ଭାରତୀୟ ଦଳ ପାଇଁ ଚିନ୍ତାର କାରଣ, ଜାଣନ୍ତୁ ଆଜି କାହିଁକି ପଡିଆକୁ ଆସିଲେ ନାହିଁ ପୂଜାରା ?

ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା ଦ୍ଵିତୀୟ ଟେଷ୍ଟ ମ୍ଯାଚର ପ୍ରଥମ ଦିନ ବ୍ୟାଟିଂ ସମୟରେ ତାଙ୍କର ହାତରେ ଆଘାତ ଲାଗିବା କାରଣରୁ ରବିବାର ଦିନ ଇଂଲଣ୍ଡର ପ୍ରଥମ ଇନିଙ୍ଗ୍ସରେ ଫିଲିଡିଂ ପାଇଁ ଆସିନଥିଲେ। ପୂଜାରା ୫୮ଟି ବଲର ସାମ୍ନା କରି ୨୧ରନ କରିଥିଲେ। ଭାରତୀୟ ଦଳ ସକାଳ ଇନିଙ୍ଗ୍ସରେ ୩୨୯ରନ କରି ଅଲଆଉଟ ହୋଇଯାଇଥିଲେ। ଏହା ପରେ ପୂଜାରାଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଫିଲଡିଙ୍ଗ ପାଇଁ ଆସିଥିଲେ।

ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଅନୁସାରେ,” ଇଂଲଣ୍ଡ ବିରୁଦ୍ଧରେ ଦ୍ଵିତୀୟ ଟେଷ୍ଟ କ୍ରିକେଟ ମ୍ଯାଚର ପ୍ରଥମ ଦିନ ବ୍ୟାଟିଂ କରୁଥିବା ସମୟରେ ଚେତେଶ୍ଵର ପୂଜାରାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା। ପରେ ତାଙ୍କୁ ବଥା ଅନୁଭବ ହୋଇଥିଲା। ସେ ଆଜି ଫିଲଡିଙ୍ଗ କରିବେ ନାହିଁ।”

ପୂଜାରା ନିକଟରେ ଅଷ୍ଟ୍ରେଲିଆ ଟୁରରେ ବିଶେଷକରି ବ୍ରୀସବେନର ଚତୁର୍ଥ ଟେଷ୍ଟରେ ଅନେକ ବଲକୁ ନିଜର ଶରୀରରେ ବାଜିବାକୁ ଦେଇଥିଲେ, କିନ୍ତୁ ସେ କ୍ରୀଜ ଉପରେ ରହି ସମସ୍ତ ବଲକୁ ସାମ୍ନା କରିଥିଲେ, ଏହି ବିଜୟରେ ତାଙ୍କର ଗୁରୁତ୍ବପୂର୍ଣ ଯୋଗଦାନ ଥିଲା। ଦ୍ଵିତୀୟ ଟେଷ୍ଟ ବିଷୟରେ କହିଲେ ଆଜି ରବିବାର ଦିନ ମ୍ଯାଚ ଖେଳାଯାଉଛି। ପ୍ରଥମ ଇନିଙ୍ଗ୍ସରେ ଭାରତର ୩୨୯ ରନର ଉତ୍ତରରେ ଇଂଲଣ୍ଡ ଦଳ ଧରାଶାୟୀ ହେଉଥିବାର ନଜର ଆସୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *