ଏପ୍ରିଲ ୧ରୁ ମୋଦି ସରକାର ବଦଳାଇବେ ଚାକିରି ସମ୍ବନ୍ଧୀୟ ନିୟମ

ସୋସିଆଲ ମିଡିଆରେ କୌଣସି ଦରମା ବିଷୟରେ ସୂଚନା ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି, କେନ୍ଦ୍ର ସରକାର। ନୂତନ ଶ୍ରମ ଆଇନ ଅନୁସାରେ ଦରମା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଇମେଲ ଓ ଏସଏମଏସ ସାହାର୍ଯ୍ୟରେ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ, ବର୍ତ୍ତମାନ ଏହି ନିଷ୍ପତ୍ତି ପରିବର୍ତ୍ତନ କରାଯାଇଛି ବୋଲି, ଶ୍ରମ ସଚିବ ଅପୂର୍ବ ଚନ୍ଦ୍ର ଏହି ବିଷୟରେ ସୂଚନା ଦେଇଛନ୍ତି।

ନୂଆ ଆଇନ ଅନୁସାରେ, ସରକାର ସୋସିଆଲ ମିଡିଆରେ ସମସ୍ତ ତଥ୍ୟ ଦେବାପାଇଁ କହିଥିଲେ। କିନ୍ତୁ, ପରେ ଏହି ବିଷୟରେ ବି-ରୋ-ଧ ପ୍ରଦର୍ଶନ ହେବାରୁ ଏହାର ଗୋପନୀୟତାର ଉଲ୍ଲଂଘନ ବୋଲି ଅଭି-ଯୋଗ ହୋଇଥିଲା। ଶ୍ରମ ସଚିବ କହିଛନ୍ତି ଯେ, ସରକାର ସୋସିଆଲ ମିଡିଆରେ କମ୍ୟୁନିକେସନ ଡ୍ରାଫ୍ଟ ନୋଟିଫିକେସନ ହଟାଇ ଦେଇଛନ୍ତି। ଆଉ ମଧ୍ୟ କହିଛନ୍ତି କି ସମସ୍ତ କର୍ମଚାରୀଙ୍କ ଗୋପନୀୟତାକୁ ସରକାର ସମ୍ମାନ ଜଣାନ୍ତି। ଆଉ ଏହି ଶ୍ରମ ଆଇନକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ।

Google

ସାଇବର ଏକ୍ସପର୍ଟଙ୍କ କହିବା ଅନଯାୟୀ, ସୋସିଆଲ ମିଡିଆରେ ଦରମା ବିଷୟରେ ତଥ୍ୟ ଦେଲେ ଏହା ଗୋପନୀୟତା ସହ ସାଲିସ କରିବା ଭଳି ହେବ। ଏହା ସହିତ ବ୍ୟାଙ୍କର ଡାଟା ଚୋରିର ସମ୍ବାବନା ମଧ୍ୟ ରହିଛି।

ଶ୍ରମ ମନ୍ତ୍ରାଳୟ ୪ଟି ନୂଆ ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦରମା,କାର୍ଯ୍ୟ ସହ ଜଡ଼ିତ ନିୟମ,ପାରିଶ୍ରମିକ ଏବଂ କାର୍ଯ୍ୟଶୈଳି ସହିତ ଜଡିତ ସେବା ଓ ସାମାଜିକ ସୁରକ୍ଷା ଭଳିରେ ସଂଶୋଧନ କରାଯିବ। ୪୪ଟି ପୁରୁଣା ନିୟମକୁ ଏହି ନୂତନ ୪ଟି ନିୟମରେ ସାମିଲ କରାଯିବ।

Google

ବିଶେଷଜ୍ଞଙ୍କ କହିବା ଅନୁସାରେ, ନୂଆ ନିୟମ ଲାଗୁ ହେବା ପରେ ଚାକିରୀ କରିବାର ପ୍ରଣାଳୀ ଉପରେ ପରିବର୍ତ୍ତନ ଦେଖାଯିବ। କାର୍ଯ୍ୟ କରିବା ପାଇଁ ସାପ୍ତାହିକ ଭାବେ ୪ଦିନ ଦିଆଯିବ। ଆଉ କ୍ୟାବ ଡ୍ରାଇଭରଙ୍କ ପିଏଫ ଆକାଉଣ୍ଟ ମଧ୍ୟ କରାଯିବ ବୋଲି କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *