ଏହି ୫ ଜଣ ଭାରତୀୟ କ୍ରିକେଟରକୁ ଓପନିଂ କରିବାର ମିଳିଥିଲା ମୌକା କିନ୍ତୁ ଫ୍ଲପ ବ୍ୟାଟିଂ ଯୋଗୁ ଆଉ ଦଳରେ ଓପନର ଭାବରେ ମିଳିନଥିଲା ସ୍ଥାନ,ଜାଣନ୍ତୁ ସେ ନାମିଦାମୀ ବ୍ୟାଟ୍ସମ୍ୟାନଙ୍କ ନାମ ?

t-20 ଫର୍ମାଟର ଆରମ୍ଭ ବର୍ଷ 2005 ରୁ ଆରମ୍ଭ ହୋଇଥିଲା। ଭାରତ ପ୍ରଥମ t-20 ଟୁର୍ଣାମେଣ୍ଟରେ ଚମ୍ପିୟାନ ମଧ୍ୟ ହୋଇଥିଲା । ଭାରତ ପାଇଁ ଏହିସମୟରେ କେତେକ ଖେଳାଳି ମଧ୍ୟ ଖେଳିଛନ୍ତି । ଭାରତ ନିଜର ପ୍ରଥମ t-20 2006 ମସିହାରୁ ଆରମ୍ଭ କରିଥିଲା । ଭାରତ ତରଫରୁ ଏବେପର୍ଯ୍ୟନ୍ତ ବୀରେନ୍ଦ୍ର ସେହ୍ୱାଗ, ରୋହିତ ଶର୍ମା, ଗମ୍ଭୀର, ଶିଖର ଧାୱନ ଓ କେଏଲ ରାହୁଲ ଓପନିଂ କରିସାରିଛନ୍ତି ।

କିନ୍ତୁ ଆସନ୍ତୁ ସେହି ଖେଳାଳି ମାନଙ୍କ ବିଷୟରେ ଜାଣିବା ଯାହାକୁ ସମସ୍ତେ ଜାଣିଛନ୍ତି କିନ୍ତୁ ଭାରତ ତାଙ୍କୁ ଓପନିଂ କରିବାପାଇଁ ସୁଯୋଗ ଦେଇଥିଲା ଓ ସେମାନେ ଫ୍ଲପ ରହିଥିଲେ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେ ଭାରତ ପାଇଁ ଆଉ ଓପନିଂ କରିନଥିଲେ ।

1. ଦୀନେଶ୍ କାର୍ତ୍ତିକ :-

ଭାରତୀୟ ଦଳ ପାଇଁ ଦୀନେଶ କାର୍ତ୍ତିକ ଦୀର୍ଘ ସମୟ ହେବ ଖେଳୁଥିବାର ନଜର ଆସୁଛନ୍ତି । ଏବେ ତାଙ୍କର ସମୟ ଠିକ ଚାଲୁନାହିଁ । ଦୀନେଶ କାର୍ତ୍ତିକଙ୍କ କଥା କହିବାକୁ ଗଲେ ସେ ଏକ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅଟନ୍ତି ।

କାର୍ତ୍ତିକ ଦୁଇ ଦୁଇଥର ଲେଖା ଭାରତ ପାଇଁ ଓପନିଂ କରିସାରିଛନ୍ତି । ପ୍ରଥମେ ସେ ମୂରଲୀ ବିଜୟଙ୍କ ସହିତ କରିଥିବା ବେଳେ ଦ୍ଵିତୀୟରେ ଗୌତମ ଗମ୍ଭୀରଙ୍କ ସହିତ କରିଥିଲେ କିନ୍ତୁ ସେ ସଫଳ ହୋଇନଥିଲେ ।

2. ମନଦୀପ ସିଂହ :-

ଏମିତି ଖେଳାଳି ରହିଛନ୍ତି ଯିଏକି ଭାରତ ପାଇଁ ବହୁତ କମ t-20 ମ୍ୟାଚ ଖେଳିଛନ୍ତି । ମନଦୀପ ସିଂହ ସେମାନଙ୍କ ମଧ୍ୟରୁ ଜଣେ ଖେଳାଳି ଅଟନ୍ତି । ଯିଏକି ଭାରତ ପାଇଁ ବହୁତ କମ ମ୍ୟାଚ ଖେଳିଛନ୍ତି ।

ମନଦୀପ ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କିନ୍ତୁ ଯେତେବେଳେ ତାଙ୍କୁ କେଏଲ ରାହୁଲଙ୍କ ସହିତ ବ୍ୟାଟିଂ କରିବାକୁ ମୌକା ମିଳିଥିଲା ସେତେବେଳେ ସେ ଜିମ୍ବାୱେ ବିପକ୍ଷରେ ଶାନନ୍ଦର ଅର୍ଧଶତକ ମାରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ମୌକା ମିଳିନଥିଲା ।

3. ନମନ ଓଝା :-

ଟିମ ଇଣ୍ଡିଆର କିଛି ଏମିତି ଖେଳାଳି ଅଛନ୍ତି ଯାହାଙ୍କର ଭୁଲ ସମୟରେ ଦଳରେ ପ୍ରବେଶ ହୋଇଥିଲା ଓ ବହୁତ ସମୟ ଧରି ଚାଲିନଥିଲା । ଏମିତି ଏକ ଘଟଣା ଘଟିଥିଲା ମଧ୍ୟପ୍ରଦେଶର ପ୍ରତିଭାଶାଳୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ନମନ ଓଝାଙ୍କ ସହିତ।

ତାଙ୍କୁ ଓପନିଂ ପାଇଁ ଜିମ୍ବାୱେ ବିପକ୍ଷରେ ଦୁଇଟି ମ୍ୟାଚରେ ମୌକା ମିଳିଥିଲା କିନ୍ତୁ ସେ 2 ଟି ମ୍ୟାଚରେ କେବଳ 39 ରନ ହିଁ କରିପାରିଥିଲେ ।

4. ରବିନ ଉଥପା :-

ଟିମ ଇଣ୍ଡିଆର ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ ରବିନ ଉଥପାଙ୍କ କ୍ୟାରିଅର ବହୁତ ଶନଦାର ମଧ୍ୟରେ ହୋଇଥିଲା । ଏହାପରେ ରବିନ ଉଥପାଙ୍କ କ୍ୟାରିଅରରେ ସେତେଟା ଖାଆସ ହୋଇନଥିଲା । ରବିନ ଉଥପା ତ ଦିନିକିଆରେ ଓପନିଂ କରିବା ଆରମ୍ଭ କରିଦେଲା । କିନ୍ତୁ ଏହାପରେ ସେ ମଧ୍ୟକ୍ରମରେ ଖେଳିବାକୁ ଲାଗିଲେ ।

5. ଇରଫାନ ପଠାନ :-

ପୂର୍ବ ଷ୍ଟାର ଅଲରାଉଣ୍ଡର ଖେଳାଳି ଇରଫାନ ପଠାନ ଭାରତୀୟ ଦଳର ଏକ ପ୍ରମୁଖ ଦ୍ରୁତ ବୋଲର ଥିଲେ । ଇରଫାନ ପଠାନ ବୋଲିଂ ମାଧ୍ୟମରେ ଦଳକୁ କେତେକ ମ୍ୟାଚ ମଧ୍ୟ ଜିତାଇଛନ୍ତି । ସେହିପରି ଇରଫାନ ପଠାନ ବ୍ୟାଟିଂ ମଧ୍ୟ କରିପାରନ୍ତି । ବ୍ୟାଟିଂରେ ଇରଫାନ ପଠାନଙ୍କୁ ବଡ଼ ମୌକା ମିଳିନଥିଲା ।

2012 ମସିହାରେ ଭାରତୀୟ ଦଳ ପାଇଁ ତାଙ୍କୁ ଓପନିଂ କରିବାକୁ ମୌକା ମିଳିଥିଲା ଓ ସେ ଗୌତମ ଗମ୍ଭୀରଙ୍କ ସହିତ ଓପନିଂ ମଧ୍ୟ କରିଥିଲେ କିନ୍ତୁ ଖାଆସ ପ୍ରଦର୍ଶନ କରିପାରିନଥିଲେ ଓ ଏହାପରେ ତାଙ୍କୁ ଆଉ ଓପନିଂ କରିବାକୁ ମୌକା ମିଳିନଥିଲା ଓ ତାଙ୍କ କ୍ୟାରିଅର ବହୁତ ଜଲଦି ସମାପ୍ତ ହୋଇଯାଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *