SBI ନିଜର ୪୦ କୋଟି ଗ୍ରାହକଙ୍କୁ ଦେଲା ଚେତାବନୀ ! ଏହି ଆପକୁ ଡାଉନଲୋଡ଼ କଲେ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ସତର୍କ କରାଇଦେଇଛି ଓ ଇଂଷ୍ଟାଣ୍ଟ ଲୋନ ଦେବାପାଇଁ ଦାବି କରୁଥିବା ଆପ ଗୁଡିକୁ ଇଂଷ୍ଟଲ ନକରିବାପାଇଁ ବ୍ୟାଙ୍କ କହିଛି। ଏସବିଆଇ ପକ୍ଷରୁ କୁହାଯାଇଛି ଯଦି ଏହି ଆପ କେହିବି ଡାଉନଲୋଡ଼ କରନ୍ତି ତାହେଲେ ତାଙ୍କ ଆକାଉଣ୍ଟ ଖାଲି ହେବାକୁ ବହୁତ ସମୟ ଲାଗିବନାହିଁ ।

5 ମିନିଟରେ 2 ଲକ୍ଷ ଟଙ୍କାର ଲୋନ ଦାବି :-

ଏସବିଆଇ କହିଛି, ଗ୍ରାହକଙ୍କୁ ମେସେଜ ମିଳୁଛି ଯେଉଁଥିରେ କୁହାଯାଉଛି କି, ତାଙ୍କୁ କେବଳ ପାଞ୍ଚ ମିନିଟ ଭିତରେ 2 ଲକ୍ଷ ଟଙ୍କାର ଲୋନ ଦିଆଯିବ ଓ ତାଙ୍କୁ ବାସ କେବଳ ଗୋଟିଏ ଲିଙ୍କ ଉପରେ କ୍ଲିକ କରିବାକୁ ହେବ । ଏସବିଆଇ କହିଛି, ଏହିପରି ଆପ ମାନଙ୍କୁ ନିଜର ଡିଟେଲସ ଦିଅନ୍ତୁନାହିଁ ।

ସମାନ୍ୟରୁ ଅଧିକ ସୁଧ :-

ଏସବିଆଇ କହିଛି, ଯେଉଁଭଳି ଆପ ମାତ୍ର 2 ମିନିଟରେ ଆପଣଙ୍କୁ ଲୋନ ଦେବାକୁ କହୁଛି ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ । ଏମିତିରେ ତ ଲୋକମାନେ ଲୋନ ନିଅନ୍ତି କିନ୍ତୁ ସୁଧ ପୈଠ କଲାବେଳେ ବହୁତ ଟଙ୍କା ଦେବାକୁ ପଡିଥାଏ । ଏହାପରେ ଲୋକଙ୍କୁ ବହୁତ କରଜ କରିବାକୁ ପଡିଥାଏ କାରଣ ତାଙ୍କୁ ଏହା ଭରଣ କରିବାକୁ ଥାଏ । କେବେକେବେ ଲୋକଙ୍କ ପାଖକୁ ମଧ୍ୟ କଲ ଆସିଥାଏ ।

ଏସବିଆଇ ଗାଇଡ଼ଲାଇନ :-

ଯାହା ଅଫର ଆସୁଛି ତାହା ପୂର୍ବରୁ ନିୟମ ଓ ସର୍ତ୍ତକୁ ଚେକ କରନ୍ତୁ । କୌଣସି ସନ୍ଦିଗ୍ଧ ଲିଙ୍କକୁ କ୍ଲିକ କରିବାରୁ ବଞ୍ଚନ୍ତୁ । କୌଣସି ଆପକୁ ଡାଉନଲୋଡ଼ କରିବା ପୂର୍ବରୁ ତାହାର ବିଶ୍ୱାସନୀୟତାକୁ ଚେକ କରନ୍ତୁ ।

RBI ମଧ୍ୟ ଦେଇଛି ଚେତାବନୀ :-

ବ୍ୟାଙ୍କ ଓ ବିତ୍ତୀୟ ବ୍ୟାଙ୍କ ଯେଉଁ ଗୁଡିକ ଆରବିଆଇ ସହିତ ରେଜିଷ୍ଟର୍ଡ଼ ରହିଛନ୍ତି ସେମାନେ ବିଭିନ୍ନ ଲୋନ ସହାୟତା କରିପାରିବେ ।

ବିଗତ ମାସରେ ଆରବିଆଇ ବ୍ୟକ୍ତି ଓ ଛୋଟ ଉଦ୍ୟୋଗପତିଙ୍କୁ ୱାର୍ନିଙ୍ଗ ଦେଇଥିଲା । ଏସବିଆଇ କହିଥିଲା କୌଣସି ପ୍ରକାର ଅନାଧିକୃତ ଡିଜିଟାଲ ପ୍ଲାଟଫର୍ମକୁ ଆସି ଧୋକାଧାଡ଼ିର ଶିକାର ହୁଅନ୍ତୁନାହିଁ ।

ଆରବିଆଇ କହିଛନ୍ତି, ଏହାଠାରୁ ଦୁରେଇ ରୁହନ୍ତୁ କାରଣ ଏମାନେ ଲୋନ ଦେଇ ଆପଣଙ୍କ ଠାରୁ ଅଧିକ ଲୋନ ର ସୁଧ ନେଇଥାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *