ବଡ ଖବର : ଆଇପିଏଲ ପରି ଆରମ୍ଭ ହେବାକୁ ଯାଉଛି ଆଉ ଏକ ଟି-୨୦ ଲିଗ, କେଉଁଠି ଓ କେବେ ହେବ ଆୟୋଜନ, ଜାଣନ୍ତୁ ସମ୍ପୂର୍ଣ ସୂଚନା

ଟି-୨୦ ଲିଗ ଦୁନିଆସାରା ତୀବ୍ର ଭାବରେ ଲୋକପ୍ରିୟତା ହାସଲ କରିଛି । ଏହା ପଛରେ ସବୁଠୁ ଆଗରେ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ବଡ ଭୂମିକା ଅଛି। ଏହି କାରଣରୁ କ୍ରିକେଟ ଖେଳୁଥିବା ସମସ୍ତ ଶୀର୍ଷ ଦେଶର ନିଜର ଟି-୨୦ ଲିଗ ଅଛି। ବର୍ତ୍ତମାନ ଏହି ସୂଚୀରେ ଏମିରେଟ୍ସ କ୍ରିକେଟ ବୋର୍ଡର ନାମ ଯୋଡି ହୋଇଛି। ବୋର୍ଡ ଆଇପିଏଲର ଏହି ସୂଚୀରେ ନିଜର ଟି-୨୦ ଲିଗ ଆରମ୍ଭ କରିବ ବୋଲି ଘୋଷଣା କରିଛି। ୟୁଏଇରେ ହେବାକୁ ଥିବା ରହି ଲିଗରେ ଦୁନିଆସାରା ଦିଗ୍ଗଜ ଖେଳାଳୀଙ୍କର ସମାଗମ ହେବ ବୋଲି ଆଶା କରାଯାଉଛି। ଫଟାଫଟ କ୍ରିକେଟର ଦୁନିଆସାରା ଲୋକ ୟୁଏଇକୁ ବହୁତ ପସନ୍ଦ କରୁଛନ୍ତି।

ଏମିରେଟ୍ସ କ୍ରିକେଟ ବୋର୍ଡ ଘୋଷଣା କରିଛନ୍ତି କି ତାଙ୍କର ନିଜର ଟି-୨୦ ଲିଗର ପ୍ରଥମ ସିଜିନ ଏହି ବର୍ଷ ଆୟୋଜିତ କରାଯିବ। ଲିଗର ଆୟୋଜନ ଡିସେମ୍ବର ୨୦୨୧ ରୁ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ କରାଯିବ। ଲିଗକୁ ଏମିରେଟ୍ସ କ୍ରିକେଟ ବୋର୍ଡର ଚେୟାରମେନ ଓ ସଂଯୁକ୍ତ ଆରବ ଆମିରତର ଶାସକମନ୍ତ୍ରୀ ଶେଖ ନହୟାନ ମୁବାରକ ଅଲ ନହୟାନଙ୍କର ସମର୍ଥନ କରିଛନ୍ତି। ୟୁଏଇ ଅଲଗା ଅଲଗା ସମୟରେ ଟି-୨୦ ଲିଗର ଆୟୋଜନ କରିଥାଏ।

ଫ୍ରାଞ୍ଚାଇଜ ଆଧାରିତ ଲିଗରେ ହେବ ୬ଟି ଦଳ:-

ଏମିରେଟ୍ସ କ୍ରିକେଟ ବୋର୍ଡ ଏ ବିଷୟରେ ବୟାନ ଜାରି କରି କହିଛନ୍ତି କି ଦୁନିଆର ଅନ୍ୟ ସଫଳ ଲିଗ ପରି ଫ୍ରାଞ୍ଚାଇଜ ଆଧାରିତ ଟି-୨୦ ଲିଗର ଆୟୋଜନ କରାଯିବ। ଏହି ଲିଗରେ ଦୁନିଆସାରା ଦିଗ୍ଗଜ କ୍ରିକେଟରଙ୍କୁ ସାମିଲ କରାଯିବ। ଲିଗରେ ଛଅଟି ଦଳ ରହିବେ ଓ ଏ ବିଷୟରେ ସୂଚନା ଅତିଶୀଘ୍ର ଦିଆଯିବ। ୟୁଏଇରେ ନିକଟରେ ଟି-୧୦ ଲିଗର ଆୟୋଜନ କରାଯାଇଥିଲା। ତେବେ ବର୍ତ୍ତମାନ ଟି-୨୦ ଲିଗର ଘୋଷଣା ପରେ ଟି-୧୦ ଲିଗର ଆୟୋଜନ ଉପରେ କଣ ପ୍ରଭାବ ପଡିବ ତାହାର ସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।

୨୦୧୪ରେ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ଚରଣ ୟୁଏଇରେ ଆୟୋଜିତ କରାଯାଇଥିଲା। ସେତେବେଳେ ଭାରତରେ ନିର୍ବାଚନ ଥିଲା। ଏହା ବ୍ୟତୀତ ୨୦୨୦ରେ କରୋନା ଭାଇରସ ଯୋଗୁଁ ଆଇପିଏଲ ୧୩ତମ ସିରିଜ ୟୁଏଇରେ ଆୟୋଜିତ କରଯାଇଥିଲା। କେବଳ ଏତିକି ନୁହେଁ, ପାକିସ୍ତାନ ସୁପର ଲିଗର କିଛି ସିଜିନ ୟୁଏଇରେ ଆୟୋଜନ କରାଯାଇଛି। ୟୁଏଇରେ ନିକଟରେ ଟି-୧୦ ଲିଗ ଆୟୋଜନ କରାଯାଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *