୁ ଏହା ସତ ଅଟେ | ମାମଲାଟି ତାମିଲନାଡୁର କରୁର ସହରର ଅଟେ | ଯେଉଁଠାରେ ନାଗପମ୍ପଲିରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପର ମାଲିକ ନିଜ ଗ୍ରାହକଙ୍କୁ ଏକ ନିଆରା ଅଫର ଦେଉଛନ୍ତି | ଏହି ଅଫର ଅନୁଯାୟୀ, ଯଦି ଗ୍ରାହକଙ୍କ ପିଲାମାନେ ତିରୁକ୍କୁରଲ(ତାମିଲ ଶାସ୍ତ୍ରୀୟ ଗ୍ରନ୍ଥ) ର ୨୦ ଟି ଦୋହା ଶୁଣାଇବେ, ତେବେ ପମ୍ପ ସେମାନଙ୍କୁ ୧ ଲିଟର ପେଟ୍ରୋଲ ଏବଂ ୧୦ଟି ଦୋହା ଶୁଣାଇଲେ ଅଧା ଲିଟର ପେଟ୍ରୋଲ ମାଗଣାରେ ହିଁ ଦେବ |

ଏପ୍ରିଲ ଶେଷ ପର୍ଯ୍ୟନ୍ତ ଚାଲିବ ଏହି ଅଫର :-

ଗତ ମାସରେ ‘ତିରୁଭଲ୍ଲୁଭର ଦିବସ’ ଅବସରରେ ପେଟ୍ରୋଲ ପମ୍ପ ଏହି ଅଫରକୁ ଆରମ୍ଭ କରିଥିଲା, ଯାହା ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଚାଲିବ | ଏହି ଅଫର ପ୍ରଥମରୁ ନେଇ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ଅଟେ | ଆଉ ହଁ, ଏହି ଛାତ୍ରମାନେ ସେମାନଙ୍କ ବାପାମାଙ୍କ ସହ ଆସିବା ଜରୁରୀ ଅଟେ | ଏହାସହିତ ପିଲାମାନେ ସେହି ଦୋହଗୁଡିକୁ ଲେଖିକି ମଧ୍ୟ ଦେବାକୁ ପଡିବ, ଯାହାକୁ ସେମାନେ ଶୁଣାଇବାକୁ ଚାହୁଁଛନ୍ତି | ପିଲା ଅନେକଥର ଏହି ଅଫରର ଲାଭ ଉଠାଇପାରିବେ | ସର୍ତ୍ତ ଅନୁଯାୟୀ ତାକୁ ପ୍ରତ୍ୟେକ ଥର ନୂଆ ଦୋହା ଶୁଣାଇବାକୁ ପଡିବ |

କ’ଣ ରହିଛି ଏହି ଅଫରର ଉଦ୍ଦେଶ୍ୟ ?

ଏହି ଅନନ୍ୟ ଆଇଡ଼ିଆ ପେଟ୍ରୋଲ ପମ୍ପର ମାଲିକ ତଥା ବଳଲୁବର କଲେଜ ଅଫ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟର ସଭାପତି କେ. ସେନଗୁଟୁଭାନଙ୍କର ଅଟେ | ଏହି ଅଫର ଦ୍ୱାରା ସେମାନଙ୍କ ଉଦ୍ଦେଶ୍ୟ ସ୍ଟୁଡେଣ୍ଟସଙ୍କୁ ତିରୁକ୍କୁରଲ ପଢିବାପାଇଁ ଉତ୍ସାହିତ କରିବା | ତାଙ୍କ କହିବାନୁସାରେ, ଗୁରୁବାର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ୧୪୭ ଜଣ ଛାତ୍ର ଭାଗ ନେଇଛନ୍ତି | କୁହାଯାଉଛି ଯେ ତିରୁକ୍କୁରଲ କବି-ସନ୍ଥ ତିରୁଭଲ୍ଲୁଭରଙ୍କର ଏକ ଉତ୍କୃଷ୍ଟ ରଚନା ଅଟେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *