ଆମେରିକାର ଗୋଟିଏ ଟୁଇଟରେ ପାକିସ୍ତାନରେ ଖେଳି ଯାଇଛି ଆ-ତ-ଙ୍କ,ଜାଣନ୍ତୁ ପୁରା ଖବର

ଆମେରିକାରେ ଵିଦେଶ ମନ୍ତ୍ରାଳୟ ଏକ ଟୁଇଟ କରିଛି, ଯେଉଁଥିରେ କାଶ୍ମୀରକୁ ଭାରତର ଅଂଶ କୁହାଯାଇଛି,ଫଳରେ ପାକିସ୍ତାନ ଭଡକି ଯାଇଛି|ଆମେରିକାର ଏହି ଟୁଇଟ ଫଳରେ ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଓ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି କଡା ଆପତ୍ତି କରିଛନ୍ତି|

ଆମେରିକାର ଜୋ ବାଇଡେନ ପ୍ରଶାସନର ବିଦେଶ ମନ୍ତ୍ରାଳୟ ପକ୍ଷରୁ କାଶ୍ମୀରକୁ ନେଇ କରାଯାଇଥିବା ଟୁଇଟ୍ ଫଳରେ ପାକିସ୍ତାନରେ ଖଲବଲି ଖେଳି ଯାଇଛି|କହିରଖେ ଯେ ଆମେରିକାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ଟୁଇଟ୍ କରାଯାଇଥିଲା ଯେଉଁଥିରେ ଜାମ୍ମୁକାଶ୍ମୀରକୁ ବିବାଦୀୟ କ୍ଷେତ୍ର ନକହି ଭାରତର ଅଂଶ କୁହାଯାଇଥିଲା|

ଆମେରିକି ବିଦେଶ ମନ୍ତ୍ରାଳୟ ଟୁଇଟ କରିଥିଲା ଯେ ଆମେ ଭାରତର ଜାମ୍ମୁକାଶ୍ମୀରର ୪ଜି ଇଣ୍ଟରନେଟ ସେବାର ଶୁଭାରମ୍ଭର ସ୍ୱାଗତ କରିଛନ୍ତି|ଏହା ସ୍ଥାନୀୟ ଲୋକଙ୍କ ପାଇଁ ଵଡ ଖବର ଓ ଆମେ ଆଶା କରୁଛୁ ଯେ ଆଗାମୀ ଦିନରେ ଜାମ୍ମୁକାଶ୍ମୀରରେ ରାଜନୈତିକ ଓ ଆର୍ଥିକ ପ୍ରଗତି ଜରିଆରେ ସ୍ଥିତି ସାମାନ୍ୟ ହେବ|

ଆମେରିକାରେ ଵିଦେଶ ମନ୍ତ୍ରାଳୟ ଟୁଇଟରେ ଜାମ୍ମୁକାଶ୍ମୀରକୁ ବିବାଦୀୟ କ୍ଷେତ୍ର ନକହିବା ପାକିସ୍ତାନର ବିଦେଶ ମନ୍ତ୍ରାଳୟର ଚିନ୍ତାର କାରଣ ପାଲଟିଛି|ପାକିସ୍ତାନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଜାହିଦ ଚୈଧୁରୀ କହିଛନ୍ତି ଆମେରିକାର ବିଦେଶ ମନ୍ତ୍ରାଳୟର ଟୁଇଟରେ କାଶ୍ମୀରକୁ ଯେଉଁଭଳି ଭାବେ ବର୍ଣ୍ଣନା ହୋଇଛି ଏହା ନିରାଶାଜନକ|କାଶ୍ମୀରକୁ ବିବାଦୀୟ କ୍ଷେତ୍ର ନକହିବା ସଂଯୁକ୍ତ ରାଷ୍ଟ୍ର ପରିଷଦର ପ୍ରସ୍ତାବ ଓ ଆନ୍ତର୍ଜାତୀୟ ସମୁଦାୟ ବିରୋଧି|

କହିରଖେ ଯେ ଆମରିକା ଵିଦେଶ ମନ୍ତ୍ରାଳୟର ପ୍ରବକ୍ତା ନେଡ ପ୍ରାଇସ ଠାରୁ ଏକ ମିଡିଆ ବ୍ରେକିଙ୍ଗରେ ଏହି ମାମଲାରେ ପ୍ରଶ୍ନ କରିବାରୁ ସେ କହିଲେ ଯେ ଆମେ ସ୍ପଷ୍ଟ କରିବାକୁ ଚାହୁଁ ଯେ ଜାମ୍ମୁକାଶ୍ମୀରକୁ ନେଇ ଆମରିକାର ନୀତିରେ ପରିବର୍ତ୍ତନ ହୋଇଛି ନା ନାହିଁ |

ଆମରିକାର ଏହି ଟୁଇଟକୁ ନେଇ ପାକିସ୍ତାନର ବିଦେଶ ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି|ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି କହିଛନ୍ତି ଯେ କାଶ୍ମୀର ଜମି ସମସ୍ୟାକୁ ବାଇଡେନ ପ୍ରଶାସନ ଅଣଦେଖା କରନ୍ତୁ ନାହିଁ|ସେ କହିଛନ୍ତି ଡେରି ହେବା ପୂର୍ବରୁ କାଶ୍ମୀର ସମସ୍ୟାର ସମାଧାନ ହେବା ଉଚିତ|

ସେ କହିଛନ୍ତି ମୋତେ ଆଶାଅଛି ଯେ ବାଇଡେନ ପ୍ରଶାସନ ପ୍ରଥମରୁ ମାନବାଧିକାରର କଥା କହି ଆସୁଛି, ଏଥିପାଇଁ କାଶ୍ମୀର ଜମିକୁ ଅଣଦେଖା କରିବା ଉଚିତ ନୁହେଁ|ସେ କହିଛନ୍ତି ଆମକୁ ବସିକି ରାସ୍ତା ବାହାର କରିବା ଆବଶ୍ୟକ|ସେ ଚେତାବନୀ ଦେଇକି ମଧ୍ୟ କହିଛନ୍ତି ଅବସ୍ଥା ଖରାପ ହେବା ଫଳରେ ବଡ ଦୁର୍ଘଟଣା ହୋଇପାରେ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *