ଭାରତ ବନାମ ଇଂଲଣ୍ଡ : T-20 ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା କଲା ନିଜର ଟିମ, ଜାଣନ୍ତୁ ସ୍କ୍ୱାର୍ଡରେ କେଉଁ କେଉଁ ଖେଳାଳୀ ଅଛନ୍ତି ?

ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା 5 ମ୍ୟାଚ ବିଶିଷ୍ଟ t-20 ସିରିଜ ପାଇଁ ନିଜର 16 ଦଳୀୟ ଟିମ ଗଠନ କରିଛି । ଏହି ଦଳର ଅଧିନାୟକ ଇୟାନ ମୋର୍ଗାନଙ୍କୁ ରଖାଯାଇଛି ।

ଜ୍ୟାକ ବଲ ଓ ମାର୍କ ପାର୍କିସନ ରିଜର୍ଭ ଖେଳାଳି :-

ଏହି ସିରିଜ ପାଇଁ ଜ୍ୟାକ ବଲ ଓ ମାର୍କ ପାର୍କିସନଙ୍କୁ ରିଜର୍ଭ ଖେଳାଳି ଭାବରେ ନିଆଯାଇଛି । ସେହିପରି ଦିନିକିଆ ଦଳ ପାଇଁ ଇଂଲଣ୍ଡ କୌଣସି ଦଳ ଘୋଷିତ କରିନାହିଁ।

ଜୋଫ୍ରା ଆର୍ଚର କରିବେ ଭାରତୀୟ ଦଳକୁ ହଟହଟା :-

ଇଂଲଣ୍ଡ ଦଳରେ ମୋଇନ ଅଲ୍ଲୀ ଓ ଡେଭିଡ଼ ମଲାନଙ୍କୁ ସ୍ଥାନ ଦିଆଯାଇଛି । ଏହାସହ ଅଦିଲ ରସିଦ ଓ ଜାଶନ ରୟ t-20 ଦଳରେ ଭାଗ ନେବାକୁ ଯାଉଛନ୍ତି । ଷ୍ଟୁଆର୍ଟ ବ୍ରଡ୍ ଓ ଜିମି ଆଣ୍ଡରସନ ସୀମିତ ଓଭର କ୍ରିକେଟ ଆଉ ଖେଳୁନାହାନ୍ତି କିନ୍ତୁ ଜୋଫ୍ରା ଆର୍ଚର ଏହି ପାଞ୍ଚଟି ମ୍ୟାଚ ରେ ଉପଲବ୍ଧ ହେବେ ।

ଡେଭିଡ଼ ମଲାନଙ୍କ ଉପରେ ସମସ୍ତଙ୍କ ନଜର :-

t-20 କ୍ରିକେଟରେ ଇଂଲଣ୍ଡ ପାଇଁ ଡେଭିଡ଼ ମଲାନ ମଧ୍ୟ ସାମିଲ ରହିଛନ୍ତି । କୁହାଯାଉଛି କି, ଫେବୃଆରୀ 18 ତାରିଖ ଆଇପିଏଲ ନିଲାମରେ ତାଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ କିଣିବାପାଇଁ ଇଚ୍ଛା ପ୍ରକାଶ କରିବେ।

t-20 ସିରିଜ ପାଇଁ ଇଂଲଣ୍ଡ ଦଳ :-

ଇୟାନ ମୋର୍ଗାନ ( ଅଧିନାୟକ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ସାମ ବିଲିଙ୍ଗସ, ଜୋଶ ବଟଲର, ସାମ କରନ୍, ଟମ କରନ୍, କ୍ରିସ ଜୋର୍ଡାନ, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ଼ ମଲାନ, ଅଦିଲ ରସିଦ, ଜାଶନ ରୟ, ବେନ ଷ୍ଟୋକସ, ମାର୍କ ଉଡ଼, ରିସି ଟପ୍ଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *