ଶେଷରେ ମାଙ୍କଡ ଧରିବା କାମ ବି ପୁରା କଲେ ସୋନୁ ସୁଦ୍,ଦେଖନ୍ତୁ ଭିଡ଼ିଓ

ବଲିଉଡ୍ ଅଭିନେତା ସୋନୁ ସୁଦ୍ ସମାଜ ସେବା କରିବା ପାଇଁ ଏପର୍ଯ୍ୟନ୍ତ ପଛ ଘୁଞ୍ଚା ଦେଇନାହାନ୍ତି। ଲକଡାଉନରେ ଆରମ୍ଭ ହୋଇଥିବା ଏହି ମହତ୍ କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଲୋକମାନେ ଟୁଇଟରରେ ଡିମାଣ୍ଡ କରିଥିବା କାମକୁ ପୁରା କରିକି ଦେଖାଉଛନ୍ତି ସୋନୁ ସୁଦ୍। କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ଟୁଇଟ କରି କହିଥିଲେ, ଆମ ଗାଁରେ ମାଙ୍କଡଙ୍କ ଆ-ତ-ଙ୍କ ପାଇଁ ୧୨ ଜଣ ବ୍ୟକ୍ତି ଆହତ ହୋଇସାରିଲାଣି, ଏଣୁ ଆପଣଙ୍କୁ ନିବେଦନ କରୁଛୁ କି, ଆପଣ ମାଙ୍କଡକୁ ଆମ ଗାଁରୁ ଦୂର ସ୍ଥାନକୁ ପଠାଇଲେ ଆମେ ଖୁସି ହେବୁ। ଆଉ ଏବେ ସେହି ବ୍ୟକ୍ତିଙ୍କର ଇଚ୍ଛା ମଧ୍ୟ ପୂରଣ କରିଛନ୍ତି ଅଭିନେତା ସୋନୁ ସୁଦ୍।

ଆଉ ସୋନୁ ସୁଦ୍ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଦେଖ ମାଙ୍କଡ ବି ଧରିନେଲି। ଏବେ କୁହ। ଏହି ପୋଷ୍ଟକୁ ବହୁ ମାତ୍ରାରେ ଲୋକ କମେଣ୍ଟ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନା ଅନୁସାରେ, ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲୋକଙ୍କ ଚିକିତ୍ସା,କାମଧନ୍ଦା,ପାଠପଢ଼ା,ଚାକିରି ପରି ସମସ୍ୟାର ସମାଧାନ କରିବାରେ ନଜର ଆସିଥାନ୍ତି। ସୋନୁ ସୁଦଙ୍କର ଏପରି ମହାନ କାର୍ଯ୍ୟ ପାଇଁ କେଉଁଠି ତାଙ୍କର ମୂର୍ତ୍ତି କରିବା ସହ ପୂଜା ମଧ୍ୟ କରାଯାଉଛି। ସେ ତାଙ୍କର ଏପରି ମହତ୍ କାର୍ଯ୍ୟ ପାଇଁ ଦେଶବାସୀଙ୍କ ମନ କିଣିନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *