୫ ମାସର ଝିଅକୁ କୋଳରେ ଧରି ପ୍ରତିଦିନ ଛିଡ଼ାହୋଇ ୧୬୫ କିଲୋମିଟର ଯାତ୍ରା କରିଥାନ୍ତି ଏହି ମହିଳା,ଏହି ମହିଳାଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଯଦି ଆପଣଙ୍କୁ ନିଜର ଚାକିରୀ କଷ୍ଟ ଲାଗୁଛି ତାହେଲେ ଉତ୍ତରପ୍ରଦେଶର ଗୋରଖପୁରରେ ରହିଥିବା ଶିପ୍ରା ଦୀକ୍ଷିତଙ୍କ କାହାଣୀ ଶୁଣନ୍ତୁ । ଶିପ୍ରା ପରିବହନ ନିଗମ ଗୋରଖପୁର ଡିପୋରେ ବସ କଣ୍ଡକ୍ଟର ଚାକିରୀ କରିଥାନ୍ତି । ତାଙ୍କର ଏହି ଚାକିରୀକୁ ନେଇ କୌଣସି ଅଭିଯୋଗ ନାହିଁ କିନ୍ତୁ ଏବେ ସେ ନିଜର ପାଞ୍ଚ ମାସର ଶିଶୁକୁ କୋଳରେ ଧରି ଛିଡ଼ାହୋଇ 165 କିଲୋମିଟର ଯାତ୍ରା କରୁଛନ୍ତି ମାତ୍ର ପରିବହନ ସିନିୟର ଅଧିକାରୀ ଶିପ୍ରାଙ୍କ ଚାଇଲଡ଼ କେୟାର ଲିଭର ଦାବିକୁ ବାରଣ କରିଦେଲେ ।

ମହିଳାଙ୍କୁ ପ୍ରତିଦିନ ନିଜର ଶିଶୁକୁ କୋଳରେ ଧରି ଟିକଟ କାଟିବାକୁ ପଡିଥାଏ । ସେ ଚାହିଁକି ବି ଭୋକିଲା ଶିଶୁକୁ କ୍ଷୀର ପିଆଇବାକୁ ଦେଇପାରନ୍ତି ନାହିଁ । କିନ୍ତୁ ପରିବହନ ଅଧିକାରୀଙ୍କୁ ଏଥିପ୍ରତି ଦୟା ଆସିନଥାଏ । ମହିଳାଙ୍କୁ ବିଲକୁଲ ଛୁଟି ମଧ୍ୟ ଦିଆଯାଏନାହିଁ । ବସରେ ପବନ ମାଡ଼ ହେବାରୁ ପିଲାଟି ଶରୀର ମଧ୍ୟ ବାରମ୍ବାର ଖରାପ ହୋଇଥାଏ କିନ୍ତୁ ମହିଳାଙ୍କ ଅବସ୍ଥା ଉପରେ କେହି ନଜର ପକାଉନାହାନ୍ତି ।

ଶିପ୍ରାଙ୍କ ଘରେ କୌଣସି ମହିଳା ନାହାଁନ୍ତି ପିଲାଟିକୁ ପାଳିବାକୁ, ସେଥିପାଇଁ ସେ ନିଜର ପ୍ରତିଦିନ ଡ୍ୟୁଟିକୁ ନିଜର ପିଲାଟିକୁ ନେଇ ଯାଇଥାନ୍ତି । ପିତାଙ୍କ ମୃତ୍ୟୁ ପରେ 2016 ମସିହା ପରଠାରୁ ସେ କଣ୍ଡକ୍ଟର ରୂପରେ ନୁଯୁକ୍ତି ହୋଇଥିଲେ । ଶିପ୍ରା ସାଇନ୍ସରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି କିନ୍ତୁ ତାଙ୍କର ଶିକ୍ଷା ଅନୁସାରେ କୌଣସି ଭଲ ପୋଷ୍ଟ ତାଙ୍କୁ ମିଳିନଥିଲା ।

ଶିପ୍ରା କହୁଛନ୍ତି ତାଙ୍କ ଘରର ଅବସ୍ଥା ଠିକ ନଥିଲା ପରିସ୍ଥିତିରେ ପଡି ତାଙ୍କୁ ଏହି ଚାକିରୀ କରିବାକୁ ପଡିଥିଲା । ଘରେ ଆୟ କରୁଥିବା ବ୍ୟକ୍ତି କେହିନଥିଲେ ଓ ଏପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରମୋସନ ମଧ୍ୟ ହୋଇନାହିଁ । ଶିପ୍ରା ଏବେ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଗୁହାରି ଲଗାଇ କହୁଛନ୍ତି, ତାଙ୍କ କ୍ୱାଲିଫିକେସନ ଅନୁସାରେ, ପୋଷ୍ଟ ଦେବାପାଇଁ ।

ଶିପ୍ରାଙ୍କ ପତି ନୀରଜ କୁମାର ଦିଲ୍ଲୀର ଏକ ସଫ୍ଟଓୟାର କମ୍ପାନୀରେ ଜବ କରିଥାନ୍ତି । ଲକଡାଉନ ପରଠାରୁ ସେ ଘରେ ରହୁଥିଲେ । ତାଙ୍କର ମଧ୍ୟ ଏହା ଅଭିଯୋଗ ହେଉଛି କି, ପତ୍ନୀଙ୍କୁ ଚାଇଲଡ଼ କେୟାର ଲିଭ ଦେଇଦେବା ଆବଶ୍ୟକ ।

ସେହି ମାଆଙ୍କୁ ସଲାମ ଜଣାଉଛି ଯିଏକି ନିଜର ପିଲାଙ୍କୁ ସମ୍ଭାଳି ଏହିକାର୍ଯ୍ୟ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *