ଅଚାନକ ଯଦି ଟଙ୍କାର ଆବଶ୍ୟକ ପଡେ ତାହେଲେ କେମିତି ପାଇବେ ଲୋନ, ଜାଣନ୍ତୁ ସମ୍ପୂର୍ଣ ସୂଚନା

ଭ୍ୟାକ୍ସିନ ବାହାରିବା ପରେ ମଧ୍ୟ କରୋନା ପରେ ଲୋକମାନେ ଆର୍ଥିକ ଭାବରେ ଏପର୍ଯ୍ୟନ୍ତ ସୁଦୃଢ଼ ହୋଇପାରିନାହାଁନ୍ତି, ଖାଆସ କରି ସେମାନେ ଯେଉଁମାନେ ଏହି କରୋନା ସମୟରେ ନିଜର ଚାକିରୀ ହରାଇଥିଲା । କୁହାଯାଏ ଚିନ୍ତା ଅଛି ତ ଏହାର କାରଣ ରହିଥାଏ ଓ କାରଣ ଥିଲେ ଏହାର ନିବାରଣ ମଧ୍ୟ ରହିଥାଏ । ଏହି ଖବର ମାଧ୍ୟମରେ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କେମିତି ଆପଣ ଏହି ପରିସ୍ଥିତିରେ ଲୋନ ନେଇପାରିବେ।

କ୍ରେଡିଟ କାର୍ଡ଼ ଜରିଆରେ ଲୋନ :-

ଯଦି ଆପଣ ନିଜର କ୍ରେଡିଟ କାର୍ଡ଼ ବିଲ ସଠିକ ସମୟରେ ପୈଠ କରୁଥାନ୍ତି ଓ ଆପଣଙ୍କ କ୍ରେଡିଟ ହିଷ୍ଟ୍ରି ବହୁତ ଭଲ ଥିବ ତାହେଲେ ଆପଣଙ୍କୁ ସହଜରେ ଲୋନ ମିଳିଯିବ । କିଛି କ୍ରେଡିଟ କାର୍ଡ଼ କମ୍ପାନୀ ଆପଣଙ୍କୁ ଏହାର ଲିମିଟରୁ ମଧ୍ୟ ଅଧିକ ଲୋନ ତୁରନ୍ତ ଦେଇପାରିବେ ।

ଗୋଲଡ଼ ଉପରେ ଲୋନ :-

ଏମରଜେନ୍ସି ସମୟରେ ଆପଣ ଗୋଲଡ଼ ବନ୍ଧା ରଖି ଲୋନ ନେଇପାରିବେ। ଆରବିଆଇ 2020 ଅଗଷ୍ଟ ମାସରେ ଏକ ବଡ଼ ଛାଡ଼ କରିଥିଲା । ଏହା ଅନୁସାରେ, ଯାହା ପାଖରେ ଗୋଲଡ଼ କଏନ କିମ୍ବା ଗୋଲଡ଼ ଅଳଙ୍କାର ଥିବ ତାହାର ଭାଲ୍ୟୁର 90 ପ୍ରତିଶତ ଲୋନ ନେଇପାରିବେ । ଏହାପୂର୍ବରୁ ଗୋଲଡ଼ ଭାଲ୍ୟୁର 75 ପ୍ରତିଶତ ଲୋନ ଦିଆଯାଉଥିଲା ।

PPF ଉପରେ ଲୋନ :-

ଲୋନ ପାଇବାକୁ ଆଉ ଏକ ସହଜ ଉପାୟ ହେଉଛି ପିପିଏଫ ଲୋନ । ପିପିଏଫ ଖାତାରେ 3 ବର୍ଷ ପୂରଣ ହେବାପରେ ଆପଣଙ୍କୁ ଲୋନ ମିଳିଥାଏ । ଖାତାରେ ଥିବା ଜମା ରାଶିର 25 ପ୍ରତିଶତ ଲୋନ ଆପଣଙ୍କୁ ମିଳିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *