ଆସନ୍ତା ୨୩ ତାରିଖରେ ଆରମ୍ଭ ହେବ ଜେଇଇ ମେନ୍,୪ଟି ପର୍ଯ୍ୟାୟରେ ହେବ ପରୀକ୍ଷା

ଚଳିତ ମାସ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହେବ। ଏହି ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୬ ତାରିଖରେ ସମାପ୍ତ ହେବ। ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପରୀକ୍ଷାରେ ଆଡମିଟ କାର୍ଡ ୱେବସାଇଟରେ ଉପଲବ୍ଧ କରାଯିବ।

ପ୍ରଥମ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ନିଜର ଆପ୍ଲିକେସନ ନମ୍ୱର ଓ ଜନ୍ମ ତାରିଖ ଦେଇ nta.ac.in ଏବଂ jeemain.nta.nic.in ୱେବସାଇଟରୁ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଆଡମିଟ କାର୍ଡ ଡାଉନଲୋଡ କରିବାରେ କୌଣସି ବାଧାର ସମ୍ମୁଖୀନ ହେଲେ, ୦୧୨୦-୬୮୯୫୨୦୦ ନମ୍ୱରରେ କଲ କରି ସମ୍ପୂର୍ଣ୍ଣ ଏହି ବିଷୟରେ ସୂଚନା ପାଇପାରିବେ। ଆଉ ମଧ୍ୟ [email protected] ରେ ମେଲ ମଧ୍ୟ କରିପାରିବେ। ଅଧିକ ଥର ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡକୁ ଅଟକାଇ ଦିଆଯାଇଛି। ପରୀକ୍ଷାର୍ଥୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏନଟିଏ ସହିତ ଯୋଗାଯୋଗ କରିବା ପାଇଁ ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରାସର ଏନେଇ ସୂଚନା ଦେଇଛନ୍ତି।

Google

ସୂଚନା ଅନୁଯାୟୀ, ଚଳିତବର୍ଷ ଜେଇଇ ପରୀକ୍ଷା ୪ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨୩ରୁ ଆରମ୍ଭ ହୋଇ ୨୬ତାରିଖରେ ସରିବ, ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇ ୧୮ ତାରିଖରେ ସରିବ, ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୨୭ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ସରିବ ଏବଂ ଚତୁର୍ଥ ପର୍ଯ୍ୟାୟରେ ମେ ୨୪ରୁ ଆରମ୍ଭ ହୋଇ ୨୮ ତାରିଖରେ ସମାପ୍ତ ହେବ। ପ୍ରତ୍ୟେକ ପରୀକ୍ଷା ଗୁଡ଼ିକୁ ୨ଟି ସିଟିଂରେ ବିଭକ୍ତ କରାଯାଇଛି। ପ୍ରଥମ ସିଟିଂ ସକାଳ ୯ ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ରହିବ।

ସିବିଏସଇ ପରୀକ୍ଷା ଓ ଜେଇଇ ମେନ୍ ପରୀକ୍ଷା ଏକା ସମୟରେ ହେଉଥିବା କାରଣ ପାଇଁ ଏବେ ଅଭିଭାବକ ସହ ପରୀକ୍ଷାର୍ଥୀ ଚିନ୍ତାରେ ଅଛନ୍ତି। ଏହି ବିଷୟରେ ଏହି ବାବଦରେ ଏନଟିଏ କତୃପକ୍ଷ ଜାଣିବା ପରେ ଏକ ନିର୍ଦ୍ଦିଷ୍ଟ ଫର୍ମ ଜାରି କରିଛନ୍ତି। ଯେଉଁ ପରୀକ୍ଷାର୍ଥୀ ମାନଙ୍କର ମେ ମାସରେ ସିବିଏସଇ ପରୀକ୍ଷା ଅଛି, ସେହି ପରୀକ୍ଷାର୍ଥୀ ମାନେ ଏନଟିଏ କତୃପକ୍ଷଙ୍କୁ ଏହି ବିଷୟରେ ଅବଗତ କରିବାକୁ ପଡ଼ିବ। ଆଗରୁ ଜେଇଇ ମେନ୍ ପରୀକ୍ଷା ଦେବାପାଇଁ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ସର୍ବନିମ୍ନ ୭୫ ପରସେଣ୍ଟ ମାର୍କ ରଖିବାକୁ ପଡୁଥିଲା। କିନ୍ତୁ, ଚଳିତବର୍ଷର କରୋନା ମହାମାରୀକୁ ଆଖି ଆଗରେ ରଖି ଏହି ଜେଇଇ ମେନ୍ ପରୀକ୍ଷାକୁ କୋହଳ କରାଯାଇଛି। କେବଳ ଦ୍ଵାଦଶ ପାସ କରିଥିବା ପରୀକ୍ଷାର୍ଥୀ ଜେଇଇ ମେନ ପରୀକ୍ଷା ଦେଇପାରିବେ ବୋଲି ଏନଟିଏ ତରଫରୁ ସୂଚନା ଦିଆଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *