୬ ଭାରତୀୟ ଖେଳାଳି ୨ କିଲୋମିଟର ଫିଟନେସ ଟେଷ୍ଟରେ ଫେଲ,ଜାଣନ୍ତୁ କିଏ କିଏ ?

ଭାରତୀୟ ଖେଳାଳିଙ୍କର ଫିଟନେସ ଟେଷ୍ଟ ପାଇଁ ବଡ ସୂଚନା। ଚଳିତ ସପ୍ତାହରେ ହୋଇଥିବା “ଏନସିସି” ଦୁଇ କିଲୋମିଟର ରନିଂ ଫିଟନେସ ଟେଷ୍ଟରେ ୬ ଭାରତୀୟ କ୍ରିକେଟର ଫେଲ ହୋଇଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ୱିକେଟ କିପର ବ୍ୟାଟସମ୍ୟାନ୍ ସଞ୍ଜୁ ସାମସନ ଓ ଇଶାନ କିଷନ, ବ୍ୟାଟସମ୍ୟାନ ନୀତିଶ ରାଣା,ଲେଗ ସ୍ପିନର ରାହୁଲ ତେଭାତିୟାଙ୍କ ସହିତ ଦୁଇ ଦୃତ ବୋଲର ସିର୍ଦ୍ଧାର୍ଥ କୋଲ ଓ ଜୟଦେବ ଉନାଦକଟ ସାମିଲ ଥିଲେ। ସୂଚନା ଅନୁସାରେ, ଏହି ୬ ଖେଳାଳିଙ୍କୁ ନୂଆ ଟେଷ୍ଟ ମ୍ୟାଚ ପୂର୍ବରୁ ନିଜର ଫିଟନେସ ପ୍ରମାଣ କରିବାକୁ ପଡ଼ିବ।

ଯଦି ଦ୍ଵିତୀୟ ଥର ଏହି ଖେଳାଳି ମାନେ ପାସ କରିନପାରିଲେ, ଇଂଲଣ୍ଡ ବିରୋଧରେ ହେବାକୁ ଥିବା ପାଞ୍ଚଟି ଟି-୨୦ ଓ ୩ଟି ୱାନଡେ ସିରିଜ୍ ଖେଳିବାକୁ ଚୟନ କରାଯିବ ନାହିଁ। ପୂର୍ବରୁ ୨୦୧୮ରେ ୟୋ-ୟୋ ଟେଷ୍ଟରେ ଫେଲ ହେବା ଦ୍ବାରା ସାମସନ୍ ଦୃତ୍ ବୋଲର ମହମ୍ମଦ ଶାମି ଓ ଅମ୍ବାତି ରାଇଡୁଙ୍କୁ ଇଂଲଣ୍ଡରେ ହେବାକୁ ଥିବା ଲିମିଟେଡ ଓଭର ସିରିଜ୍ ମ୍ୟାଚରେ ସିଲେକସନ କରାଯାଇନଥିଲା।

Google

ଇଂଲଣ୍ଡ ବିରୁଦ୍ଧରେ ଲିମିଟେଡ ଓଭର ସିରିଜ୍ ଏବଂ ଏହି ଭାରତରେ ହେବାକୁ ଥିବା ଟି-୨୦ ୱାଲ୍ଡକପ ପାଇଁ ୨୦ରୁ ଅଧିକ ଖେଳାଳିଙ୍କର ଫିଟନେସ ପରୀକ୍ଷା କରାଯାଇଥିଲା। ଏହି ଟେଷ୍ଟରେ ୟୋ-ୟୋ ସହିତ ୨ କିଲୋମିଟର ରଣିଂ ଟେଷ୍ଟ ସାମିଲ କରାଯାଇଥିଲା। ଏହି ଦୌଡ଼ରେ ଖେଳାଳି ମାନଙ୍କୁ ରଣିଂ କରିବା ଧାର୍ଯ୍ୟ ସମୟ ୮ ମିନିଟ ୧୫ ସେକେଣ୍ଡ ଦିଆଯାଇଥିଲା। କିନ୍ତୁ, ଏହି ଦୌଡ଼ରେ ୬ଜଣ ଖେଳାଳି ଏହି ଧର୍ଯ୍ୟ ସମୟରେ ପହଞ୍ଚି ପାରିନଥିଲେ। ସେଭଳି ଭାବରେ ଅନ୍ୟ ଖେଳାଳି ମନେ ବଡ କଷ୍ଟରେ ଏହି ଧାର୍ଯ୍ୟ ସମୟରେ ଶେଷ କରିବାରେ ସକ୍ଷମ ହୋଇପାରିଥିଲେ।

ବିସିସିଆଇ ତରଫରୁ ସୂଚନା ମିଳିଛି ଯେ, କ୍ୟାପଟେନ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀ ଖେଳାଳିଙ୍କ ଫିଟନେସ ପାଇଁ ବହୁ ସତର୍କ ଅଛନ୍ତି। ନୂଆ ଟେଷ୍ଟରୁ ଖେଳାଳିଙ୍କ ଶାରୀରିକ ମାପଦଣ୍ଡର ପ୍ରତ୍ୟେକ ମାପକାଠି ଉପରେ ସଠିକ୍ ଭାବରେ ଜାଣିହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *