ଆସନ୍ତା ୧୮ରେ ହେବ ଆଇପିଏଲ-୧୪ର ନିଲାମ,ଏହି ନିଲାମିରେ ଓଡ଼ିଶାରୁ ଶୁଭ୍ରାଂଶୁ ଓ ପୋଦ୍ଦାର

ଆସନ୍ତା ୧୮ରେ ଚେନ୍ନାଇରେ ଆଇପିଏଲ-୧୪ର ଖେଳାଳି ଚୟନ ନିଲାମ ହେବାକୁ ଯାଉଛି। ଏହି ନିଲାମି ପାଇଁ ମୋଟ ୧୧୧୪ ଜଣ ଖେଳାଳି ନିଜର ନାମ ରେଜିଷ୍ଟ୍ରେସନ କରିଛନ୍ତି। କିନ୍ତୁ, ମାତ୍ର ୨୯୨ ଜଣଙ୍କୁ ସଟ ଲିଷ୍ଟ କରି ଗୁରୁବାର ଦିନ ଏହାର ତାଲିକା ପ୍ରକାଶ କରାଯାଇଛି।

ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଖେଳାଳି ମାନଙ୍କର ମୂଲ୍ୟ ୨ କୋଟି,୧.୫ କୋଟି,୧ କୋଟି, ୭୫ ଲକ୍ଷ ଏବଂ ୫୦ ଲକ୍ଷ ରହିଛି। ଆଉ ଯେଉଁ ଖେଳାଳି ମାନେ ଆନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି, ସେମାନଙ୍କର ମୂଲ୍ୟ ୨୦ ଲକ୍ଷ ଟଙ୍କା ରହିଛି। ଆଉ ଟିମର ୧୨ ଜଣ ଖେଳାଳିଙ୍କର ମୂଲ୍ୟ ୨ କୋଟି ଟଙ୍କା ରହିଛି।

Google

ଏହି ଟିମ୍ ମଧ୍ୟରେ ହରଭଜନ ସିଂ,କେଦାର ଯାଦବ, ଗ୍ଲେନ ମ୍ୟାକ୍ସୱେଲ,ଷ୍ଟିଭେନ ସ୍ମିଥ,ସାକିବ ଅଲ ହାସନ, ମାର୍କ ଉଡ ଓ ଜାସନ ରୟ ଆଦି ପ୍ରମୁଖ ଖେଳାଳି ଅଛନ୍ତି। ଏହି ୧.୫ କୋଟି ମୂଲ୍ୟ ତାଲିକାରେ କୌଣସି ଭାରତୀୟ ଖେଳାଳି ନାହାନ୍ତି। ଆଉ ୧ କୋଟି ତାଲିକାରେ ହନୁମା ବିହାରୀ ଓ ଉମେଶ ଯାଦବ ଅଛନ୍ତି। ଆଉ ଯେଉଁ ଲିଷ୍ଟ ବିସିସିଆଇ ପ୍ରକାଶ କରିଛନ୍ତି ସେହି ଲିଷ୍ଟରେ ୧୨୫ ଜଣ ବେଦେଶି ଖେଳାଳି ରହିଛନ୍ତି।

ଓଡ଼ିଶା ରାଜ୍ୟରୁ ୨ ଜଣ ଖେଳାଳି ଏହି ନିଲାମି ଲିଷ୍ଟରେ ଖେଳିବା ପାଇଁ ସୁଯୋଗ ପାଇଛନ୍ତି। ଏହି ଓଡ଼ିଶାର ୨ ଜଣ ଖେଳାଳି ହେଉଛନ୍ତି, ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର, ଆଉ ଏହି ୨ ଜଣ ଖେଳାଳିଙ୍କର ମୂଲ୍ୟ ରହିଛି ୨୦ ଲକ୍ଷ ଟଙ୍କା। ଶ୍ରୁଭ୍ରାଂଶୁ ସେନାପତି ଏହି ନିଲାମି ଲିଷ୍ଟରେ ୨୦୦ ନମ୍ୱର ସିରିଆଲରେ ଥିଲାବେଳେ ଗୋବିନ୍ଦ ପୋଦ୍ଦାର ୨୯୦ ନମ୍ୱର ସିରିଆଲରେ ଅଛନ୍ତି।

Google

କିଙ୍ଗସ୍ ଏକାଦଶ ପଞ୍ଜାବ ନିଲାମି ପାଇଁ ମୋଟ ୫୩.୨୦ କୋଟି ଟଙ୍କା ରହିଛି। ଆଉ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫.୩୫ କୋଟି ଟଙ୍କା, ଚେନ୍ନାଇ ସୁପର କିଙ୍ଗସ୍ ପାଖରେ ୨୨.୯୦ କୋଟି ଟଙ୍କା, ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୧୨.୯୦ କୋଟି ଟଙ୍କା, ରାଜସ୍ଥାନ ରୟାଲ୍ସ ପାଖରେ ୩୪.୫୮ କୋଟି ଟଙ୍କା, କୋଲକାତା ନାଇଟ ରାଇଡର୍ସ ପାଖରେ ୧୦.୭୫ କୋଟି ଟଙ୍କା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୩୫.୯୦ କୋଟି ଟଙ୍କା ଓ ସନରାଇଜରର୍ସ ହାଇଦ୍ରାବାଦ ପାଖରେ ୧୦.୭୩ କୋଟି ଟଙ୍କା ରହିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *