୧୪ ବର୍ଷ ବୟସରେ ହୋଇଥିଲା ବିବାହ,୧୮ ବର୍ଷରେ ହୋଇଥିଲେ ୨ ସନ୍ତାନଙ୍କ ମାଆ,ତଥାପି ହାରି ନଥିଲେ ଏବଂ ଶେଷରେ ଆଇପିଏସ ହୋଇ ରଚିଲେ ଇତିହାସ,ଜାଣନ୍ତୁ ତାଙ୍କ ଜୀବନର ସଂଘର୍ଷ ବିଷୟରେ !

ଆଇପିଏସ ଏନ ଅମ୍ବିକା : କହିବାକୁ ଗଲେ ଝିଅମାନଙ୍କ ପାଇଁ ବହୁତ ନିୟମ ବନା ଯାଇଛି। ମହିଳା ସଶକ୍ତିକରଣ ରୁ ଆରମ୍ଭ କରି ତାଙ୍କ ବିବାହ ସମ୍ବନ୍ଧିତ ବହୁତ ନିୟମ ରହିଛି। ଏବେ ତ ସରକାର ଏହି ବିଚାର କରୁଛନ୍ତି କି, ଝିଅମାନଙ୍କର ବିବାହର କାନୁନ ବୟସ ୧୮ ବର୍ଷ ବଦଳରେ ୨୧ ବର୍ଷ କରିବା ପାଇଁ। କିନ୍ତୁ କ’ଣ ଏହାର ପାଳନ କରାଯିବ ?

କହିବାକୁ ଗଲେ ଆମ ଦେଶରେ ଅନେକ ସ୍ଥାନରେ ବହୁତ ଅଳ୍ପ ବୟସରୁ ଝିଅମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆ ଯାଇଥାଏ। ସେମାନଙ୍କ ସ୍ବପ୍ନକୁ ବିବାହର ଅ-ଗ୍ନିରେ ଜ-ଳାଇ ଭ-ସ୍ମ କରି ଦିଆଯାଏ। ଆଜି ଆମେ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ,ସେମାନଙ୍କ ସହିତ ମଧ୍ୟ କିଛି ଏଭଳି ହୋଇଥିଲା। ସେମାନେ ନିଜ ସାହସ ବଳରେ ନିଜ ଜୀ-ବନକୁ ବଦଳି ଦେଲେ ଏବଂ ବିବାହ ପରେ ଆଇପିଏସ ଅଫିସର ହୋଇଗଲେ।

Google

କିପରି ଆସିଲା ଆଇପିଏସ ବନିବାର ବି-ଚା-ର –

ତାମିଲନାଡୁରେ ରହୁଥିବା ଏନ. ଅମ୍ବିକା , ଯେତେବେଳେ କେବଳ ୧୪ ବର୍ଷର ଥିଲେ ସେତେବେଳେ ତାଙ୍କର ବିବାହ କରାଇ ଦିଆଯାଇଥିଲା। ପ୍ରଥମେ ସେ ନିଜର ବୈବାହିକ ଜୀବନ ନିର୍ବାହ କଲେ। ଅମ୍ବିକା ଙ୍କ ପତି ଜଣେ ପୋଲିସ ହାବିଲଦାର ଥିଲେ। ଥରେ ଗଣତନ୍ତ୍ର ଦିବସ ଅବସରରେ ଯେତେବେଳେ ଅମ୍ବିକା ନିଜ ପତିଙ୍କ ସହିତ ପ୍ୟାରେଡ ଦେଖିବାକୁ ଗଲେ, ସେ ନିଜ ପତିଙ୍କ ଉଚ୍ଚ ଅଧିକାରୀଙ୍କୁ ସଲାମ କରିବାର ଦେଖିଲେ।ଯାହା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା।

ଏହାପରେ ସେ ନିଜ ପତିଙ୍କୁ ପଚାରିଲେ କି, ସେ କିଏ ଥିଲେ ଏବଂ ଆପଣ ତାଙ୍କୁ କାହିଁକି ସଲାମ କରୁଥିଲେ? ସେତେବେଳେ ତାଙ୍କ ପତି କହିଲେ ଯେ ସେ ଆଇପିଏସ ଅଫିସର ଥିଲେ। ଆଇପିଏସ ଅଫିସର ହେବା ପାଇଁ ବହୁତ କଠିନ ପରୀକ୍ଷା ପାସ କରିବାକୁ ପଡ଼ିଥାଏ। ପତିଙ୍କର ଏହି କଥା ଶୁଣି ଅମ୍ବିକା ନିଶ୍ଚୟ କରି ନେଲେ କି ଯାହା ବି ହେଉ ଏହି ପରୀକ୍ଷା କୁ ପାସ କରିବେ ଏବଂ ଆଇପିଏସ ହୋଇ ଦେଖେଇବେ|

୧୮ ବର୍ଷର ବୟସରେ ୨ ଟି ସନ୍ତାନର ମାଆ ହୋଇ ଯାଇଥିଲେ –

ଏନ. ଅମ୍ବିକାଙ୍କ ୧୪ ବର୍ଷରେ ବିବାହ ହେବା ଦ୍ଵାରା ତାଙ୍କର ପାଠପଢ଼ା ବନ୍ଦ ହୋଇ ଯାଇଥିଲା। ୧୮ ବର୍ଷର ବୟସରେ ସେ ଦୁଇଟି ସନ୍ତାନର ମାଆ ହୋଇଥିଲେ। ତଥାପି ସେ ଆତ୍ମବିଶ୍ବାସର ସହିତ ନିଶ୍ଚୟ କରି ନିଜକୁ ପ୍ରେରିତ କଲେ। ସେ ସିଭିଲ ସର୍ଭିସର ପରୀକ୍ଷା ପାସ କରି ଆଇପିଏସ ଅଧିକାରୀ ବନିବାର ଦୃଢ଼ ନିଶ୍ଚୟ କରିଥିଲେ। କିନ୍ତୁ ସେ ଦଶମ ପାସ କରି ନଥିଲେ। ତାଙ୍କ ଉପରେ ଘରର ଦାୟିତ୍ଵ ଥିଲା , ସେଥିପାଇଁ ସେ ସ୍କୁଲରେ ପଢି ପାରିଲେ ନାହିଁ।

Google

ଡିଷ୍ଟାଂଶ ଲର୍ଣିଂ ରେ କଲେ ଗ୍ରାଜୁଏସନ –

ଏନ. ଅମ୍ବିକା ଦଶମ ଶ୍ରେଣୀ ପାସ କରି ନଥିଲେ। କିନ୍ତୁ ସେ ଏହି ସମସ୍ୟାର ସମାଧାନ ମଧ୍ୟ ବାହାର କରି ଦେଇଥିଲେ। ସେ ଏକ ପ୍ରାଇଭେଟ କୋଚିଙ୍ଗରୁ ଦଶମର ପରୀକ୍ଷା ଦେଲେ ଡିଷ୍ଟାଂଶ ଲର୍ଣିଂ ଦ୍ୱାରା ଗ୍ରାଜୁଏସନ ପାସ କଲେ। ଏହା ତାଙ୍କ ପାଇଁ ଅବଶ୍ୟ ଅସୁବିଧା ହେଉଥିଲା, କିନ୍ତୁ ସେ ପକ୍କା ନିଷ୍ପତ୍ତି କରି ନେଇଥିଲେ କି, ସେ କେବଳ ଏହି ପରୀକ୍ଷାରେ ବସିବେ ନୁହେଁ, ଏଥିରେ ପାସ ମଧ୍ୟ କରିବେ।

ଏହାପରେ ଅମ୍ବିକା ନିଶ୍ଚୟ କଲେ କି ଚେନ୍ନାଇ ରେ ରହି ସିଭିଲ ସେବା ପରୀକ୍ଷାର ପ୍ରସ୍ତୁତି କରିବେ। ତାଙ୍କର ପତି ସର୍ବଦା ତାଙ୍କ ସପକ୍ଷରେ ରହିବେ।ଯେଉଁ ସମୟରେ ସେ ଚେନ୍ନାଇରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ , ତାଙ୍କ ପତି ଚାକିରି କରିବା ସହିତ ଦୁଇଟି ପିଲାଙ୍କ ଯତ୍ନ ମଧ୍ୟ ନେଉଥିଲେ। ପିଲାମାନଙ୍କ ଠାରୁ ଦୂରେଇ ରହିବା ଜଣେ ମାଆ ପାଇଁ କଷ୍ଟକର ଅଟେ। କିନ୍ତୁ ସେ ଏହି ତ୍ୟାଗ ମଧ୍ୟ କଲେ।

୩ ଥର ଫେଲ ହେବା ପରେ ମଧ୍ୟ ହାରିଲେ ନାହିଁ –

ଏନ. ଅମ୍ବିକା ସିଭିଲ ସେବାର ପରୀକ୍ଷା ପାସ କରିବାର ବହୁତ ଅଧିକ ସମୟ ଲାଗି ଯାଇଥିଲା। ସେ ଆଇପିଏସ ବନିବା ପାଇଁ ୩ ଥର ୟୁପିଏସସି ଦେଲେ , କିନ୍ତୁ ସେ ଲଗାତାର ୩ ଥର ଫେଲ ହେଲେ। ପରୀକ୍ଷାରେ ପାସ କରି ପାରି ନଥିବାରୁ ତାଙ୍କ ପତି ଘରକୁ ଫେରିବା ପାଇଁ ମଧ୍ୟ କହିଲେ। କିନ୍ତୁ ଅମ୍ବିକା ହାର ମାନି ନଥିଲେ। ସେ ନିଜ ପତିଙ୍କୁ ଶେଷଥର ପରୀକ୍ଷା ଦେବା ପାଇଁ କହିଲେ। ସେ ଘରକୁ ଫେରିଲେ ନାହିଁ।

Google

ଏବେ ଅମ୍ବିକା ଚତୁର୍ଥ ବା ଶେଷଥର ୟୁପିଏସସି ର ପରୀକ୍ଷା ଦେବାକୁ ଗଲେ। ଏଥର ତାଙ୍କର ପରିଶ୍ରମ ସାର୍ଥକ ହେଲା ଏବଂ ବର୍ଷ ୨୦୦୮ରେ ଏହି ପରୀକ୍ଷା ପାସ କରି ଆଇପିଏସ ଅଫିସର ହୋଇ ଘରକୁ ଫେରିଲେ। ଆଇପିଏସ ଏନ. ଅମ୍ବିକା ଙ୍କ ଏହି କାହାଣୀ ସବୁ ଯୁବଗୋଷ୍ଠୀଙ୍କୁ ଏହି ଶିକ୍ଷା ଦେଉଛି କି. ଯଦି ଆପଣ ପୁରାଧ୍ୟାନ କେନ୍ଦ୍ରିତ କରି ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବେ, ତାହେଲେ ଆପଣଙ୍କୁ ସଫଳତା ପାଇବା ପାଇଁ କେହି ଅଟକାଇ ପାରିବେ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *