ଆପଣଙ୍କ PF ଆକାଉଣ୍ଟରେ କେତେ ଟଙ୍କା ଅଛି ? ଘରେ ବସି ଏହି ୪ଟି ଉପାୟରେ କରନ୍ତୁ ଚେକ !

ଯେକୌଣସି ଚାକିରୀ କରିଥିବା ବ୍ୟକ୍ତିଙ୍କ ପାଇଁ PF ର ଟଙ୍କା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ଅନେକ ଲୋକଙ୍କର ଭବିଷ୍ୟତର ପୁଞ୍ଜି ହୋଇଥାଏ | ଏଭଳି ପରିସ୍ଥିତିରେ ଏହା ଜରୁରୀ ଅଟେ ଯେ ଏହି ଟଙ୍କା ବିଷୟରେ ସୂଚନା ରଖିବା | ଆଜି ଆମେ ଆପଣଙ୍କୁ ୪ଟି ଉପାୟ ଜଣାଇବୁ, ଯାହା ମାଧ୍ୟମରେ PF ଟଙ୍କା ବିଷୟରେ ଆପଣ ସୂଚନା ନେଇପାରିବେ |

ଘରେ ବସି ଇପିଏଫ ବାଲାନ୍ସ ଚେକ କରିବାର ସବୁଠାରୁ ପ୍ରଥମ ଉପାୟ SMS ଅଟେ | ଆପଣ ଆପଣଙ୍କର ରେଜିଷ୍ଟର ମୋବାଇଲ ନମ୍ବରରୁ 7738299899 କୁ ଏକ SMS ପଠାଇ ସୂଚନା ନେଇପାରିବେ | ଯେଉଁ ମେସେଜ ପଠାଇବେ ସେଥିରେ EPFOHO UAN LAN ଲେଖିବାକୁ ପଡିବ | ଏଥିରେ LAN ଆପଣଙ୍କର ମନୋନୀତ ଭାଷା ହେବ | ଉଦାହରଣ ପାଇଁ ଆପଣ ଯଦି ହିନ୍ଦୀରେ ସୂଚନା ଚାହୁଁଛନ୍ତି, ତେବେ ଆପଣଙ୍କୁ EPFOHO UAN HIN ଲେଖିବାକୁ ପଡିବ |

ଏହା ବ୍ୟତୀତ 01122901406 ରେ ନିଜର ରେଜିଷ୍ଟର ନମ୍ବରରୁ ଏକ ମିସ କଲ କରି PF ବାଲାନ୍ସର ସୂଚନା ନେଇପାରିବେ | ତୃତୀୟ ବିକଳ୍ପ ଅଧୀନରେ EPFO ର ​​ୱେବସାଇଟରେ ଭିଜିଟ କରି ଆପଣ ସୂଚନା ନେଇପାରିବେ | ଏଥିପାଇଁ EPF ପାସବୁକ ପୋର୍ଟାଲରେ ଭିଜିଟ କରନ୍ତୁ | ପରବର୍ତ୍ତୀ ସ୍ଟେପରେ UAN ନମ୍ବର ଏବଂ ପାସୱାର୍ଡ ଏଣ୍ଟର କରି ପାସବୁକ ଦେଖିପାରିବେ |

ଏହି ପାସବୁକକୁ ଆପଣ ଡାଉନଲୋଡ ମଧ୍ୟ କରିପାରିବେ | ଚତୁର୍ଥ ଏବଂ ଶେଷ ବିକଳ୍ପ ଉମାଙ୍ଗ ଆପ ଅଟେ | ଏହି ଆପକୁ ଡାଉନଲୋଡ କରି ଆପଣ EPFO ​​ସହିତ ଜଡିତ ସମସ୍ତ ସୂଚନା ନେଇପାରିବେ |

ଏଥିପାଇଁ employee centric services କୁ ଯିବାକୁ ପଡିବ | ଏଠାକୁ ଯାଇ view passbook କୁ ଚୟନ କରନ୍ତୁ ଏବଂ ପାସବୁକ ଦେଖିବା ପାଇଁ UAN ନମ୍ବରରେ ଲଗଇନ କରିପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *