ଗାଇଡଲାଇନ ଜାରି କଲା ସିବିଏସଇ : ମାର୍ଚ୍ଚ ୧୧ରୁ ଦଶମ,ଦ୍ଵାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା

ରାଜ୍ୟରେ ମାର୍ଚ୍ଚ ୧୧ରୁ ଦଶମ, ଦ୍ଵାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ଜୁନ ୧୧ରେ ସରିବ ବୋଲି ଘୋଷଣା କରିଛନ୍ତି, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ। ଏହି ପ୍ରାକ୍ଟିକାଲ ପରୀକ୍ଷା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ଼. ସାନ୍ୟମ ଭରଦ୍ୱାଜ କହିଛନ୍ତି, ଏହି ଗାଇଡଲାଇନକୁ ନମାନିଲେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ଦେବେ। ଏହି ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ରାଜ୍ୟର ସମସ୍ତ ସ୍କୁଲ ଅଧ୍ୟାପକ ମାନଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ଲେଖାଯାଇଛି ଯେ, ବୋର୍ଡ ତରଫରୁ ନିଯୁକ୍ତ ହୋଇଥିବା ଏକ୍ସଟରନାଲଙ୍କ ଉପସ୍ଥିତିରେ ଏହି ପରୀକ୍ଷା ଆରମ୍ଭ କରାଯିବ। କିନ୍ତୁ, ଯଦି ଅନ୍ୟ କୌଣସି ଶିକ୍ଷକ ଦ୍ଵାରା ପରୀକ୍ଷା ଆରମ୍ଭ କରାଯାଏ ତା’ହେଲେ ଏହି ପରୀକ୍ଷା ବାତିଲ କରାଯିବ। ଥିଓରୀ ମାର୍କ ଅନୁଯାୟୀ ମାର୍କ ଦିଆଯିବ। ପରୀକ୍ଷା ସରିବା ପରେ ଠିକ୍ ମାର୍କ, ପରୀକ୍ଷା ହଲର ଫଟୋ ଏବଂ ପରୀକ୍ଷା ହଲରେ ଉପସ୍ଥିତିକୁ ସମସ୍ତ ତଥ୍ୟ ଦିଆଯାଇଥିବା ୱେବସାଇଟରେ ପ୍ରତିଦିନ ଅପଲୋଡ଼ କରିବାକୁ ପଡ଼ିବ। ଏହାଦ୍ବାରା ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେହି ସମୟରେ ଆଉ ଥରେ ପରୀକ୍ଷା ଦେବାପାଇଁ ସମୟ ଧାର୍ଯ୍ୟ କରାଯିବ।

Google

ଜୁନ ୧୧ ତାରିଖ ପରେ ଅନ୍ୟ କୌଣସି ପରୀକ୍ଷା କରାଯିବ ନାହିଁ। ରାଜ୍ୟର ସମସ୍ତ ସ୍କୁଲକୁ ସାନିଟାଇଜ ପୂର୍ବରୁ କରାଯାଇଛି। ପ୍ରତିଦିନ ପରୀକ୍ଷା ଦେବା ପାଇଁ ପ୍ରତି ହଲରେ ୨୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସରିବା ପରେ ପ୍ରତି ହଲକୁ ପୁନଶ୍ଚ ସାନିଟାଇଜ କରାଯିବ। ପରୀକ୍ଷା ସରିବା ପରେ ସମସ୍ତେ ସ୍କୁଲ ଛାଡ଼ିବାକୁ ବାଧ୍ୟତାମୂଳକ ନିୟମ କରିଛନ୍ତି, ଡ଼. ସାନ୍ୟମ ଭରଦ୍ୱାଜ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *