ଭାଲେଣ୍ଟାଇନ୍ସ ଡେ’ରେ ନିଜ ସ୍ତ୍ରୀକୁ ନିଜ କିଡନୀ ‘ଗିଫ୍ଟ’ ଭାବରେ ଦେଉଛନ୍ତି ଏହି ବ୍ୟକ୍ତି

ଗୁଜୁରାଟରେ ଜଣେ ବ୍ୟକ୍ତି ଭାଲେଣ୍ଟାଇନ୍ସ ଡେ ଅବସରରେ ଅସୁସ୍ଥ ସ୍ତ୍ରୀକୁ ନିଜ କିଡନୀ ଡୋନେଟ କରୁଛନ୍ତି | ANI ରିପୋର୍ଟ ଅନୁଯାୟୀ, ବିନୋଦ ପଟେଲ ଫେବୃଆରୀ ୧୪ ତାରିଖରେ ସ୍ତ୍ରୀ ରୀତା ପଟେଲଙ୍କୁ କିଡନୀ ଦାନ କରିବେ | ବିଶେଷ କଥା ହେଉଛି ଯେ ଦମ୍ପତି ବିବାହର ୨୩ ତମ ବିବାହ ବାର୍ଷିକୀ ମଧ୍ୟ ପାଳନ କରୁଛନ୍ତି |

ରୀତା ପଟେଲ ଅଟୋଇମ୍ୟୁନ କିଡନୀ ଡିସଫଙ୍କସନରେ ପୀଡିତ ଅଛନ୍ତି ଏବଂ ଗତ ତିନିବର୍ଷ ହେଲାଣି ତାଙ୍କର ଚିକିତ୍ସା ଚାଲିଛି | ଚିକିତ୍ସା ଚାଲିଥିବା ସତ୍ତ୍ୱେ ମଧ୍ୟ ରିତାଙ୍କ କିଡନୀ ରୋଗ ଭଲ ହୋଇପାରି ନାହିଁ | ଏହା ପରେ ତାଙ୍କ ସ୍ୱାମୀ ତାଙ୍କ କିଡନୀ ଦାନ କରିବାକୁ ପ୍ରସ୍ତାବ ଦେଇଥିଲେ |

ଯାଞ୍ଚ ସମୟରେ ସ୍ୱାମୀ ବିନୋଦଙ୍କ କିଡନୀ ରୀତା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ବୋଲି ଜଣାପଡିଲା | ଏହା ପରେ ବିନୋଦ ପ୍ରେମର ପ୍ରତୀକ ଭାବରେ ଫେବୃଆରୀ ୧୪ ରେ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ | ଅହମ୍ମଦାବାଦର ଏକ ପ୍ରାଇଭେଟ ହସ୍ପିଟାଲରେ କିଡନୀ ଦାନ କରିବେ |

ଅହମ୍ମଦାବାଦ ଡାକ୍ତର ସିଦ୍ଧାର୍ଥ ମାଭାନୀ କହିଛନ୍ତି ଯେ ଅଟୋ ଇମ୍ୟୁନ ରୋଗ କାରଣରୁ ବ୍ୟକ୍ତିର ଶରୀରର ଇମ୍ୟୁନ ସିଷ୍ଟମ ଶରୀରର ସୁସ୍ଥ ଅଙ୍ଗ ଉପରେ ଆକ୍ରମଣ ଆରମ୍ଭ କରିଥାଏ | ଏହି କାରଣରୁ ରୀତାଙ୍କ କିଡନୀ ଖରାପ ହୋଇଯାଇଛି | ସେହିପରି ବିନୋଦ କହିଥିଲେ ଯେ ତାଙ୍କ ସ୍ତ୍ରୀକୁ ଯନ୍ତ୍ରଣା ପାଉଥିବା ଦେଖି ସେ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ | ସେ କହିଥିଲେ ଯେ ରୀତାଙ୍କୁ ୪୪ ବର୍ଷ ବୟସ ହୋଇଛି ଏବଂ ଗତ ମାସରେ ତାଙ୍କର ଡାଏଲିସିସ ମଧ୍ୟ ହୋଇଥିଲା |

ବିନୋଦ କହିଛନ୍ତି ଯେ ସେ ଏହି ମେସେଜ ଦେବାକୁ ଚାହୁଁଛନ୍ତି ଯେ ସବୁ ଲୋକ ନିଜ ପାର୍ଟନରଙ୍କୁ ସମ୍ମାନ ଦେବା ଉଚିତ ଏବଂ ଆବଶ୍ୟକ ସମୟରେ ପରସ୍ପରକୁ ସାହାଯ୍ୟ କରିବାକୁ ମଧ୍ୟ ଆଗକୁ ଆସିବା ଉଚିତ | ଯେତେବେଳେକି ରୀତା ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଯେ ସ୍ୱାମୀ କିଡନୀ ଦାନ କରିଥିବାରୁ ସେ ପୁଣି ଥରେ ଜୀବନକୁ ଜିଇଁପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *