୯ ଦିନରେ ଆପଣଙ୍କ ଟଙ୍କା ହୋଇଯିବ ଦୁଇଗୁଣ । ଆଦାର ପୁନାୱାଲ ଏହି କମ୍ପାନୀ କିଣିବା ପାଇଁ ଘୋଷଣା କରିଛନ୍ତି,ଜାଣନ୍ତୁ ପୁରା ଖବର

ଆଦାର ପୁନାୱାଲାଙ୍କ କମ୍ପାନୀ ରାଇଜିଙ୍ଗ ସନ ହୋଲ୍ଡିଂସ ଏବେ ଫାଇନାନ୍ସ କମ୍ପାନୀ ମ୍ୟାଗ୍ମା ଫିନକୋରପକୁ କିଣିବାକୁ ଯାଉଛନ୍ତି। ଏହି ଡ଼ିଲ 3456 କୋଟି ଟଙ୍କାର ହୋଇଛି । ଏହି ଡ଼ିଲ ପରେ MAGMA FINCORP ରେ ରାଇଜିଙ୍ଗ ଷ୍ଟାରର 60 ପ୍ରତିଶତ ଭାଗ ରହିବ ।

ଏହି ଡ଼ିଲର ଖବର ପୂର୍ବରୁ ମ୍ୟାଗ୍ମା ଶେୟରର ଭାଲ୍ୟୁ ବଢିବାକୁ ଲାଗିଥିଲା । ମ୍ୟାଗ୍ମା ଫିନକର୍ପଙ୍କ ଶେୟର ଏକସପ୍ତାହ ମଧ୍ୟରେ 55 ରୁ 93 ଟଙ୍କା ଓ ଏକମାସରେ 41 ଟଙ୍କାରୁ 93 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିସାରିଛି । ଏହି ଶେୟର କେବଳ 9 କାରବାରୀ ଦିନରେ 100 ପ୍ରତିଶତରୁ ଅଧିକ ବଢିଯାଇଛି ।

ଆନୁମାନିକ ଜାନୁଆରୀ 25 ତାରିଖରେ BSE ରେ ମ୍ୟାଗ୍ମା ଫିନକର୍ପ ଶେୟର 45.10 ଟଙ୍କାରେ ଥିଲା । ଯେବେକି 11 ଫେବୃଆରୀରେ ଏହାର ମୂଲ୍ୟ ବଢି 93.40 ଟଙ୍କାରେ ପହଞ୍ଚିଯାଇଛି । ଗୁରୁବାର ଦିନ କମ୍ପାନୀର ଶେୟର 10 ପ୍ରତିଶତର ଅପର ସର୍କିଟ ଲାଗିଛି ।

ଏହି ଶେୟର ବିଗତ 6 ରୁ 8 ମାସ ମଧ୍ୟରେ ନିବେଶକଙ୍କୁ ବମ୍ପର ରିଟର୍ଣ୍ଣ ଦେଇଛି । ମେ 28 2020 ରେ ଶେୟରର ଦାମ ପାଖାପାଖି 13.15 ଟଙ୍କା ଥିଲା ।

ଆଦାର ପୁନାୱାଲଙ୍କ କମ୍ପାନୀ ମ୍ୟାଗ୍ମା ଫିନକର୍ପରେ 70 ଟଙ୍କା ପ୍ରତି ଶେୟର ଦରରେ 45.80 କୋଟି ଶେୟର ପାଇଁ 3,456 କୋଟି ଟଙ୍କା ନିବେଶ କରିବେ । ଡ଼ିଲରେ ମୋହର ଲାଗିବାପରେ କମ୍ପାନୀର ନାମ ବଦଳି ପୁନାୱାଲ ଫାଇନାନ୍ସ କରାଯିବ ଏବଂ ଆଦାର ପୁନାୱାଲ ବୋର୍ଡ ଅଫ ଡ଼ାଇରେକ୍ଟର ଚେୟାରମ୍ୟାନ ହେବେ ।

ଏହା ପୂରଣ ହେବାପରେ ମ୍ୟାଗ୍ମା ଫିନକର୍ପ ରେ ରାଇଜିଙ୍ଗ ସନ ହୋଲ୍ଡିଂର ଭାଗ 60 ପ୍ରତିଶତ ହୋଇଯିବ । ମ୍ୟାଗ୍ମା ଫିନକର୍ପ ଏକ ନନ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ ଅଟେ ।

କମ୍ପାନୀର କାରବାର 21 ରାଜ୍ୟରେ ବ୍ୟାପିଯାଇଛି । କମ୍ପାନୀ NBFC କମର୍ସିଆଲ ଫାଇନାନ୍ସ, ଏଗ୍ରି ଫାଇନାନ୍ସ, SME ଫଇନାନ୍ସ ସହିତ ଜେନେରାଲ ଇନ୍ସୁରାନ୍ସ ଭଳି ସର୍ଭିସ ଦେଇଥାଏ । ବର୍ତ୍ତମାନ କମ୍ପାନୀର ଫୋକସ ଗ୍ରାମୀଣ ଓ ଛୋଟ ସହର ଉପରେ ରହିଛି, ଏହାସହ 297 ଶାଖା ମଧ୍ୟ ରହିଛି । କମ୍ପାନୀ ପାଖରେ 50 ଲକ୍ଷ ଗ୍ରାହକଙ୍କ ବେସ ରହିଛି ଓ ଲୋନ ବୁକ 15 ହଜାର କୋଟି ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *