ପ୍ରେମ ପରୀକ୍ଷା କରିବା ପାଇଁ ମହିଳା ଜଣକ ବୟଫ୍ରେଣ୍ଡକୁ ୧ ବର୍ଷ ପର୍ଯ୍ୟନ୍ତ ରଖିଲେ ପ୍ରୋବେସନ ପିରିୟଡ଼ରେ, ଜାଣନ୍ତୁ ତା’ପରେ କଣ ହେଲା

ପ୍ରୋବେସନ ପିରିୟଡ଼’ ଅର୍ଥାତ ପରୀକ୍ଷା ସମୟ ବିଷୟରେ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ | ସାଧାରଣତ ବଡ ବଡ କମ୍ପାନୀଗୁଡିକ ନିଜର ନୁଆଁ ନୁଆଁ କର୍ମଚାରୀମାନଙ୍କୁ ‘ପ୍ରୋବେସନ ପିରିୟଡ଼’ରେ ରଖିଥାନ୍ତି | ଏହା ଏକ କଞ୍ଚା ଚାକିରୀ ହୋଇଥାଏ, ଯାହାକୁ ‘ପ୍ରୋବେସନ
ପିରିୟଡ଼’ ପରେ ପରଫରମେନ୍ସ ଆଧାରରେ ନିଶ୍ଚିତ କରାଯାଇଥାଏ |

ବର୍ତ୍ତମାନ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ସହ ପରିଚିତ କରିବାକୁ ଯାଉଛୁ, ଯିଏ ନିଜ ବୟଫ୍ରେଣ୍ଡଙ୍କ ପ୍ରେମକୁ ଯାଞ୍ଚ କରିବା ପାଇଁ ତାଙ୍କୁ ହିଁ ‘ପ୍ରୋବେସନ ପିରିୟଡ’ରେ ରଖିଦେଲେ | ଆଶ୍ଚର୍ଯ୍ୟଜନକ କଥା ଏହା ଥିଲା ଯେ ଏହି କଥାର ସୂଚନା ନିଜେ ତାର ବୟଫ୍ରେଣ୍ଡକୁ ମଧ୍ୟ ଜଣାନଥିଲା | ଚାଲନ୍ତୁ ଏହି ଅନନ୍ୟ ପ୍ରେମ କାହାଣୀକୁ ବିସ୍ତୃତ ଭାବରେ ଜାଣିବା |

ମାମଲା ବ୍ରିଟେନର ଅଟେ | ଏଠାରେ ରହୁଥିବା ଜଣେ ମହିଳା ନିଜ ପ୍ରେମର ଷଷ୍ଠ ବାର୍ଷିକୀରେ ବୟଫ୍ରେଣ୍ଡଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ | ମହିଳା ଜଣକ କହିଥିଲେ ଯେ ସେ କିପରି ନିଜ ବୟଫ୍ରେଣ୍ଡ ଜର୍ଜଙ୍କୁ ପ୍ରେମ ପରୀକ୍ଷା କରିବାକୁ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ‘ପ୍ରୋବେସନ ପିରିୟଡ଼’ରେ ରଖିଲେ |

୨୨ ବର୍ଷୀୟା ମହିଳା ଏବଂ ତାଙ୍କ ବୟଫ୍ରେଣ୍ଡ ପ୍ରଥମଥର ପାଇଁ ଟିଣ୍ଡର ଆପରେ ପରସ୍ପରଙ୍କୁ ଜାଣିଥିଲେ | ସେତେବେଳେ ମହିଳା ମାତ୍ର 16 ବର୍ଷର ଥିଲେ | ସେତେବେଳେ ଜର୍ଜ ଇଞ୍ଜିନିୟରିଂ ପଢିବା ପାଇଁ ଷ୍ଟାଫର୍ଡଶାୟାରକୁ ଚାଲିଯାଇଥିଲେ | ଏହାର ଦୁଇ ବର୍ଷ ପରେ ମହିଳା ଜଣକ ମଧ୍ୟ ଭୌଗୋଳିକ ଷ୍ଟଡି ପାଇଁ ମଞ୍ଚେଷ୍ଟରକୁ ଯାଇଥିଲେ | ତା’ପରେ ଛୁଟିଦିନରେ ହିଁ ଯେମିତି ବି ହେଉ ଉଭୟଙ୍କର ଦେଖା ହେଉଥିଲା |

୨୦୧୯ ମସିହାରେ ଜର୍ଜ ଅନ୍ୟ ସହରରେ କାମ କରିବା ଆରମ୍ଭ କରିଥିଲେ, ଯେତେବେଲେକି ମହିଳା ପାଠପଢା ସହିତ ପାର୍ଟ ଟାଇମ ଜବ କରିବା ଆରମ୍ଭ କରିଥିଲେ | ତା’ପରେ ମାର୍ଚ୍ଚ ୨୦୨୦ ରେ କରୋନା ଭାଇରସ ଏବଂ ଲକଡାଉନ କାରଣରୁ ଅନଲାଇନ କ୍ଲାସ କରିବା ଆରମ୍ଭ କଲେ | ଏଭଳି ପରିସ୍ଥିତିରେ ସେ ଜର୍ଜଙ୍କୁ ଦେଖା କରିବାପାଇଁ ତାଙ୍କ ସହରରେ ଯାଇ ପହଞ୍ଚିଥିଲେ | ଏହି ସମୟରେ ମହିଳାଙ୍କୁ ଏକ କଲ ଆସିଲା ଯେ ତାଙ୍କୁ ତାଙ୍କ ପାର୍ଟ ଟାଇମ ଜବରୁ ବାହାର କରିଦିଆଯାଇଛି |

ଏପରି ପରିସ୍ଥିତିରେ ମହିଳାଜଣକ ଟେନସନରେ ଥିଲେ ଯେ ସେ ନିଜର ଫାଇନାଲ ଇୟର ପରୀକ୍ଷା ପର୍ଯ୍ୟନ୍ତ ଏଠାରେ ରହିବେ | ସେତେବେଳେ ସେ ବୟଫ୍ରେଣ୍ଡକୁ ‘ପ୍ରୋବେସନ ପିରିୟଡ’ ପରି ଦେଖିଲେ | ସେ ଭାବିଥିଲେ ଯେ ଏହି ଏକ ବର୍ଷର ‘ପ୍ରୋବେସନ ପିରିୟଡ’ରେ ଯଦି ଜର୍ଜଙ୍କ ସହିତ କୌଣସି ସମସ୍ୟା ହେବନାହିଁ, ତେବେ ସେ ତାଙ୍କ ସହିତ ଜୀବନସାରା ରହିବେ |

ମହିଳା ଜଣକ ତାଙ୍କ ବୟଫ୍ରେଣ୍ଡଙ୍କ ସହ କାମ ବାଣ୍ଟିଥିଲେ | ଦୁହେଁ ଏକାଠି କ୍ୱାଲିଟି ଟାଇମ ବିତାଇବା ଆରମ୍ଭ କଲେ | ଏହା ପରେ ମହିଳାଙ୍କ ପାଠପଢା ପୁରା ହେଲା ଏବଂ ତାଙ୍କୁ ଏକ ପାର୍ଟ ଟାଇମ ଜବ ମଧ୍ୟ ମିଳିଗଲା | ଏହା ମଧ୍ୟରେ ଜର୍ଜଙ୍କ ପ୍ରୋବେସନ ପିରିୟଡ଼ ମଧ୍ୟ ଶେଷ ହୋଇଥିଲା | ଏଥିରେ ମହିଳା ଜଣକ ତାଙ୍କୁ ପାସ କରିଥିଲେ ଏବଂ ଜୀବନସାରା ସାଥିରେ ରହିବାର ନିଷ୍ପତ୍ତି ନେଇଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *