ସାବଧାନ : ଯଦି ଆପଣ ଡ୍ରାଇଭିଙ୍ଗ ସମୟରେ ଗୁଗଲ ମ୍ୟାପର ବ୍ୟବହାର କରନ୍ତି,ତେବେ କଟିପାରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ ! ଜାଣନ୍ତୁ ପୁରା ଖବର

ଡ୍ରାଇଭିଙ୍ଗ ସମୟରେ ଗୁଗଲ ମ୍ୟାପ ଆମର ସବୁଠାରୁ ଭଲ ଦିଗ ନିର୍ଣାୟକ ଯନ୍ତ୍ର ହୋଇଥାଏ|ପୁରା ଆପ ବେସ୍ଡ କେବ ଗୁଗଲ ମ୍ୟାପରେ ଅବସ୍ଥିତ|ଆଜି ଗୁଗଲ ମ୍ୟାପ ଫଳରେ ଆପଣ ଯେକୌଣସି ସ୍ଥାନରେ ପହଞ୍ଚି ପାରୁଛନ୍ତି|ଏହା ଫଳରେଯେକୌଣସି ସ୍ଥାନରେ ଓ ଲୋକେସନ୍ ଓ ନାଭିଗେସନ ସହଜରେ ପାଇ ପାରୁଛନ୍ତି|କିନ୍ତୁ ଡ୍ରାଇଭିଙ୍ଗ ସମୟରେ ଏହାର ବ୍ୟବହାର ଆପଣଙ୍କ ଚାଲାଣ କାଟିପାରେ|

ସାଧାରଣତଃ ଆପଣ ଗୁଗଲ ମ୍ୟାପ ସାହାଯ୍ୟରେ ନାଭିଗେସନ ଅନ କରିବା ଫଳରେ ଆପଣଙ୍କୁ ରାସ୍ତା ଓ ସଟକର୍ଟ ଓ ବିକଳ୍ପଗୁଡିକ ରାସ୍ତା ମଧ୍ୟ ଦେଖାଇଥାଏ|କିନ୍ତୁ ଯଦି ନିଜ ଗାଡିରେ ଡ୍ୟାସ ବୋର୍ଡରେ ମୋବାଇଲ ହୋଲ୍ଡର ଲଗାଇ ନାହାନ୍ତି ତେଵେ ଚାଲାଣ କଟିପାରେ|

ନିକଟରେ ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ମଧ୍ୟ ନିଜ ଗାଡିରେ ଡ୍ୟାସବୋର୍ଡରେ ମୋବାଇଲ ହୋଲ୍ଡର ନଲଗାଇ ଗୁଗଲ ମ୍ୟାପ ଚଲାଉଥିବାରୁ ଦିଲ୍ଲୀ ପୋଲିସ ଚାଲାଣ କାଟିଥିଲେ|ପୋଲିସ କହିଛି ଯେ ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର ନିୟମ ବିରୁଦ୍ଧ|କିନ୍ତୁ ଲୋକ ଯୁକ୍ତି ଉପସ୍ଥାପନ କରି କହିଲା ଯେ ସେ ଗୁଗଲ ମ୍ୟାପ ସାହାଯ୍ୟରେ ସ୍ଥାନର ଲୋକେସନ ଦେଖୁଥିଲେ କିନ୍ତୁ ପୋଲିସ ଏହାକୁ ଗ୍ରହଣ କଲା ନାହିଁ|

ଦିଲ୍ଲୀ ପୋଲିସ ଚାଲାଣ ନିୟମରେ ଲେଖିଛନ୍ତି ଯେ ଗାଡି ଚଲେଇବା ସମୟରେ ଫୋନ ବ୍ୟବହାର ଫଳରେ ଚାଲାଣ କଟିବ|ବ୍ୟକ୍ତି ଜଣଙ୍କ ମୋବାଇଲ ହୋଲ୍ଡର ଲଗାଇନଥିଲା ଓ ହାତରେ ଗୁଗଲ ମ୍ୟାପ ବ୍ୟବହାର କରୁଥିଲା|ଦିଲ୍ଲୀ ପୋଲିସ କହିବା ଅନୁଯାୟୀ ମୋଟର ଭେକିଲ ଆକ୍ଟ ଅନୁସାରେ ଗାଡି ଚଲେଇବା ସମୟରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ଫଳରେ ଦୁର୍ଘଟଣା ରୋକାଯାଇ ପାରିବ|ଏଥିପାଇଁ ଏହି ସେକ୍ସନରେ ଚାଲାଣ କଟାଯିବ|ପୋଲିସ ଅନୁଯାୟୀ ଗାଡି ଚଳାଇବା ସମୟରେ ଯଦି କୌଣସି ଜିନିଷ ଧ୍ୟାନ ଭଙ୍ଗ କରେ ତାହା ଅପରାଧ ଅନ୍ତର୍ଗତ|ଏଥିରେ ୧୦୦୦-୫୦୦୦ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *