ଏହି ୭ ଜଣ ସାଙ୍ଗ ୮୦ଟଙ୍କା ଉଧାର କରି ଆରମ୍ଭ କରିଥିଲେ “ଲିଜ୍ଜତ” ପାପଡ ବନାଇବା କାମ,ଆଜି କୋଟି କୋଟି ଟଙ୍କାର ହେଉଛି ବିଜନେସ,ଜାଣନ୍ତୁ କେମିତି ଥିଲା ସେମାନଙ୍କର ସଫଳତାର ଯାତ୍ରା ?

ଲିଜ୍ଜତ ପାପଡ ସମସ୍ତଙ୍କ ପରିଚିତ|ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ପାପଡ ମାତ୍ରେ ଲିଜ୍ଜତ ପାପଡ କିଣିଥାନ୍ତି|ଘରରେ ଅତିଥିମାନଙ୍କ ଖାଇବା, କୈାଣସି ପର୍ବପର୍ବାଣୀ ଅବସରରେ ଏହି ପାପଡ ସ୍ୱାଦିଷ୍ଟ ଓ ସମସ୍ତଙ୍କ ଭୋକ ବଢାଇଥାଏ|ସବୁବେଳେ ଏହା ହୋଇଥାଏ ଯେ ଆରମ୍ଭରେ ସମସ୍ତ କମ୍ପାନୀ ଭଲ ଦେଇଥାନ୍ତି କିନ୍ତୁ ସମୟ ସହ ତାଙ୍କର କ୍ୱଲିଟି କମିଯାଏ କିନ୍ତୁ ଲିଜ୍ଜତ ପାପଡ ଏବେବି ଏହାର କ୍ୱଲିଟି ଓ ଲୋକପ୍ରିୟତା ବଜାୟ ରଖିଛନ୍ତି|

୧୯୫୯ ମସିହାରେ ୭ ସାଙ୍ଗଙ୍କ ସହ ମିଶିକି ଲିଜ୍ଜତ ପାପଡ ବନାଇବା କାମ ଆରମ୍ଭ କରିଥିଲେ|ଏହି ସାଙ୍ଗମାନେ ମଧ୍ୟ କଳ୍ପନା କରିନଥିଲେ ଯେ ତାଙ୍କ ପରିଶ୍ରମ ଦ୍ବାରା ପ୍ରସ୍ତୁତ ଏହି ପାପଡ ଏତେ ପ୍ରସିଦ୍ଧ ହେବ ଓ ପ୍ରେରଣାଦାୟୀ ହେବ|ମୁମ୍ବାଇର ରହୁଥିବା ଜସବନ୍ତୀ ଵେନ ତଥା ୬ ସାଙ୍ଗ ପାର୍ବତୀ ବେନ ରାମଦାସ ଠେଦାନୀ,ଉଜମଵେନ ନରାନଦାସ କୁଣ୍ଡଳିୟା,ବାନୁଵେନ ତନ୍ନା,ଲାଗୁବେନ ଅମୃତଲାଲ ଗୋକାନି,ଜୟାବେନ ବିଠଲାନି ସହ ମିଶି ଘରୁ ପାପଡ ବନାଇବା କାମ ଆରମ୍ଭ କରିଥିଲେ|ଏହା ସହ ଅନ୍ୟ ଜଣେ ମହିଳାଙ୍କୁ ପାପଡ ବିକ୍ରି ଦାୟିତ୍ଵ ଦିଆଗଲା|

ଯେଉଁ ସାତ ଜଣ ସାଙ୍ଗଙ୍କ ନାମ କହିଲି ସେମାନେ କୈାଣସି ଵଡ ବେପାର କରିବା ଲକ୍ଷ୍ୟରେ ପାପଡ ବନାଇନଥିଲେ,ସେ କେବଳ ନିଜର ଘର ଚଳାଇବାକୁ ପଇସା ଆବଶ୍ୟକ ଥିବାରୁ ପାପଡ ବିକିବା ନିଷ୍ପତ୍ତି ନେଇଥିଲେ|କିନ୍ତୁ ଏହି ମହିଳାଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ଥିଲା ଓ ସମସ୍ୟା ଥିଲା ଯେ କିପରି ପାପଡ ବନେଇବେ କାରଣ ଏହା ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ ଓ ଉପକରଣ ପାଇଁ ପଇସା ମଧ୍ୟ ନଥିଲା|ତେଣୁ ଏମାନେ ସର୍ଭେଣ୍ଟ ଅଫ ଇଣ୍ଡିଆ ସୋସାଇଟିର ଅଧକ୍ଷ ଓ ସାମାଜିକ କର୍ମକର୍ତ୍ତା ଛଗନଲାଲ ପାରେଖଙ୍କ ଠାରୁ ୮୦ ଟଙ୍କା ଧାର ନେଇଥିଲେ|

ଏମାନେ ଯେଉଁ ୮୦ ଟଙ୍କା ଧାର କରିଥିଲେ, ସେମାନେ ପାପଡ ବନାଇବାକୁ ଏକ ମେସିନ କିଣିଲେ ଓ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ୪ ପ୍ୟାକେଟ ବନେଇ ଦୋକାନରେ ବିକିଥିଲେ|ପୁଣି ଦୋକାନୀ ପାପଡ ବନାଇବାକୁ କହିଥିଲେ|ଏହି ପ୍ରକାରରେ ତାଙ୍କ ପାପଡର ଡିମାଣ୍ଡ ଵଢିଥିଲା ଓ ଲିଜ୍ଜତ ପାପଡ ସମସଙ୍କ ଲୋକପ୍ରିୟ ହୋଇଥିଲା|ଛଗନଲାଲ ଏମାନଙ୍କୁ ପାପଡର ବ୍ରାଣ୍ଡିଙ୍ଗ ଓ ମାର୍କେଟିଙ୍ଗ ବିଷୟରେ କହିଥିଲେ|

୧୯୬୨ ମସିହାରେ ଏହି ପାପଡ ବନାଉଥିବା ସଂସ୍ଥାର ନାମ ‘ଶ୍ରୀ ମହିଳା ଗୃହ ଉଦ୍ୟୋଗ ଲିଜ୍ଜତ ପାପଡ’ ରଖାଯାଇଥିଲା|୨୦୦୨ ମସିହାରେ କମ୍ପାନୀର ଟର୍ନ ଓଭର ୧୦କୋଟି ଥିଲାବେଳେ,ଏବେ ବର୍ତ୍ତମାନ କେବଳ ୬୦ରୁ ଉର୍ଦ୍ଧ୍ବ ବ୍ରାଞ୍ଚ ସହ ୪୫୦୦୦ହଜାର ମହିଳାଙ୍କୁ ରୋଜଗାର ଦେଉଛି|ଯେଉଁ ମହିଳାମାନେ ୮୦ ଟଙ୍କାରେ ବ୍ୟାପାର ଆରମ୍ଭ କରିଥିଲେ,ତାହା ଆଜି ୧୬୦୦ କୋଟି ଟଙ୍କାର ବଡ ବ୍ୟବସାୟରେ ପରିଣତ ହୋଇଛି|ଏହାକୁ ପ୍ରେରିତ ହୋଇ ବହୁତ ମହିଳା ଏବେ ଗୃହଉଦ୍ୟୋଗ କରୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *