ଭାରତ – ଇଂଲଣ୍ଡ : ରବିନ୍ଦ୍ର ଜାଡେଜା କେବେ ଫିଟ୍ ହେବେ? ଜାଣନ୍ତୁ ଇଂଲଣ୍ଡ ସିରିଜ୍ ପାଇଁ ଉପଲବ୍ଧ ହେବେ ନା ନାହିଁ?

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ଖେଳାଳି ରବିନ୍ଦ୍ର ଜାଡେଜା ଏବେ ପ୍ରଥମ ଦୁଇ ଟେଷ୍ଟ ପାଇଁ ଚୟନିତ ଦଳରେ ସ୍ଥାନ ପାଇନାହାନ୍ତି|କିନ୍ତୁ ଚେନ୍ନାଇରେ ଖେଳାଯାଇଥିବା ଟେଷ୍ଟରେ ଦଳ ତାଙ୍କର କମି ଅନୁଭବ କରିଥିଲା|ଏମିତିରେ ଆଶା କରାଯାଉଛି ଯେ ଯଦି ସେ ଫିଟ୍ ହୋଇଯାଆନ୍ତି ଆସନ୍ତା ଦୁଇ ଟେଷ୍ଟ ପାଇଁ ଚୟନରେ ଉପଲବ୍ଧ ହେବେ|ଏବେ ସାମ୍ନାରେ ଆସୁଥିବା ଖବର ଭାରତୀୟ ଦଳକୁ ନିରାଶ କରୁଛି|

ଭାରତୀୟ କ୍ରିକେଟ ଦଳର ସ୍ପିନ ଅଲରାଉଣ୍ଡର ଖେଳାଳି ଯଦି ଇଂଲଣ୍ଡ ସହ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅଂଶ ହୋଇଥାନ୍ତେ ତେବେ କିଛି ପରିବର୍ତ୍ତନ ହୋଇଥାନ୍ତା,କାରଣ ତାଙ୍କ ବାମହାତୀ ସ୍ପିନ ବୋଲିଙ୍ଗ ସାମ୍ନାରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଖେଳିବା କଷ୍ଟକର|

କିନ୍ତୁ ଏବେ ଆଶା କରାଯାଉଛି ଯେ ସେ ଆସନ୍ତା ଦୁଇ ଟେଷ୍ଟ ପାଇଁ ଚୟନ ହେବାକୁଥିବା ଦଳରେ ଉପଲବ୍ଧ ହୋଇପାରନ୍ତି|କ୍ରିକବଜ୍ ଅନୁସାରେ ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ଉପଲବ୍ଧ ହେବେ ନାହିଁ|

ଭାରତୀୟ କ୍ରିକେଟ ଦଳକୁ ଇଂଲଣ୍ଡ ସହ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ୨୨୭ ରନର ଶୋଚନୀୟ ପରାଜୟ ଭୋଗିବାକୁ ପଡିଥିଲା|ଏଵେ ୨ୟ ମ୍ୟାଚ ୧୩ ଫେବୃଆରୀ ଠାରୁ ଖେଳାଯିବ, ଯେଉଁଠାରେ ଭାରତୀୟ ଦଳର ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି|

୨ୟ ଟେଷ୍ଟରେ ଅଧିନାୟକ କୋହଲି କିଛି ପରିବର୍ତ୍ତନ କରିପାରନ୍ତି,କାରଣ ଦଳର ପ୍ରଦର୍ଶନ ବହୁତ ଖରାପ ରହିଥିଲା|କହିରଖେ ଯେ ଯଦି ଭାରତ ଏହି ଟେଷ୍ଟ ସିରିଜର ଗୋଟିଏ ମଧ୍ୟ ମ୍ୟାଚ ହାରେ,ତେଵେ ଟେଷ୍ଟ ଚାମ୍ପିୟନସିପରେ ପହଞ୍ଚିବା କଷ୍ଟକର ହୋଇଯିବ|

ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଚୟନକର୍ତା ପ୍ରଥମ ଦୁଇ ଟେଷ୍ଟ ପାଇଁ ସାମିଲ କରିଥିଲେ|କିନ୍ତୁ ସେ ଟେଷ୍ଟ ମ୍ୟାଚ ପୂର୍ବରୁ ଆହତ ହୋଇଥିଲେ, ଯାହାଫଳରେ ଶାହାବାଜ୍ ନଦିମକୁ ଖେଳାଯାଇଥିଲା|

ରିପୋର୍ଟ୍ ଅନୁସାରେ ଅକ୍ଷର ପଟେଲଙ୍କୁ ଚେପକ୍ ଷ୍ଟାଡିୟମରେ ପ୍ରାକ୍ଟିସ୍ କରୁଥିବା ଦେଖାଯାଇଥିଲା|ଯଦି ସେ ଫିଟ୍ ହୋଇଯାନ୍ତି,ନଦିମଙ୍କ ଯାଗାରେ ଦଳକୁ ଫେରିପାରନ୍ତି|

କହିରଖେ ଯେ ପ୍ରଥମ ଟେଷ୍ଟ ମ୍ୟାଚରେ ତିନି ସ୍ପିନର ଭାବେ କୋହଲି ରବିଚନ୍ଦ୍ରନ ଅଶ୍ୱିନୀ,ୱସିଙ୍ଗଟନ ସୁନ୍ଦର,ଓ ସାହାବାଜ୍ ନଦୀମଙ୍କୁ ପ୍ଲେୟିଙ୍ଗ-୧୧ରେ ସାମିଲ କରିଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *