ଆଇପିଏଲ ୨୦୨୧: ନିଲାମ ପୂର୍ବରୁ ଆସିଲା ବଡ ଖବର, କିଙ୍ଗସ ଇଲେଭେନ ପଞ୍ଜାବର ପରିବର୍ତ୍ତନ ହେବାକୁ ଯାଉଛି ନାମ ଏବଂ ଲୋଗୋ

ଆଇପିଏଲ ୨୦୨୧ର ଆରମ୍ଭ ହେବା ପୂର୍ବରୁ ହିଁ ଫ୍ରାଞ୍ଚାଇଜ ଧୁମଧାମରେ ପ୍ରସ୍ତୁତିରେ ଲାଗିଛନ୍ତି , ଏହି ନିଲାମୀକୁ ନେଇ ହେଉ, କିମ୍ବା ଖେଳାଳୀଙ୍କ ମୁକ୍ତ ଓ ପ୍ରତ୍ୟାବର୍ତ୍ତନ ତାଲିକାକୁ ନେଇ ହେଉ, କିଙ୍ଗସ ଏକାଦଶ ପଞ୍ଜାବକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। ୧୮ଫେବୃଆରୀକୁ ଏକ ମିନି ନିଲାମୀ ଅନୁଷ୍ଠିତ କରାଯିବ, ଯେଉଁଥିରେ ଖେଳାଳୀମାନଙ୍କ ଉପରେ ବୋଲି ଲଗାଯିବ।

ଆଇପିଏଲ ନିଲାମୀ ପୂର୍ବରୁ ଆସିଛି ବଡ ଖବର:-

ନିଲାମୀକୁ ନେଇ ଫ୍ରାଞ୍ଚାଇଜଙ୍କ ପାଖରୁ ଅଧିକ ପ୍ରଶଂସକ ଉତ୍ସାହିତ ଅଛନ୍ତି, କାରଣ ସମସ୍ତେ ନିଜର ପ୍ରିୟ ଖେଳାଳୀଙ୍କୁ ଏହି ସିଜନରେ ଦେଖିବାକୁ ଚାହିଁଥାନ୍ତି । ଏଭଳି ପରିସ୍ଥିତିରେ, ଇଣ୍ଡିଆନ ପ୍ରିମିୟର ଲିଗର ନିଲାମୀ ପୂର୍ବରୁ ହିଁ ଦଳମାନେ ସେମାନଙ୍କର ମୁକ୍ତ ଓ ପ୍ରତ୍ୟାବର୍ତ୍ତନ ଖେଳାଳୀଙ୍କ ତାଲିକା ପ୍ରକାଶ କରାଯାଇଛି । ତେବେ ଏହି ସମୟରେ କିଙ୍ଗସ ଏକାଦଶ ପଞ୍ଜାବ ପ୍ରଶଂସକଙ୍କୁ ନୂଆ ଖୁସି ଖବର ଦେଇପାରେ।

Google

କରୋନା ମହାମାରୀ ପରେ ପ୍ରଥମ ଥର ଏହିପରି ହେବ ଯେବେ ଆଇପିଏଲର ଅନୁଷ୍ଠାନ ଭାରତରେ ହିଁ କରାଯିବ। ତେବେ ଏପର୍ଯ୍ୟନ୍ତ ବିସିସିଆଇ ଏହା ଉପରେ କୌଣସି ଅଧିକାରୀକ ନିଶ୍ଚିତକରଣ କରିନାହିଁ। କିନ୍ତୁ, ଯାହାସବୁ ଖବର ସାମ୍ନାକୁ ଆସୁଛି, ତା ଅନୁଯାୟୀ, ଆମେ ଅନୁମାନ କରିପାରିବାକି, ଏଥର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ଘରୋଇ ମାଟିରେ ଖେଳାଯିବ।

ଆଇପିଏଲ ପୂର୍ବରୁ ଲୋଗୋ ଓ ନାମ ପରିବର୍ତ୍ତନ କରୁଅଛି ପଞ୍ଜାବ:-

ଲିଗ ଆରମ୍ଭ ହେବା ପୂର୍ବରୁ କିଙ୍ଗସ ଇଲେଭେନ ପଞ୍ଜାବକୁ ନେଇ ବଡ ସୂଚନା ସାମ୍ନାକୁ ଆସୁଅଛି। ଯାହାକି ଏହି ଟୁର୍ଣ୍ଣାମେଣ୍ଟର ପ୍ରଶଂସକଙ୍କ ପାଇଁ ଜାଣିବା ଅତ୍ୟନ୍ତ ଆବଶ୍ୟକ। ମିଡିଆ ରିପୋର୍ଟ ଅନୁସାରେ, ପଞ୍ଜାବ ନିଜର ନାମ ଓ ଲୋଗୋକୁ ପରିବର୍ତ୍ତନ କରିବାକୁ ଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବ ଏହି ବିଷୟରେ ଅଫିସିଆଲ ସୂଚନା ଦେଇନାହିଁ। କିନ୍ତୁ ସୂତ୍ର ଅନୁସାରେ, ଆଇପିଏଲର ନିଲାମୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଫେବୃୟାରୀ ୧୭ରେ ପଞ୍ଜାବ ଏହି ଖବର ଉପରେ ସୂଚନା ଦେଇ ଖୁଲାସା କରିବ। ଏହା ସହିତ ଫ୍ରାଞ୍ଚାଇଜର ନାମ ଓ ଲୋଗୋ କଣ ରହିବ, ଏହା ବିଷୟରେ ମଧ୍ୟ ସୂଚନା ଦେବେ।

ଭାରତରେ ହପିପରେ ଆଇପିଏଲ ୨୦୨୧:-

ଆଇପିଏଲ ୨୦୨୧ର ତାରିଖକୁ ନେଇ କିଛି ଦିନ ପୂର୍ବରୁ ଖବର ସାମ୍ନାକୁ ଆସିଥିଲାକି, ଏହି ବର୍ଷ ୧୧ କିମ୍ବା ୧୪ ଫେବୃୟାରୀରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇପାରେ। ଓ ଫାଇନାଲ ୫ କିମ୍ବା ୬ଜୁନରେ ଖେଳାଯିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Google

ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ଅଫିସିଆଲ କରାଯାଇ ନାହିଁ କି, ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ ଭାରତରେ ହେବ ନା ୟୁଏଇରେ ହେବ, କିନ୍ତୁ ବିସିସିଆଇର ଅଧକ୍ଷ ସୌରଭ ଗାଙ୍ଗୁଲୀ ନିଜର ମନ୍ତବ୍ୟରେ କହିଛନ୍ତି କି , ଏଥର ଏହି ଲିଗର ମଜା ଲୋକ ଭାରତରେ ନେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *