କଣ ପାକିସ୍ତାନରେ କୁହାଯିବ ଜୟ ଶ୍ରୀ ରାମ : ମମତାଙ୍କ ଉପରେ ଗର୍ଜିଲେ ଅମିତ୍ ଶାହା,ବଙ୍ଗଳାରେ ମାହୋଲ ସୃଷ୍ଟି ହେଲା ଏମିତି,ପଢନ୍ତୁ ପୁରା ଖବର

ପଶ୍ଚିମବଙ୍ଗରେ ଯେମିତି ବିଧାନସଭା ନିର୍ବାଚନ ପାଖେଇ ଆସୁଛି ସେମିତି ସତ୍ତାରୂଢ ପାର୍ଟି ତୃଣମୂଳ କଂଗ୍ରେସ ଓ ମୁଖ୍ୟ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ଝଗଡା ତୀବ୍ର ହେବାର ଦେଖାଯାଉଛି। ଉଭୟ ପାର୍ଟି ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଏହି ଲଢେଇ ଧୀରେ ଧୀରେ ତୀବ୍ର ହେବାର ଦେଖାଯାଉଛି। ଆଜି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ବଙ୍ଗଳା ସରକାରଙ୍କ ଉପରେ ରାଗି ନିଜର ଟାର୍ଗେଟ କରିଲେ। ପଶ୍ଚିମବଙ୍ଗରେ ପହଞ୍ଚିଲେ ଅମିତ ଶାହା। ସେଠାରେ ଏକ ରାଲିରେ ସମ୍ବୋଧିତ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଲେ।

ମମତାଙ୍କୁ ‘ଜୟ ଶ୍ରୀ ରାମ’ରୁ ବିରୋଧ କରି ଅମିତ ଶାହା ତାଙ୍କୁ ଘେରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ମମତାଙ୍କ ଉପରେ ନିନ୍ଦା କରି କହିଛନ୍ତିଯେ, “ବଙ୍ଗଳା ଭିତରେ ପରିବେଶ ଏପରି କରିଦେଇଛନ୍ତିଯେ, ‘ଜୟ ଶ୍ରୀ ରାମ’ କହିବା ଅପରାଧ ଅଟେ। ଆରେ ମମତା ଦିଦି, ବଙ୍ଗଳାରେ ଜୟ ଶ୍ରୀ ରାମ କୁହାଯିବନି ତେବେ କଣ ଏହା ପାକିସ୍ତାନରେ କୁହାଯିବ। ‘ଉଲ୍ଲେଖନୀୟ କଥା ହେଉଛିଯେ, ଅମିତ ଶାହା ଗୁରୁବାରକୁ କୁଚବିହାରଠାରେ ଏକ ରାଲିରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ମଞ୍ଚ ଉପରେ ମମତାଙ୍କୁ ଆକ୍ରମଣ କରି କହିଥିଲେ ଯେ, “ମୁଁ କଥା ଦେଉଛି କି, ନିର୍ବାଚନ ଶେଷ ହେବା ଯାଏଁ ମମତା ଦିଦି ମଧ୍ୟ ‘ଜୟ ଶ୍ରୀ ରାମ’ କହିବେ।”

ପଶ୍ଚିମବଙ୍ଗ ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରି କେନ୍ଦ୍ର ଗୃହମନ୍ତ୍ରୀ ଶାହା ରାଲିରେ କହିଛନ୍ତିଯେ, “ମମତା ଦିଦି ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଝଗଡା କରନ୍ତି। ସୁଭାଷ ବାବୁଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଝଗଡା କରିଥିଲେ। ସର୍ବଶେଷରେ, ସୁଭାଷ ବାବୁଙ୍କ କାର୍ଯ୍ୟକ୍ରମ ଥିଲା ତୋ ଝଗଡା କରିନଥାନ୍ତେ, କିନ୍ତୁ ସେ ସବୁବେଳେ ଝଗଡା କରିଥାନ୍ତି। ଏହି ନିନିର୍ବାଚନରେ ଏମିତି ସରକାର ଗଠନ କରନ୍ତୁ, ଯିଏ ମୋଦୀଙ୍କ ସହିତ ବଙ୍ଗଳାର ବିକାଶ ପାଇଁ କାର୍ଯ୍ୟ କରୁଥିବ।ଗୋଟିଏ ଇଞ୍ଜିନ ମୋଦୀ ସରକାରଙ୍କ ପାଇଁ ଏବଂ ଅନ୍ୟ ଇଞ୍ଜିନ ବଙ୍ଗଳାର ବିଜେପି ସରକାର ପାଇଁ, ତେବେ ଆମେ ଏକାଠି ହୋଇ ରାଜ୍ୟକୁ ବହୁ ଆଗକୁ ନେଇଯିବା। ”

ମେ ପରେ ମୁଖ୍ୟମନ୍ତ୍ରୀ ରହିବେ ନାହିଁ ମମତା ଦିଦି…

ସମ୍ବୋଧିତ ସମୟରେ ଶାହା କହିଲେକି, କେନ୍ଦ୍ରର ଏମିତି ଅନେକ ଯୋଜନା ଅଛି, ଯାହାର ଲାଭ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାରଣରୁ ଲୋକଙ୍କୁ ମିଳିପାରୁ ନାହିଁ। ମମତା ଦିଦି ଆମକୁ ବଙ୍ଗଳାର ସେବା କରିବାରେ ରୋକିଥାନ୍ତି। କେନ୍ଦ୍ରର ଏକ ଯୋଜନା ଅଛି, ଯାହାଦ୍ୱାରା ଯଦି କେହି ବୀମାର ହୁଅନ୍ତି ତେବେ ୫ଲକ୍ଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ମୋଦୀ ସରକାର ଉଠାଇବେ। ମମତା ଦିଦିଙ୍କ କାରଣରୁ ଏହି ଯୋଜନା ବଙ୍ଗଳାର ଲୋକଙ୍କ ନିକଟରେ ପହଞ୍ଚିପାରୁନାହିଁ। ଶାହା ଆଗକୁ କହିଲେକି, ବର୍ତ୍ତମାନ ଆମକୁ ମମତା ଦିଦି ବଙ୍ଗଳାର ଜନତାଙ୍କର ସେବା କରିବାରେ ରୋକିପାରିବେ ନାହିଁ। ମୁଁ ଆପଣଙ୍କୁ କହୁଛିକି ଆପଣ ମେ ପରେ ଆମକୁ ରୋକିପାରିବେ ନାହିଁ। କାରଣ ଆପଣ ମୁଖ୍ୟମନ୍ତ୍ରୀ ରହିବେ ନାହିଁ।

ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ରାଗି କହିଲେକି,” ମମତା ଦିଦି, ଏହି ଲଢେଇ ଆପଣ ଜିତିପାରିବେ ନାହିଁ କାରଣ ବଙ୍ଗଳା ଜନତା ନିଶ୍ଚିତ କରିସାରିଛନ୍ତିକି ପରିବର୍ତ୍ତନ କରିକି ରହିବେ। ମମତା ଦିଦି, ଏଥର ବଙ୍ଗଳା ନିର୍ବାଚନ ଐତିହାସିକ ହେବାକୁ ଯାଉଛି। ଆପଣଙ୍କ ଦଙ୍ଗା ପ୍ରମୁଖ ଗୁଣ୍ଡାଙ୍କ ସାମ୍ନାରେ ମୋର ଭାରତୀୟ ଜନତା ପାର୍ଟିର ବୁଥ ପ୍ରମୁଖ ଲଢେଇ ଲଢିବେ, ବୁଥର କାର୍ଯ୍ୟକର୍ତ୍ତା ମଧ୍ୟ ଲଢିବେ।”

ମୋଦୀଜୀଙ୍କ ବିକାଶର ମଡେଲ ବନାମ ମମତାଜୀଙ୍କ ବିକାଶ ମଡେଲ…

କୁଚବିହାରର ସଭାରେ ସମ୍ବୋଧିତ କରି ଆଗକୁ ଅମିତ ଶାହା କହିଲେକି, ବଙ୍ଗଳା ନିର୍ବାଚନ ଏଥର ମୋଦୀଜୀଙ୍କ ବିକାଶର ମଡେଲ ବନାମ ମମତାଜୀଙ୍କ ବିକାଶ ମଡେଲ ଅଟେ। ଲୋକମାନଙ୍କୁ ଏଥିରୁ ଚୟନ କରିବାକୁ ହେବକି ସେମାନେ ଆଗାମୀ ବିଧାନସଭା ନିର୍ବାଚନରେ କଣ ଚୟନ କରିବେ।

ସାରା ଭାରତ ମୋଦୀଜୀଙ୍କ ନେତୃତ୍ଵରେ ଭାଜପାରେ ଜଡିତ…

ଶାହା କହିଲେକି, ଭାରତୀୟ ଜନତା ପାର୍ଟି ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶର ଫର୍ମୁଲା ଉପରେ କାମ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ଵରେ ଧୀରେ ଧୀରେ ସାରା ଭାରତରେ ଭାରତୀୟ ଜନତା ପାର୍ଟି ଯୋଡି ଅଛି। ସମସ୍ତ ସମାଜ, ସଂସ୍କୃତି, ଭାଷା, ସଙ୍ଗୀତ ଓ ସାହିତ୍ୟକୁ ନେଇ ଆମେ ସାଥିରେ ଚାଲିଅଛୁ। ଯେତେବେଳେକି ତୃଣମୂଳ କଂଗ୍ରେସ ଓ କଂଗ୍ରେସ ପଶ୍ଚିମବଙ୍ଗ ପାଇଁ କିଛି କରିନାହାନ୍ତି।

ପଶ୍ଚିମବଙ୍ଗରେ ଏପ୍ରିଲ-ମେ ୨୦୨୧ରେ ଆଗାମୀ ବିଧାନସଭା ନିର୍ବାଚନ ଆୟୋଜନ କରାଯାଉଛି। ଯେଉଁଠି ସତ୍ତାରୂଢ ପାର୍ଟି ତୃଣମୂଳ କଂଗ୍ରେସ ନିଜର ଆସନ ବଞ୍ଚାଇବା ପାଇଁ ଚେଷ୍ଟାରେ ଲାଗିଛି ସେହିପରି ଭାରତୀୟ ଜନତା ପାର୍ଟି ନିଜର ସରକାର ବନାଇବା ପାଇଁ ସୁଯୋଗ ଖୋଜୁଅଛି। ସେଥିପାଇଁ ଭାଜପା ଲଗାତାର ପ୍ରୟାସ କରୁଅଛି। ଗୋଟିଏ ପରେ ଗୋଟିଏ ଭାଜପାର ବଡ ନେତା ବଙ୍ଗଳାର ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ଯେତେବେଳେକି ତୃଣମୂଳ କଂଗ୍ରେସ ଏହି କାମରେ ମଧ୍ୟ କୌଣସି ଅଭାବ ରଖୁନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *