ଆଇପିଏଲ ୨୦୨୧ର ନିଲାମରେ ଏହି ତିନି ଖେଳାଳିଙ୍କୁ ମିଳିପାରେ ବେସ ପ୍ରାଇସର ୨୦ ଗୁଣା ଅଧିକ ଟଙ୍କା,ଜାଣନ୍ତୁ ସେ ୩ ଜଣ ଖେଳାଳୀ କିଏ କିଏ ?

ଆଇପିଏଲ ୨୦୨୧ର ନିଲାମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି|ସମସ୍ତ ଫ୍ରାଞ୍ଚାଇଜି ସମସ୍ତ ଦଳର ରିଟେନ୍ ଓ ରିଲିଜ ଖେଳାଳିଙ୍କ ଲିଷ୍ଟ ଜାରି କରିଛନ୍ତି ଓ ଆଗାମୀ ସିଜିନ୍ ପାଇଁ ୧୮ ଫେବୃଆରୀ ଠାରୁ ନିଲାମି ହେବାକୁ ଯାଉଛି|

ଏଥିରେ ମୋଟ୍ ୧୦୯୭ ଖେଳାଳି ନିଜ ନାମ ଡ୍ରାଫ୍ଟ କରିଛନ୍ତି|ଯେଉଁଥିରେ ୮୧୪ ଭାରତୀୟ ଖେଳାଳି ଓ ୨୮୩ ବିଦେଶୀ ଖେଳାଳି ଅଛନ୍ତି|ଯେଉଁଥିରେ ୨୦୭ କେପ୍ଡ ଓ ୮୬୩ ଅନକେପ୍ଡ ଖେଳାଳି ଅଛନ୍ତି|

ଏହି ନିଲାମିରେ ବହୁ ଯୁବ ଖେଳାଳିଙ୍କ ନାମ ରହିଛି ଯେଉଁମାନେ ଏଥିରେ ଵଡ ମୂଲ୍ୟରେ ବିକ୍ରି ହୋଇପାରନ୍ତି|ଆସନ୍ତୁ ସେହି ତିନି ଖେଳାଳିଙ୍କ ବିଷୟରେ ଜାଣିବା ଯେଉଁମାନେ ମୂଳ ଦାମର ୨୦ଗୁଣାରୁ ଉର୍ଦ୍ଧ୍ବ ମୂଲ୍ୟରେ ବିକ୍ରି ହେବାର ଆଶା କରାଯାଉଛି|

୧-ଶାହାରୁଖ ଖାନ୍: ତାମିଲନାଡୁ କ୍ରିକେଟ ଦଳ ଜିତିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶାହାରୁଖ ଖାନ୍ ଉତ୍ତମ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି|ସେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ମ୍ୟାଚରେ ଯଥାକ୍ରମେ ୧୮,୪୦,୧୮ରନର ଅପରାଜିତ ଇନିସ୍ ଖେଳିଥିଲେ|ସେ ଘରୋଇ ଟି-୨୦ ମ୍ୟାଚରେ ଏପର୍ଯ୍ୟନ୍ତ ୩୧ମ୍ୟାଚରେ ୧୩୧.୩୯ ଷ୍ଟ୍ରାଇକ୍ ରେଟରେ ୨୯୩ ରନ କରିଛନ୍ତି|ସେ ୭ ବଲରେ ୧୮ ରନ କରି ଦଳ ପାଇଁ ବିଜୟ ହାସଲ କରାଇଥିଲେ|

ପୂର୍ବଥର ସେ ବେସପ୍ରାଇସ୍ ୨୦ଲକ୍ଷ ରଖିଥିଲେ କିନ୍ତୁ କେହି ନେଇନଥିଲେ,ଏବେ ତାଙ୍କର ମୂଲ୍ୟ ବଢିପାରେ ଵୋଲି ଆଶା କରାଯାଉଛି|

୨-ଅର୍ଜୁନ ତେନ୍ଦୁଲକର:ସଚିନ ତେନ୍ଦୁଲକରଙ୍କ ପୁଅ ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ ରହିଛି|ସେ ମୂଳ ମୂଲ୍ୟ ୨୦ଲକ୍ଷ ରଖିଛନ୍ତି|ସେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୨ଟି ମ୍ୟାଚରେ ୩୩.୫୦ %ପ୍ରତି ହାରରେ ୨ଟି ୱିକେଟ ନେଇଥିଲେ|ଏହି ଆଇପିଏଲରେ ଦ୍ରୁତଗାମୀ ବୋଲରର ମୂଲ୍ୟ ଅଧିକ ହୋଇପାରେ|ତେଣୁ ଜଣେ କ୍ରିକେଟଙ୍କ ପୁଅ ସହ ବୋଲର ହିସାବରେ ମୂଲ୍ୟ ୨୦ଗୁଣ ବଢିପାରେ|

୩-ଏମ ସିଦ୍ଧାର୍ଥ:ଏହି ୨୨ବର୍ଷୀୟ ତାମିଲନାଡୁ ଦ୍ରୁତ ବୋଲର ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ଭଲ ବୋଲିଙ୍ଗ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ|ଫାଇନାଲ ମ୍ୟାଚରେ ୨୦ରନ୍ ବିନିମୟରେ ସେ ୪ଟି ୱିକେଟ୍ ନେଇଥିଲେ||ସେ ଖେଳିଥିବା ଘରୋଇ ଟି-୨୦ରେ ୬.୮୧%ହାରରେ ୧୬ଟି ୱିକେଟ ହାସଲ କରିଛନ୍ତି|ସେ ମଧ୍ୟ ମୂଳ ମୂଲ୍ୟ ୨୦ଲକ୍ଷ ରଖିଛନ୍ତି,ଯାହାର ମୂଲ୍ୟ ୨୦ଗୁଣ ବୃଦ୍ଧି ହୋଇପାରେ ବୋଲି ଆଶା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *