ଆଲିଙ୍ଗନ-କରମର୍ଦନ ଉପରେ ପ୍ରତିବନ୍ଧକ, କିନ୍ତୁ ଅଲମ୍ପିକରେ ବଣ୍ଟା ହେବ ୧୫୦୦୦୦ କ-ଣ୍ଡୋ-ମ୍

ମିଳାମିଶା ଵାରଣ ହେବ, ଜଣେ ଅନ୍ୟ ସହ ହାତ ମିଶାମିଶି, ଆଲିଙ୍ଗନ ସବୁ ବାରଣ ସହ ପ୍ରତିବନ୍ଧକ ଲାଗିବ,ଏହା ସହ ଅଲମ୍ପିକରେ ୧୫୦୦୦୦ କ-ଣ୍ଡୋ-ମ୍ ବଣ୍ଟନ ହେବ| ଜାପାନ ଟୁ ଡେ ଡଟ୍ କମ୍ ରି-ପୋ-ର୍ଟ ଅନୁସାରେ, ମଙ୍ଗଳବାର ଦିନ ଭାଇରସ୍ ରୁଲ ବୁକ୍ ଜାରି କରାଯାଇଛି, ଯେଉଁଥିରେ ଏହା ରହିଛି| ଟୋକିଓ ଅଲମ୍ପିକ ୨୩ ଜୁଲାଇରୁ ଆରମ୍ଭ ହେବ|

ଟୋକିଓ ଅଲମ୍ପିକ ପାଇଁ ଜାରି ହୋଇଥିବା ୩୩ ପେଜ୍ ବିଶିଷ୍ଟ ରୁଲ ବୁକରେ କୁହାଯାଇଛି ଯେ, ନିୟମ ଭାଙ୍ଗୁଥିବା ଖେଳାଳି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଖେଳରୁ ମଧ୍ୟ ବାହାର କରା ଯାଇପାରେ| ପ୍ରତି ୪ ଦିନରେ କରୋନା ଟେଷ୍ଟ ହେବ ଓ ପଜିଟିଭ୍ ମିଳିଲେ ଖେଳ ଉପରେ ପ୍ରତିବନ୍ଧକ ଲଗାଯିବ|

ଯଦିଓ ମହଜୁଦ ଥିବା ରୁଲ ବୁକର ସମୀକ୍ଷା ଅପ୍ରେଲ ଓ ଜୁନରେ କରାଯିବ ଓ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯିବ| ଏହା କୁହାଯାଇଛି ଯେ, ଜାପାନ ଆସିବାର ୭୨ ଘଣ୍ଟା ମଧ୍ୟରେ କରୋନା ଯାଞ୍ଚ ରି-ପୋ-ର୍ଟ ଦେବାକୁ ହେବ| ଜାପାନ ଆସିବା ପରେ ମଧ୍ୟ ଯାଞ୍ଚ ହେବ| କ୍ୱରେଣ୍ଟାଇନର ବ୍ୟବସ୍ଥା ନାହିଁ|

ଖେଳାଳିଙ୍କ ଜିମ୍, ଟୁରିଷ୍ଟ ପ୍ଲେସ, ଦୋକାନ, ରେଷ୍ଟୁରାଣ୍ଟ ଵା ଵାର ଯିବା ଉପରେ କଟକଣା ଜାରି ରହିବ| ଖେଳାଳି କେବଳ ଅଧିକାରିକ ଗେମ ଭେନ୍ୟୁ ଓ ସ୍ୱଳ୍ପ ଜାଗା ଯାଇପାରିବେ| ଖେଳାଳିଙ୍କୁ ମାସ୍କ ପିନ୍ଧିବାକୁ ପଡିବ| ଖେଳାଳିଙ୍କ ପାଇଁ ଟିକାକରଣ ଅନିବାର୍ଯ୍ୟ ହୋଇନାହିଁ|

Google

ଆୟୋଜକ କହିଛନ୍ତି ଯେ, କରୋନା ବିପଦକୁ କମ କରିବାପାଇଁ ଜାପାନରେ ଖେଳାଳିଙ୍କୁ କମ ସମୟ ରଖାଯିବ| ଯେଉଁମାନେ ଖେଳାଳି ଅଲମ୍ପିକ ଭିଲେଜରେ ରହିବେ ଓ ତାଙ୍କୁ ଫିଜିକାଲ୍ ସ୍ପର୍ଶ ମନା ହେବ| ଏଏଫପି ରି-ପୋ-ର୍ଟ ଅନୁସାରେ, ଆୟୋଜକଙ୍କ କହିଛନ୍ତି ଯେ, ଦେଢ ଲକ୍ଷ ମାଗଣା କଣ୍ଡୋମ ବଣ୍ଟନ କରାଯିବ କିନ୍ତୁ ସମସ୍ତଙ୍କୁ କମ୍ ଲୋକଙ୍କ ସହ ମିଳାମିଶା କରିବାକୁ ଅନୁରୋଧ କରାଯିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *