ଏହି ବ୍ୟକ୍ତି ପ୍ରଥମେ ହ-ରା-ଇ-ଲେ ୨ ପୁଅକୁ,ତା ପରେ ନିଜର ନାତୁଣୀକୁ ପଢ଼ାଇବା ପାଇଁ ନିଜ ଘର ବିକ୍ରି କରିଦେଲେ,ବର୍ତ୍ତମାନ କେଉଁଠି ରହୁଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ତାଙ୍କ ଜୀ-ବ-ନ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

ସୋସିଆଲ ମିଡିଆରେ ମୁମ୍ବାଇରେ ରହୁଥିବା ଦେଶରାଜଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇରେ ରହୁଥିବା ଦେସରାଜ ନିଜ ନାତୁଣୀକୁ ପଢ଼ାଇବା ପାଇଁ ନିଜର ଘର ବିକ୍ରି କରିଦେଲେ । ସେ ବର୍ତ୍ତମାନ ଅଟୋ ଭିତରେ ଶୋଉଛନ୍ତି ଓ ସେସ୍ଥାନ ତାଙ୍କର ବାସସ୍ଥାନ ହୋଇଯାଇଛି । ନିଜର ଦୁଇ ପୁଅଙ୍କୁ ହ-ରା-ଇ-ବା ପରେ ଦେସରାଜଙ୍କ କାନ୍ଧରେ ପୁରା ପରିବାର ବର୍ତ୍ତମାନ ନିର୍ଭର ରହିଛି । ହ୍ୟୁମାନ ଅଫ ବମ୍ବେକୁ ଦିଆଯାଇଥିବା ନିଜର ରିପୋର୍ଟରେ ଦେଶରାଜଙ୍କ ଇଣ୍ଟରଭ୍ୟୁ ଶୁଣିବାପରେ ଲୋକମାନେ ଭାବ ବିହ୍ଵଳ ହୋଇଯାଉଛନ୍ତି ଓ ତାଙ୍କୁ ସାହାର୍ଯ୍ୟ କରିବାପାଇଁ ହାତ ବଢ଼ାଉଛନ୍ତି ।

ଦେଶରାଜଙ୍କ କହିବା ହେଲା ତାଙ୍କର ଏକ ପୁଅ 6 ବର୍ଷ ପୂର୍ବରୁ ହ-ଜି ଯାଇଥିଲା । ସେ ଘରୁ ବାହାରିଥିଲା କାମ କରିବାପାଇଁ କିନ୍ତୁ ଆଉ ଫେରିନଥିଲା । ଏକସପ୍ତାହ ପରେ ଦେଶରାଜଙ୍କ 40 ବର୍ଷ ପୁଅର ଶ-ବ ମିଳିଥିଲା । ଦେଶରାଜ କହିଥିଲେ, ତାଙ୍କୁ ତାଙ୍କ ପୁଅର ମୃ-ତ୍ୟୁ-ରେ କାନ୍ଦିବାକୁ ସମୟ ମିଳିନଥିଲା । ପରିବାରର ଦାୟିତ୍ୱ କାନ୍ଧକୁ ଆସିବାପରେ ସେ ପରଦିନ ଅଟୋ ଧରି ବାହାରକୁ ଆସିଥିଲେ । ଏହାର ଦୁଇବର୍ଷ ପରେ ତାଙ୍କର ଦ୍ଵିତୀୟ ପୁଅ ମଧ୍ୟ ଆ-ତ୍ମ-ହ-ତ୍ୟା କରିଦେଲା ।

ମାସିକ ଆୟ ଦଶ ହଜାର ଟଙ୍କା ଥିଲା :-

ଦେଶରାଜଙ୍କ ଉପରେ ବୋହୁ ଓ 4 ନାତି ନାତୁଣୀ ନିର୍ଭର କରିଥାଆନ୍ତି । ତାଙ୍କର ନାତୁଣୀ ନବମ ଶ୍ରେଣୀରେ ପଢ଼ନ୍ତି ଓ ସେ ପଢିବା ଛାଡିବାକୁ ଚାହିଁଥିଲେ କିନ୍ତୁ ଦେଶରାଜ ତାଙ୍କୁ ଆଶ୍ୱସ୍ଥ କରାଇଥିଲେ ଓ ଅଧିକ ପାଠ ପଢିବାପାଇଁ କହିଥିଲେ। ସେଥିପାଇଁ ଦେଶରାଜ ଅଧିକ ସିଫ୍ଟ କରିଥିଲେ, ସେ ସକାଳ 6 ଘଟିକାରୁ ରାତି 10 ଟା ପର୍ଯ୍ୟନ୍ତ ଅଟୋ ଚଳାଉଥିଲେ ଓ ମାସ ଶେଷରେ 10 ହଜାର ଟଙ୍କା ହେଉଥିଲା ସେଥିରୁ 6 ହଜାର ଟଙ୍କା ପିଲାଙ୍କ ପଢ଼ା ଖର୍ଚ୍ଚରେ ଯାଉଥିବା ସମୟରେ ବାକି 4 ହଜାର ସାତଜଣ ପରିବାରଙ୍କର ପେଟ ସେ ପୋଷୁଛନ୍ତି।

ଦେଶରାଜ କୁହନ୍ତି, ଏମିତି ସମୟ ଆସିଥାଏ ସେ ଖାଇବାକୁ ମଧ୍ୟ ପାଆନ୍ତି ନାହିଁ । ଏହିସବୁ ମୂଲ୍ୟ ସେତେବେଳେ ତୟ ହୋଇଯାଇଥିଲା ଯେତେବେଳେ ତାଙ୍କର ନାତୁଣୀ ଦ୍ଵାଦଶରେ 80 ପ୍ରତିଶତ ନମ୍ବର୍ ଆଣିଥିଲା । ଏହାପରେ ତାଙ୍କ ନାତୁଣୀ ଦିଲ୍ଲୀ କଲେଜରେ ବିଏଡ଼ ପାଇଁ ଇଚ୍ଛା କରିଥିଲେ, ଦେଶରାଜ ଜାଣିଥିଲେ ଏହା ସେ ଆଫୋର୍ଡ କରି ପାରିବେନାହିଁ କିନ୍ତୁ ସେ ନାତୁଣୀଙ୍କୁ ପଢ଼ାଇବା ଛାଡିନଥିଲେ ।

ଦେଶରାଜ କହିଥିଲେ, ସେ ନିଜର ନାତୁଣୀକୁ ପଢ଼ାଇବା ପାଇଁ ନିଜର ଘର ବିକ୍ରି କରିଦେଇଥିଲେ ଓ ପରେ ନିଜର ସ୍ତ୍ରୀ ଓ ବୋହୁଙ୍କୁ ନିଜର ଏକ ସମ୍ପର୍କୀୟଙ୍କ ଘରେ ରଖିଥିଲେ କିନ୍ତୁ ସେ ନିଜେ ମୁମ୍ବାଇରେ ରହିଥିଲେ ଓ ଅଟୋ ଚଳାଇଥିଲେ । ସେହି ଅଟୋରେ ସେ ଖାଉଥିଲେ ଓ ରହୁଥିଲେ ମଧ୍ୟ ।

ଭାବୁକ ହୋଇ ଦେଶରାଜ କୁହନ୍ତି କି, ତାଙ୍କର ସବୁ ଦୁଃଖ ଦୂର ହୋଇଯାଏ ସେତେବେଳେ ଯେତେବେଳେ ତାଙ୍କର ନାତୁଣୀ ଫୋନ କରି କହିଥାଏ ସେ ନିଜର କ୍ଳାସରେ ଫାଷ୍ଟ ହୋଇଯାଇଛି । ସେ ଏହାପରେ କହିଥିଲେ, ତାଙ୍କର ନାତୁଣୀ ତାଙ୍କ ପରିବାରରେ ପ୍ରଥମ ଗ୍ରାଜୁଏଟ ହେବ ଓ ସେ ଶିକ୍ଷକ ମଧ୍ୟ ହେବ । ଯେଉଁଦିନ ଏହା ହେବ ସେ ନିଜର ଗ୍ରାହକଙ୍କୁ ଫ୍ରି ରାଇଡ଼ ଦେବେ ।

ସୋସିଆଲ ମିଡିଆରେ ଭାଇରାଲ ହେଇଛି କାହାଣୀ :-

ସୋସିଆଲ ମିଡ଼ିଆରେ ଦେଶରାଜଙ୍କ ଏହି ଭାବବିହ୍ଵଳ କାହାଣୀ ଜାଣିବାପରେ ଲୋକମାନେ ବହୁତ ଦରଦ ଦେଖାଇଛନ୍ତି । ସେମାନେ ଦେଶରାଜଙ୍କ ଏହିପରି ଦୃଢତ୍ୱ ଓ ଦାୟିତ୍ଵ ପାଇଁ ପ୍ରଶଂସା କରିବା ସହିତ ଆର୍ଥିକ ସାହାର୍ଯ୍ୟ କରିବାକୁ ମଧ୍ୟ କହିଛନ୍ତି ।

ଜଣେ ୟୁଜର ଫେସବୁକରେ ଦେଶରାଜଙ୍କ ପାଇଁ ଫଣ୍ଡ ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ଏହାର ପ୍ରାଇସ ପାଞ୍ଚଲକ୍ଷ ହୋଇଯାଇଛି । କେତେକ କଂଗ୍ରେସ ନେତା ମଧ୍ୟ ଏହାକୁ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଶେୟର କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *