୧୪୦ କିଲୋ ଓଜନର ଏହି ସ୍ପିନର କଲେ ଚମତ୍କାର ବୋଲିଙ୍ଗ,୯ ଉଇକେଟ ନେଇ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ କଲେ ଚିତପଟାଙ୍ଗ

ୱେଷ୍ଟଇଣ୍ଡିଜର 140 କିଲୋ ଓଜନ ଓ ସାଢ଼େ ଛଅଫୁଟ ଉଚ୍ଚତା ବିଶିଷ୍ଟ ଖେଳାଳି କର୍ଣୱାଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏହିଥର ସେ ନିଜର ଫିରକି ବୋଲିଂରେ ବାଂଲାଦେଶୀ ଖେଳାଳିଙ୍କର ଶିକାର କରିଛନ୍ତି ।

ବାଂଲାଦେଶର ଢାକାରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ କର୍ଣୱାଲ ଉଭୟ ପାଳିରେ ମୋଟ 9ଟି ଉଇକେଟ ନେଲେ । ପ୍ରଥମ ପାଳିରେ ସେ 74 ରନ ଦେଇ 5 ଉଇକେଟ ନେଇଥିଲେ । ସେହିପରି ଦ୍ଵିତୀୟ ପାଳିରେ ଏହି ବାମହାତୀ ଅଫ ବ୍ରେକ ସ୍ପିନର 105 ରନ ଦେଇ 4ଟି ଉଇକେଟ ନେଇଥିଲେ ।

କର୍ଣୱାଲଙ୍କ ଶାନଦାର ବୋଲିଂ ପାଇଁ ୱେଷ୍ଟଇଣ୍ଡିଜ ବାଂଲାଦେଶକୁ 17 ରନରେ ହରାଇ 2-0 ରେ ସିରିଜ ହାତେଇଛି । ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବାଂଲାଦେଶକୁ ତିନି ଉଇକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଥିଲା ।

ଛଅ ଫୁଟ ଛଅ ଇଞ୍ଚର ଏହି ଖେଳାଳି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଓଜନଦାର ଖେଳାଳି ଅଟନ୍ତି । ଏନ୍ଟିଗାରେ ଜନ୍ମଲାଭ କରିଥିବା ଏହି ଖେଳାଳି ଜଣେ ଶାନଦାର ଅଲରାଉଣ୍ଡର ଅଟନ୍ତି।

ୱେଷ୍ଟଇଣ୍ଡିଜର 28 ବର୍ଷୀୟ ଏହି ଅଲରାଉଣ୍ଡରଙ୍କ ଉଚ୍ଚତା ଓ ଓଜନକୁ ଦେଖି ତାଙ୍କୁ ୱେଷ୍ଟଇଣ୍ଡିଜ କ୍ରିକେଟର ମାଉଣ୍ଟେନ ମ୍ୟାନ କୁହାଯାଇଥାଏ । କର୍ଣୱାଲ ୱେଷ୍ଟଇଣ୍ଡିଜ ପାଇଁ ଏପର୍ଯ୍ୟନ୍ତ ପାଞ୍ଚଟି ଟେଷ୍ଟ ମ୍ୟାଚରୁ 27 ଉଇକେଟ ନେଇସାରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *