ଚୁମ୍ବକ ହେବାପାଇଁ ବାଳକଟି ଖାଇଦେଲା 54 ଟି ମ୍ୟାଗ୍ନେଟିକ ବଲ, ତା ପରେ ହେଲା ଏମିତି ଅବସ୍ଥା,ଜାଣନ୍ତୁ ପୁରା ଘଟଣା

ଲୁହା କିମ୍ବା ଚୁମ୍ବକର କୌଣସି ଜିନିଷ ଖାଇବା ଜୀବନ ପ୍ରତି ବହୁତ କ୍ଷତିକାରକ ଅଟେ । ଏମିତି ଏକ ମାମଲା ବ୍ରିଟେନର ଗ୍ରେଟର ମାଞ୍ଚେଷ୍ଟର ରୁ ସାମ୍ନାକୁ ଆସିଛି । ଯେଉଁଠାରେ ଏକ 12 ବର୍ଷର ବାଳକ ମ୍ୟାଗନେଟିକ ମ୍ୟାନ ହେବା ଚକରରେ 54ଟି ମ୍ୟାଗନେଟିକ ବଲ ଖାଇଦେଇଛି ।

ଏହି ଘଟଣା ଗ୍ରେଟର ମାଞ୍ଚେଷ୍ଟରର ପ୍ରେସବିଚ ଅଞ୍ଚଳର ଅଟେ । ଏଠାରେ 12 ବର୍ଷର ବାଳକ ରାଇଲି ମାରିସନ ଏକ ଏକ କରି 54 ଟି ମ୍ୟାଗନେଟିକ ବଲ ଗିଳିଦେଇଛି । ସେ ଅନୁଭବ କରିବାକୁ ଚାହୁଁଥିଲା କଣ ଏହି ଚୁମ୍ବକକୁ ଖାଇଦେଲେ ତା’ ଶରୀର ଚୁମ୍ବକ ପରି ହୋଇଯିବ କି !

ମିରର ଡଟ ୟୁକେ ରିପୋର୍ଟ ମୁତାବିକ, ରାଇଲି ମରିସନ ନାମକ ବାଳକ ଦ୍ୱାରା ଏହି ପ୍ରୟୋଗ ଏତେ ମହଙ୍ଗା ପଡ଼ିଲା କି, ସେ ହସ୍ପିଟାଲରେ ପହଞ୍ଚି ଯାଇଥିଲା ଓ ବହୁତ ମୁସ୍କିଲରେ ସେ ନିଜର ଜୀବନ ବଞ୍ଚାଇଦେଲା । ଏହି ମାମଲାର ଖୁଲାସା ବହୁତ ବଡ଼ ଅଦ୍ଭୁତ ଭାବରେ ହୋଇଥିଲା, ଯେତେବେଳେ ସେ ନିଜର ମାଆଙ୍କୁ କହିଲା ତାହାର ପେଟରେ ଦରଜ ହେଉଛି ।

ଦିନେ ସେ ନିଜର ମାଆଙ୍କୁ ରାତି 2 ଘଟିକା ସମୟରେ କହିଲେ କି, ସେ ଭୁଲରେ ମ୍ୟାଗନେଟିକ ବଲ ଖାଇଦେଇଛନ୍ତି । ଏହାପରେ ମାଆ ତାଙ୍କୁ ଡ଼କ୍ଟରଙ୍କ ପାଖକୁ ନେଇଥିଲେ ଓ ପରେ ଡ଼କ୍ଟର ମଧ୍ୟ ବେହୋସ ହୋଇଯାଇଥିଲେ । ଏହାପରେ ଦୀର୍ଘ 6 ଘଣ୍ଟାର ସର୍ଜରୀ ପରେ ତାଙ୍କ ପେଟରୁ 54ଟି ମ୍ୟାଗନେଟିକ ବଲ ମିଳିଥିଲା ।

ରିପୋର୍ଟ ମୁତାବିକ, ରାଇଲିଙ୍କ ମାଆ କହିଥିଲେ, 10 ଦିନ ପର୍ଯ୍ୟନ୍ତ ତାଙ୍କୁ କେବଳ ଟ୍ୟୁବରେ ଖାଇବାକୁ ଦିଆଗଲା । ସେ କହିଥିଲେ, ତାଙ୍କ ପୁଅର ରୁଚି ବହୁତ ସାଇନ୍ସରେ ରହିଛି କିନ୍ତୁ ସେ ଏମିତି କରିବ ବୋଲି ତାଙ୍କର ଆଶା ନଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *