ଭାଗ୍ୟ ହେବ ତ ଏମିତି : ୮ ବର୍ଷର କୁକୁର ହୋଇଗଲା ୩୬ କୋଟି ଟଙ୍କାର ମାଲିକ,ଜାଣନ୍ତୁ ପୁରା ଘଟଣା

ଆମେରିକାରେ ଏକ କୁକୁର ୩୬ କୋଟି ଟଙ୍କାର ମାଲିକ ହୋଇଯାଇଛି। ଏହା ଶୁଣି ଆପଣଙ୍କୁ ଝଟକା ନିଶ୍ଚୟ ଲାଗିଥିବ କିନ୍ତୁ ଏହା ବାସ୍ତବରେ ସତ ଅଟେ। ଆମେରିକାର ଟେନେସି ସହରରେ ରହୁଥିବା ବିଲ ଡୋରିସଙ୍କ ମୃତ୍ୟୁ ପରେ ନିଜର କୁକୁର “ଲୁଲୁ” ପାଇଁ ୫ମିଲିୟନ ଡଲାର(୩୬,୨୯,୫୫,୨୫୦କୋଟି)ର ବଡ ଧରଣର ସମ୍ପତ୍ତି ଛାଡି ଦେଇଯାଇଛନ୍ତି। ରିପୋର୍ଟ ମୁତାବିକ ବିଲ ଡୋରିସ ନିଜର ୮ ବର୍ଷର ଲୁଲୁକୁ ବହୁତ ଭଲପାନ୍ତି।

ମୃତ୍ୟୁ ପୂର୍ବରୁ ବିଲ ଡୋରିସ କୁକୁର ପାଇଁ ନିଜର ପ୍ରେମ ଦେଖାଇ ନିଜର ଶେଷ ଇଚ୍ଛା କହିଲେକି, ତାଙ୍କର ମୃତ୍ୟୁ ପରେ ଏହି ସମ୍ପତ୍ତିକୁ ଏକ ଟ୍ରଷ୍ଟରେ ହସ୍ତାନ୍ତରିତ କରି ଦିଆଯାଉ ଯାହାଦ୍ୱାରା ଲୁଲୁର ବହୁତ ଭଲ ଭାବରେ ଯତ୍ନ ନିଆଯାଇପାରିବ। ରିପୋର୍ଟ ଅନୁସାରେ ଡୋରିସ କୁକୁରକୁ ନିଜର ସାଙ୍ଗ ମାର୍ଥା ବର୍ଟନ ପାଖରେ ଦେଖାରଖା ପାଇଁ ଛାଡିଦେଲେ। ଡୋରିସଙ୍କ ସମ୍ପତ୍ତିରେ କୁହାଯାଇଛି କି ବର୍ଟନଙ୍କୁ ଲୁଲୁଙ୍କର ଉଚିତ ଦେଖାରଖା ପାଇଁ ଟ୍ରଷ୍ଟରେ ଜମା ପଇସାରୁ ମାସିକ ଖର୍ଚ୍ଚ ପାଇଁ ଦିଆଯିବ।

ନିଜର ସ୍ଵର୍ଗତ ସାଙ୍ଗ ଡୋରିସଙ୍କର ଲୁଲୁ ସହିତ ସମ୍ପର୍କ ବିଷୟରେ, ବର୍ଟନ ଏକ ନିର୍ଦିଷ୍ଟ ନ୍ୟୁଜ ଚ୍ୟାନେଲକୁ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ,ସେ ବାସ୍ତବରେ କୁକୁରକୁ ବହୁତ ଭଲ ପାଉଥିଲେ।”

ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ କି ଡୋରିସଙ୍କ ସମ୍ପତ୍ତି କେତେ, କିନ୍ତୁ ଦ ନ୍ୟୁୟର୍କ ପୋଷ୍ଟ ଅନୁସାରେ, ତାଙ୍କର ସାଙ୍ଗ ଖୁଲାସା କରିଛନ୍ତି କି ତାଙ୍କ ପାଖରେ ବହୁତ ଅଚଳାଚଳ ସମ୍ପତ୍ତି ଅଛି ଓ ସେ ଅଲଗା ଅଲଗା କମ୍ପାନୀରେ ନିବେଶ କରିଛନ୍ତି।

ଏହା ବ୍ୟତୀତ ଲୁଲୁକୁ ଯେଉଁ ରାଶି ମିଳିଛି, ତାହାକୁ ନୂଆ ମାଲିକ ନିଜ ଇଚ୍ଛାରେ ଏହାକୁ ବ୍ୟବହାର କରିପାରିବେ ନାହିଁ। ମାଲିକାନାରେ କେବଳ ଉଚିତ ମାସିକ ଖର୍ଚ୍ଚ ପାଇଁ ବର୍ଟନଙ୍କୁ ପଇସା ଦେବାକୁ ଅନୁମତି ଦିଆଯାଇଛି। ଏକ କୁକୁର ପାଇଁ ଏହି ରାଶି ତାର ବୟସ ଠାରୁ ବହୁଗୁଣା ଅଧିକ ଅଟେ। ବର୍ଟନ ନ୍ୟୁୟର୍କ ପୋଷ୍ଟରେ କହିଲେ କି ସେ କୁକୁରର ଭଲ ଦେଖାରଖା କରିବା ପାଇଁ ଚେଷ୍ଟା କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *