ଇଂଲଣ୍ଡ ଦଳକୁ ଲାଗିଲା ଶକ୍ତ ଝଟକା । ଦ୍ଵିତୀୟ ଟେଷ୍ଟରୁ ବାଦ ପଡ଼ିଲେ ଏହି ଷ୍ଟାର ସ୍ପେସ ବୋଲର

ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ 227 ରନର ବଡ଼ ବ୍ୟବଧାନରେ ହରାଇବା ପରେ ଇଂଲଣ୍ଡ ଦଳକୁ ବର୍ତ୍ତମାନ ଦ୍ଵିତୀୟ ଟେଷ୍ଟ ପାଇଁ ଶକ୍ତ ଧକ୍କା ଲାଗିଛି, କାରଣ ଦଳର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଦ୍ଵିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ।

ଦ୍ଵିତୀୟ ଟେଷ୍ଟରେ ଖେଳିବେନାହିଁ ଜୋଫ୍ରା :-

ଇଂଲଣ୍ଡ କ୍ରିକେଟ ବୋର୍ଡ ତରଫରୁ ଗୁରୁବାର ରିପୋର୍ଟ ଅନୁସାରେ କୁହାଯାଇଛି, କହୁଣୀରେ ଆଘାତ ଲାଗିବା କାରଣରୁ ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଉପଲବ୍ଧ ହେବେନାହିଁ ।

ଆର୍ଚରଙ୍କୁ କହୁଣୀରେ ଆଘାତ ଲାଗିବାପରେ ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା ଓ ମେଡିକାଲ ଟିମ ତାଙ୍କୁ ଆରାମ କରିବାକୁ କହିଥିଲେ । ଇଂଲଣ୍ଡ ଟିମ ବର୍ତ୍ତମାନ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ରେ ଆଗକୁ ବଢିଛି । ଏମିତିରେ ଆର୍ଚରଙ୍କ ଅନୁପସ୍ଥିତରେ ଇଂଲଣ୍ଡ ଦଳକୁ ବହୁତ ସମସ୍ୟା ହୋଇପାରେ ।

ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳ ଭାରତୀୟ ଦଳକୁ 227 ରନର ବଡ଼ ବ୍ୟବଧାନରେ ହରାଇଥିଲେ । ଆର୍ଚର ଟିମ ରୁ ବାହାରିବା ପରେ ତାଙ୍କ ସ୍ଥାନରେ ଅନୁଭବୀ ଷ୍ଟୁଆର୍ଟ ବ୍ରଡଙ୍କୁ ସାମିଲ କରାଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *