ଭାରତ ବନାମ ଇଂଲଣ୍ଡ : ରୋହିତ ଶର୍ମା ଭାଙ୍ଗିଲେ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ଼ । ଏମିତି ରେକର୍ଡ କରିବାରେ ରୋହିତ ହେଲେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ଟେଷ୍ଟ ସିରିଜ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ପାଳିରେ ଭାରତ ପକ୍ଷରୁ ରୋହିତ ଶର୍ମା ଶାନଦାର ଶତକ ମାରିଥିଲେ । ସେ ନିଜ କ୍ୟାରିଅରର ୭ମ ଶତକ ହାସଲ କରିବା ସହ 161 ରନର ପାଳି ଖେଳିଥିଲେ। ନିଜର ୭ମ ଶତକ ସହିତ ଭାରତୀୟ ମାଟିରେ ସର୍ବାଧିକ ଶତକ ମଧ୍ୟ ନିଜ ନାମରେ କରିଥିଲେ ।

ରୋହିତ ଶର୍ମା ଏହି ମାମଲାରେ ପୂର୍ବ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ଼ ଭାଙ୍ଗିଦେଇଛନ୍ତି । ଯିଏକି ଭାରତୀୟ ମାଟିରେ 6ଟି ଶତକ ମାରି ଏହି ରେକର୍ଡ଼ ନିଜ ନାମରେ ରଖିଥିଲେ । ଏହାବ୍ୟତୀତ ରୋହିତ ଆଉଏକ ଉପଲବ୍ଧି ହାସଲ ମଧ୍ୟ କରିଦେଇଛନ୍ତି, ସେ ଶ୍ରୀଲଙ୍କା, ସାଉଥ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷରେ ତିନି ଫର୍ମାଟରେ ଶତକ ହାସଲ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି । ରୋହିତଙ୍କ ବିଗତ 9 ମ୍ୟାଚରୁ ଏହା ଚତୁର୍ଥ ଶତକ ଅଟେ । ସେ ନିଜର ପଛ ଶତକ ଅକ୍ଟୋବର ମାସ 2019 ରେ ସାଉଥ ଆଫ୍ରିକା ବିପକ୍ଷରେ ରାଞ୍ଚିରେ ମାରିଥିଲେ । ଚେନ୍ନାଇରେ ତାଙ୍କର ଏହା ପ୍ରଥମ ଶତକ ଅଟେ ।

ରୋହିତ ଚାରିଥର ଟେଷ୍ଟରେ 150 ରୁ ଉର୍ଦ୍ଧ୍ବ ରନ କରିସାରିଛନ୍ତି। ପ୍ରଥମେ ସେ ସାଉଥ ଆଫ୍ରିକା ବିପକ୍ଷରେ 2019/20 ରେ 212 ରନ କରିଥିଲେ । 2013/14 ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 177 ରନର ପାଳି ଖେଳିଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 2019/20 ରେ ବିଶାଖାପାଟଣା ଠାରେ 176 ରନର ପାଳି ଖେଳିଥିଲେ । ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟର ପ୍ରଥମ ପାଳିରେ ସେ 231 ବଲରୁ 18 ଚୌକା ଓ 2 ଛକା ସହିତ 162 ରନ କରିଛନ୍ତି ।

ରୋହିତଙ୍କ ସହ ରାହାଣେ ମଧ୍ୟ 149 ବଲରୁ 67 ରନର ପାଳି ଖେଳିଥିଲେ । ଏହାପରେ ମୋଇନ ଅଲ୍ଲୀ ରାହାଣେଙ୍କୁ ବୋଲଡ଼ କରିଦେଇଥିଲେ । ଏହି ଦୁଇଜଣଙ୍କ ବ୍ୟତୀତ ଋଷଭ ପନ୍ତ ମଧ୍ୟ 33 ରନ କରି ନଟଆଉଟ ରହିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ମାତ୍ର 13 ରନ କରି ପାଭିଲିୟନ ଫେରିଥିଲେ । ଶୁବମାନ ଗିଲ ଓ ବିରାଟ କୋହଲି ବିନା ଖାତା ଖୋଲି ପାଭିଲିୟନ ଫେରିଥିଲେ। ଚେତେଶ୍ୱର ପୂଜାରା ମଧ୍ୟ 21 ରନ କରି ଆଉଟ ହୋଇଯାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *