ଆସନ୍ତା କାଲିଠାରୁ ରାଜ୍ୟରେ ହେବ ବର୍ଷା,୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ,ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସ୍ଥିତି..

ଆସନ୍ତାକାଲିଠାରୁ ରାଜ୍ୟରେ ପାଣିପାଗର ପରିବର୍ତ୍ତନ ଦେଖାଯିବ। ପାଣିପାଗ ବିଭାଗଙ୍କ ଆକଳନ ଅନୁସାରେ, ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ହେବାର ଆଶଙ୍କା ରହିଛି। ରାଜ୍ୟରେ ଆସନ୍ତାକାଲି ଠାରୁ ବରଗଡ଼, ସୁନ୍ଦରଗଡ଼,ଦେବଗଡ଼,ନୂଆପଡ଼ା,ସମ୍ବଲପୁର ଆଦି କିଛି ସ୍ଥାନରେ ସ୍ୱଳ୍ପ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୧୭ ତାରିଖରେ ଅନୁଗୁଳ,ଗଞ୍ଜାମ,ଗଜପତି,ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,ଯାଜପୁର,ବାଲେଶ୍ଵର,ଭଦ୍ରକ ସହିତ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ମାତ୍ରାରେ ବର୍ଷାର ପ୍ରଭାବ ଦେଖାଯିବ। ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଘୋଷଣା କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ, ୧୭ ତାରିଖ ଦିନ ବୌଦ୍ଧ,ସୋନପୁର,ବଲାଙ୍ଗିର,ଅନୁଗୁଳ,ଗଜପତି,ଗଂଜାମ,କନ୍ଧମାଳ,ରାୟଗଡ଼ା,କଳାହାଣ୍ଡି,ମୟୂରଭଞ୍ଜ,କେନ୍ଦୁଝର, ବାଲେଶ୍ୱର,ଭଦ୍ରକ,ଯାଜପୁର,ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଘୋଷଣା କରାଯାଇଛି।

ଏହିସବୁ ଜିଲ୍ଲା ମଧ୍ୟରେ କେବଳ ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ରାଜ୍ୟରେ ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *