୨୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ଏହି ୨୨ ବର୍ଷୀୟ ଯୁବକ,ଦେଖନ୍ତୁ କେମିତି ରହିଛି ତାଙ୍କର ଲାଇଫ ଷ୍ଟାଇଲ !

ଭାରତରେ ରାଜତନ୍ତ୍ର ହୁଏତ ଶେଷ ହୋଇଯାଇଛି, କିନ୍ତୁ ରାଜା ମହାରାଜମାନଙ୍କର ବଂଶଧରମାନେ ବର୍ତ୍ତମାନ ମଧ୍ୟ ଅଛନ୍ତି ଏବଂ କାରଣ ସେ ରାଜା ଥିଲେ, ତେଣୁ ସେମାନଙ୍କ ପାଖରେ କୋଟି କୋଟି ସମ୍ପତ୍ତି ମଧ୍ୟ ରହିଥିବ | ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଦ୍ମନାଭ ସିଂ, ଯିଏକି ଜୟପୁରର ରାଜ ପରିବାରର ଅଟନ୍ତି କିମ୍ବା କହିବାକୁ ଗଲେ ସେ ଜୟପୁରର ରାଜକୁମାର ମହାରାଜା ଅଟନ୍ତି | ସେ ଜୟପୁରର ଶାହୀ ପରିବାରର ୩୦୩ ତମ ବଂଶଧର ଅଟନ୍ତି | ପଦ୍ମନାଭ ସିଂଙ୍କୁ ବର୍ତ୍ତମାନ ମାତ୍ର ୨୨ ବର୍ଷ ହୋଇଛି, କିନ୍ତୁ ସେ ପ୍ରାୟ ୨୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପଦ୍ମନାଭ ସିଂଙ୍କ ପରିବାର ନିଜକୁ ଭଗବାନ ରାମଙ୍କ ବଂଶଧର କହିଥାନ୍ତି |

ମହାରାଜା ପଦ୍ମନାଭ ସିଂଙ୍କର ଅନେକ ଗୁଣ ରହିଛି | ସେ ଜଣେ ମଡେଲ ତ ଅଟନ୍ତି, ଏହାସହିତ ଜଣେ ମହାନ ପୋଲୋ ଖେଳାଳୀ ଏବଂ ଭ୍ରମଣକାରୀ ଅଟନ୍ତି | ତାଙ୍କୁ ବୁଲିବାକୁ ବହୁତ ଭଲ ଲାଗେ | କୁହାଯାଏ ଯେ ସେ ସବୁଠାରୁ ଅଧିକ ଖର୍ଚ୍ଚ ବୁଲିବାରେ କରିଥାନ୍ତି | ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଦେଶ ବୁଲି ସାରିଛନ୍ତି |

ପଦ୍ମନାଭ ସିଂ ନିଜର ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ ପାଇଁ ଜଣାଶୁଣା ଅଟନ୍ତି | ଜୟପୁରର ରାମ ନିବାସ ମହଲରେ ତାଙ୍କର ବ୍ୟକ୍ତିଗତ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମଧ୍ୟ ରହିଛି, ଯେଉଁଥିରେ ବେଡରୁମ ଠାରୁ ଆରମ୍ଭ କରି ଡ୍ରେସିଂ ରୁମ, ପ୍ରାଇଭେଟ ଡାଇନିଂ ରୁମ, ପ୍ରାଇଭେଟ କିଚେନ ରୁମ, ବଡ଼ ବାରଣ୍ଡା ଏବଂ ପୁଲ ମଧ୍ୟ ଅଛି |

ପଦ୍ମନାଭ ସିଂ ୨୦୧୧ ମସିହାରେ ନିଜ ଜେଜେବାପା ସାୱାଇ ମାନ ସିଂଜୀ ବାହାଦୂରଙ୍କ ମୃତ୍ୟୁ ପରେ ରାଜା ହୋଇଥିଲେ, ଯାହାକୁ ‘ଜୟପୁରର ଶେଷ ମହାରାଜା’ କୁହାଯାଉଥିଲା | ପଦ୍ମନାଭ ସିଂଙ୍କ ଶାହୀ ପରିବାର ଜୟପୁରର ସିଟି ପ୍ୟାଲେସରେ ରହୁଛନ୍ତି, ଯାହାର ସ୍ଥାପନା ୧୭୧୭ ମସିହାରେ ହୋଇଥିଲା |

କୁହାଯାଏ ଯେ ଜୟପୁରର ପୂର୍ବତନ ମହାରାଜା ଭବାନୀ ସିଂ ଭଗବାନ ରାମଙ୍କ ପୁତ୍ର କୁଶଙ୍କ ୩୦୯ତମ ବଂଶଧର ଥିଲେ | ଏହି ରାଜ ପରିବାର ସହିତ ସମ୍ପର୍କ ରଖିଥିବା ପଦ୍ମିନୀ ଦେବୀ ନିଜେ ଏକ ଟିଭି ଚ୍ୟାନେଲକୁ କିଛି ବର୍ଷ ପୂର୍ବେ ଦେଇଥିବା ଏକ ଇଣ୍ଟରଭିୟୁରେ କହିଥିଲେ | ଏହା ବ୍ୟତୀତ ରାଜ ପରିବାରର ପୂର୍ବତନ ରାଜକୁମାରୀ ଡିଆକୁମାରୀ ମଧ୍ୟ ଏପରି ଏକ ପାମ୍ପଲେଟ ଦେଖାଇଛନ୍ତି, ଯେଉଁଥିରେ ପ୍ରଭୁ ରାମଙ୍କ ରାଜବଂଶର ସମସ୍ତ ପୂର୍ବଜଙ୍କ ନାମ କ୍ରମାଗତ ଭାବରେ ଲିପିବଦ୍ଧ ରହିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *