ଦେଖନ୍ତୁ ଭିଡିଓ : ବୃଦ୍ଧା ମହିଳା ନିଜର ୧୦୦ ତମ ଜନ୍ମଦିନରେ କଲେ ଜବରଦସ୍ତ ଡ୍ୟାନ୍ସ, ଜିତିଲେ ଲୋକମାନଙ୍କ ହୃଦୟ

ସୋସିଆଲ ମିଡିଆରେ ଏକ ଭିଡିଓ ଲୋକଙ୍କ ହୃଦୟ ଜିତୁଛି | ଏହି ଭିଡିଓଟି ଓ଼କ୍ଳାହୋମାର ଜଣେ ବୃଦ୍ଧ ମହିଳା ସିଲଭିଆ ଓଭେନ୍ସଙ୍କର ଅଟେ | ଯିଏକି ନିଜର ୧୦୦ ତମ ଜନ୍ମଦିନକୁ ବହୁତ ଧୂମଧାମରେ ସେଲିବ୍ରେଟ କରିଛନ୍ତି | ବିଭର କାଉଣ୍ଟି ନର୍ସିଂହୋମରେ ବୃଦ୍ଧାଶ୍ରମରେ ରହୁଥିବା ଓଭେନ୍ସ କର୍ମଚାରୀଙ୍କ ମଧ୍ୟରେ ନିଜ ଜନ୍ମଦିନ ପାଳନ କରିଥିଲେ | ତାଙ୍କ ଜନ୍ମଦିନ ସେଲିବ୍ରେସନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି | ଏହି ଭିଡିଓରେ ବୃଦ୍ଧା ମହିଳାଙ୍କ ଖୁସିକୁ ଦେଖି ଲୋକମାନେ ମଧ୍ୟ ଖୁସି ହେଉଛନ୍ତି |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓରେ ଆପଣ ବୃଦ୍ଧା ମହିଳାଙ୍କୁ ନିଜର ୧୦୦ ତମ ଜନ୍ମଦିନ ଅବସରରେ ଡ୍ୟାନ୍ସ କରୁଥିବାର ଦେଖିପାରିବେ | ନର୍ସିଂହୋମ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛି | ଭିଡିଓରେ ଦେଖାଯାଇପାରେ ଯେ କିପରି ବୃଦ୍ଧା ମହିଳା ନିଜ ୱାର୍କରଙ୍କ ସହିତ ବହୁତ ମଜାରେ ଡ୍ୟାନ୍ସ କରୁଛନ୍ତି, ତାଙ୍କୁ ଏତେ ଖୁସିରେ ଥିବାର ଦେଖି ତାଙ୍କ ଆଖପାଖର ଥିବା ଲୋକମାନେ ମଧ୍ୟ ଉତ୍ସାହିତ କରୁଛନ୍ତି | ବୃଦ୍ଧା ମହିଳାଙ୍କୁ ଏହି ସ୍ୱତନ୍ତ୍ର ଶୈଳୀରେ ଜନ୍ମଦିନ ପାଳନ କରୁଥିବାର ଦେଖି ଲୋକମାନେ କହିଛନ୍ତି, ଏହି ଭିଡିଓକୁ ଦେଖି ଶିଖିପାରିବେ ଯେ ଖୁସି କିପରି ରହିବେ |

ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିବା ଦିନଠାରୁ ଏହାକୁ ବହୁତ ପସନ୍ଦ କରାଯାଉଛି | ଏହି ଭାଇରାଲ ଭିଡିଓକୁ ଦେଖିବା ପରେ ଜଣେ ୟୁଜର କହିଛନ୍ତି, ହୁଏତ ଆପଣ ୧୦୦ ବର୍ଷ ବୟସର ହୋଇଛନ୍ତି, କିନ୍ତୁ ଆପଣଙ୍କ ହୃଦୟ ଯବାନ ଅଟେ | ଏହା ବ୍ୟତୀତ ଆହୁରି ମଧ୍ୟ ଅନ୍ୟ ୟୁଜର୍ସମାନେ ଏହି ଭିଡିଓରେ ନିଜର ଅଲଗା ଅଲଗା ରିଆକ୍ସନ ଦେଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *