ଧୀରେ ଧୀରେ ବଢୁଛି ସାଇବର ଲୁଟେରାଙ୍କ ଆ-ତ-ଙ୍କ : ବିଡା ବିଡା ଟଙ୍କା ଦେଖାଇ ଲୁ-ଟିନେଲେ ୫୫ ହଜାର ଟଙ୍କା ,କହିଲେ ୧୦୦୦କୁ ଡାଏଲ କର,ଆଉ ତା ପରେ …ଜାଣନ୍ତୁ କେମିତି ଲୁ-ଟି-ଲେ ?

ରାଜ୍ୟରେ ସାଇବର ଲୁ-ଟେ-ରା ମାନଙ୍କର ଦବଦବା ଲାଗିରହିଥିବା ସମୟରେ, ସୁନ୍ଦରଗଡ଼ ଅଞ୍ଚଳରେ ଏହିପରି ସାଇବର ଠ-କେ-ଇର ଶି-କା-ର ହୋଇଛନ୍ତି ଜଣେ ବ୍ୟକ୍ତି। ବ୍ୟକ୍ତିଙ୍କ ପାଖକୁ ଗୋଟେ ଅଜଣା ନମ୍ବରରୁ ହ୍ୱାଟ୍ସଆପରେ କଲ ଆସିଥିଲା। କଲରେ ଦେଖାଯାଉଥିଲା, ସାମ୍ନାରେ ରଖାଯାଇଥିଲା ପୂଳା ପୂଳା ଟଙ୍କା। ସାଇବର ଠକ କହିଥିଲେ, ତମେ ବି ହୋଇଯିବ ମାଲେମାଲ, ଆଉ ତମକୁ ମିଳିବ ୨୫ଲକ୍ଷ ଟଙ୍କା। ଆଉ ଏଥିପାଇଁ ତମକୁ ଏଥିରେ ଥିବା ଲିଙ୍କକୁ କ୍ଲିକ୍ କରିବାକୁ ପଡ଼ିବ। ଆଉ ବ୍ୟକ୍ତି ଜଣକ ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଫୋନ ଆଉ କାମ କରିନଥିଲା। ଆଉ ଏକାଉଣ୍ଟରୁ ଗା-ଏ-ବ ହୋଇଯାଇଥିଲା ୫୫ ହଜାର ଟଙ୍କା। ଫୋନ ୨ ଦିନ ଧରି ଅକାମି ହେବା ସହିତ ହ୍ୱାଟ୍ସଆପ ମଧ୍ୟ ଆଉ କାମ କରୁନି। ଏହି ସାଇବର ଠ-କେ-ଇରେ ଶି-କା-ର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କିରିଙ୍ଗସେରା ଅଞ୍ଚଳର ସକୁନ୍ଦ ନାଏକ।

ସକୁନ୍ଦଙ୍କ କହିବା ଅନୁସାରେ, ଗତ ଗୁରୁବାର ଦିନ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ବ୍ୟକ୍ତିଜଣକ କେବିସି କଷ୍ଟମର ଅଫିସର ବୋଲି ପରିଚୟ ଦେଇଥିଲେ। କହିଲେ, “ସାର ନମସ୍କାର, ମୁଁ ବମ୍ବେରୁ କହୁଛି ରାଜେଶ ଶର୍ମା, କେବିସିର କଷ୍ଟମର ଅଫିସର। ଆପଣଙ୍କର ଯେଉଁ ନମ୍ୱରରେ ହ୍ୱାଟ୍ସଆପ ଅଛି, ସେହି ନମ୍ବରରେ ଆପଣଙ୍କର ୨୫ ଲକ୍ଷ ଟଙ୍କାର ଲେଟରି ଲାଗିଛି।”

Google

ସାଇବର ଠକ ଆହୁରି ମଧ୍ୟ କହିଥିଲେ ଯେ, କମ୍ପାନୀ ତରଫରୁ ହୋଇଥିବା ପ୍ରତିଯୋଗିତାରେ ୫ ହଜାର ନମ୍ୱର ସାମିଲ ହୋଇଛି। ଏହି ପ୍ରତିଯୋଗିତାରେ ଜିଓ, ଭୋଡାଫୋନ,ଏୟାରଟେଲ,ବିଏସଏନଏଲ,ଆଇଡିଆ ନମ୍ୱର ସାମିଲ ହୋଇଛି। କିନ୍ତୁ, ଆପଣଙ୍କ ନମ୍ୱର ବିଜେତା ଘୋଷିତ ହୋଇଛନ୍ତି। ଏହି ଲେଟରିର ସମ୍ପୂର୍ଣ୍ଣ ତଥ୍ୟ ଆପଣଙ୍କ ହ୍ୱାଟ୍ସଆପ ନମ୍ବରକୁ ପଠେଇ ଦିଆଯାଇଛି। ସେହି ସୂଚନା ମଧ୍ୟରେ ଜଣେ ମ୍ୟାନେଜରଙ୍କ ନମ୍ୱର ଅଛି, ନମ୍ବରକୁ ସେଭ କରି ହ୍ୱାଟ୍ସଆପ ସାହାର୍ଯ୍ୟରେ ଯୋଗାଯୋଗ କରନ୍ତୁ। ଏହାପରେ ଆପଣଙ୍କ ଲେଟରି ନମ୍ୱର ଜଣାଇବେ, ଆଉ ତାପରେ ବାକି ଡାଟା ସେଠୁ ଆପଣଙ୍କୁ ମିଳିଯିବ।

କିଛି ବୁଝିବା ପୂର୍ବରୁ, ସକୁନ୍ଦ ବ୍ୟକ୍ତିଙ୍କ ପାଖକୁ ହ୍ୱାଟ୍ସଆପରେ କଲ କରିଥିଲେ, ଅପରପାର୍ଶ୍ଵ ବ୍ୟକ୍ତି ଜଣଙ୍କ ୨ ହଜାର ଟଙ୍କିଆ ବିଡା ବିଡା ନୋଟ୍ ଦେଖାଇଲେ। ଆଉ ମଧ୍ୟ କହିଲେ ଯେ, ଆପଣଙ୍କ ପାଖକୁ ଗୋଟେ ଲିଙ୍କ ପଠାଯାଇଛି, ଲିଙ୍କରେ କ୍ଲିକ୍ କରି ୧୦୦୦ ଡାଏଲ କରନ୍ତୁ। ଲିଙ୍କ କ୍ଲିକ୍ କରି ଯେତେବେଳେ ୧୦୦୦ ଡାଏଲ କରି କରୁ ଏକାଉଣ୍ଟରୁ ୫୫ ହଜାର ଟଙ୍କା କଟି ଯାଇଥିଲା। ଆଉ ମୋବାଇଲ ଅକାମି ହୋଇଯାଇଥିଲା ଏବଂ ହ୍ୱାଟ୍ସଆପ ମଧ୍ୟ କାମ କରୁନି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *