ସପ୍ତାହର ପ୍ରଥମ ଦିନଠାରୁ ବଢ଼ିଲା ଏଲପିଜି ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ ଦାମ

ଦେଶବାସୀଙ୍କୁ ଏହି ସପ୍ତାହର ପ୍ରଥମ ଦିନରୁ ମହଙ୍ଗାର ଜବରଦସ୍ତ ଚୋଟ ପଡ଼ିଛି|ଏଲପିଜି ସିଲିଣ୍ଡରର ଦାମ ୫୦ଟଙ୍କା ବଢିଯାଇଛି, ପେଟ୍ରୋଲ-ଡିଜେଲର ଦାମ୍ ୨୬ପଇସା ଲିଟର ପ୍ରତି ବୃଦ୍ଧି ପାଇଛି|

ଏହି ଦରବୃଦ୍ଧି ସହ ଏବେ ବିନା ସବସିଡି ଯୁକ୍ତ ୧୪.୨ କିଲୋ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୭୯ ଟଙ୍କା ହୋଇଯାଇଛି|ଏହା ପୂର୍ବରୁ ୭୧୯ ଟଙ୍କା ଥିଲା|ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଗଲାଣି|ଦିଲ୍ଲୀରେ ପେଟ୍ରୋଲର ଦାମ ୮୯ଟଙ୍କା ପ୍ରତି ଲିଟର ପହଞ୍ଚିଲାଣି|

ଅନ୍ୟ ପକ୍ଷରେ ପେଟ୍ରୋଲ-ଡିଜେଲର ଦାମ ପୂର୍ବ ଏକ ସପ୍ତାହରୁ ଲଗାତାର ବଢୁଛି|ସୋମବାର ମଧ୍ୟ ଦିଲ୍ଲୀରେ ପେଟ୍ରୋଲ-ଡିଜେଲ ଦାମ ୨୬ ପଇସା ପ୍ରତି ବଢ଼ିଛି|ଦିଲ୍ଲୀରେ ପେଟ୍ରୋଲର ଦାମ ୮୯ଟଙ୍କା ପ୍ରତି ଲିଟର ପହଞ୍ଚି ଗଲାଣି|ଏତିକି ନୁହେଁ ଦେଶର ବହୁତ ସହରରେ ପେଟ୍ରୋଲ ଦର ୧୦୦ପାର କଲାଣି|

କଚ୍ଚା ତେଲର ମୂଲ୍ୟ ଲଗାତାର ମଜବୁତ ହେଉଛି|ଯଦିଓ ଭାରତରେ ପେଟ୍ରୋଲିୟମର ମୂଲ୍ୟ ଭାରତୀୟ ବାସ୍କେଟରେ ଆସୁଥିବା କଚ୍ଚା ତେଲ ଉପରେ ନିର୍ଭର କରେ,ଏହା ଉପରେ ଦାମର ମୂଲ୍ୟ ୨୦ ରୁ ୨୫ ଦିନ ପରେ ଦେଖାଯାଏ|

ଏହି ବଢୋତ୍ରୀ ପରେ ଦିଲ୍ଲୀରେ ପେଟ୍ରୋଲ ଦର ୮୮.୯୯ ଟଙ୍କା ଓ ଡିଜେଲ୍ ୭୯.୩୫ଟଙ୍କା ପ୍ରତି ଲିଟର ହୋଇଛି|ଏହି ପ୍ରକାରରେ ମୁମ୍ବାଇରେ ପେଟ୍ରୋଲ ଦର ୯୫.୪୬ଟଙ୍କା ଓ ଡିଜେଲ ୮୬.୩୪ଟଙ୍କା , ଚେନ୍ନାଇରେ ପେଟ୍ରୋଲ ଦର ୯୧.୧୯ ଟଙ୍କା ଓ ଡିଜେଲ ୮୪.୪୪ଟଙ୍କା ଲିଟର ପିଛା ଓ‌ କୋଲକାତାରେ ପେଟ୍ରୋଲର ମୂଲ୍ୟ ୯୦.୨୫ ଟଙ୍କା ଓ ଡିଜେଲ ୮୨.୯୪ ଟଙ୍କା ଲିଟର ପିଛା ରହିଛି|

ଏହି ସମୟରେ ପାଖାପାଖି ସମସ୍ତ ସହରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ଉଚ୍ଚ ରହିଛି|ବହୁ ସହରରେ ପେଟ୍ରୋଲ ଦାମ ୯୫ଟଙ୍କା ପାର ହୋଇଯାଇଛି|ପୂର୍ବ ୧ ବର୍ଷ ମଧ୍ୟରେ ପେଟ୍ରୋଲରେ ପାଖାପାଖି ୧୮ଟଙ୍କା ଲିଟର ପ୍ରତି ବୃଦ୍ଧି ପାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *