ଆଇପିଏଲ ୨୦୨୧ ନିଲାମ ପୂର୍ବରୁ ଅର୍ଜୁନ ତେନ୍ଦୁଲକରଙ୍କୁ ଶକ୍ତ ଝଟକା, ମିଳିଲା ନାହିଁ ମୁମ୍ବାଇ ଦଳରେ ସ୍ଥାନ

ଆଇପିଏଲ ୨୦୨୧ର ନିଲାମୀ ପୂର୍ବରୁ ଦିଗ୍ଗଜ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ବହୁତ ବଡ ଝଟକା ଲାଗିଛି। ତାଙ୍କୁ ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇ ଦଳରେ ସ୍ଥାନ ମିଳିନାହିଁ ଓ ସେ ୨୨ଜଣିଆ ସଦସ୍ୟ ଦଳରେ ସ୍ଥାନ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ମୁମ୍ବାଇ ଦଳ ଏହି ମାସରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଏକ ଦିବସୀୟ ଶୃଙ୍ଖଳା ପାଇଁ ଶ୍ରେୟସ ଅୟରଙ୍କୁ ନିଜର ଅଧିନାୟକ କରିଛି।

ଜଣାଇଦେଉଛୁକି ୨୧ବର୍ଷୀୟ ଅର୍ଜୁନଙ୍କୁ ଏହି ବର୍ଷ ପ୍ରଥମ ଥର ପାଇଁ କୌଣସି ସିନିୟର ଦଳରେ ସାମିଲ କରଯାଇଥିଲା। ବାମହାତୀ ଦୃତ ବୋଲର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ଦଳ ସୁଯୋଗ ଦେଇଥିଲା। ଅର୍ଜୁନ ଇଲିଟ ଇ ଲିଗ ଗୃପ ମ୍ଯାଚରେ ନିଜର ଡେବ୍ୟୁ କରିଥିଲେ ଓ ଏହି ମୁକାବିଲାରେ ସେ ଦୁଇ ଓଭର ବୋଲିଂ କରି ଏକ ୱିକେଟ ନେଇଥିଲେ ଓ ୨୧ ରନ ଦେଇଥିଲେ।

ଅର୍ଜୁନଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇ ନିଜର ସମ୍ଭାବିତ ୧୦୦ରେ ସାମିଲ କରିଥିଲା କିନ୍ତୁ ଅଭ୍ଯାସ ମ୍ଯାଚରେ ତାଙ୍କର ପ୍ରଦର୍ଶନ ବହୁତ ଖରାପ ଥିଲା। ସେ ବହୁତ ସଂଘର୍ଷ କରୁଥିବାର ଦେଖାଯାଇଥିଲା। ଅଭ୍ଯାସ ମ୍ଯାଚରେ ସେ ଟିମ ଡି ପାଇଁ ଚାରୋଟି ମୁକାବିଲା ଖେଳିଥିଲେ କିନ୍ତୁ ସେ ଉଭୟ ବୋଲିଂ ଓ ବ୍ୟାଟିଂରେ ଖରାପ ପ୍ରଦର୍ଶନ କରିଥିଲେ। ସେ ଚାରୋଟି ମ୍ଯାଚରେ ଚାରୋଟି ୱିକେଟ ନେଇଥିଲେ। ବ୍ୟାଟିଂରେ ମଧ୍ୟ ତିନୋଟି ମ୍ଯାଚରେ କେବଳ ୭ରନ କରିଥିଲେ।

ବାମହାତୀ ବୋଲର ଅର୍ଜୁନ ଏହି ବର୍ଷ ଆଇପିଏଲ ନିଲାମୀ ପାଇଁ ନିଜର ରେଜିଷ୍ଟ୍ରେସନ କରିଥିଲେ। ସେ ୧୦୯୭ ଜଣ ଖେଳାଳୀଙ୍କ ମଧ୍ୟରେ ନିଜର ନାମ ସାମିଲ କରିଛନ୍ତି। ଅର୍ଜୁନଙ୍କ ବେସ ପ୍ରାଇସ ୨୦ଲକ୍ଷ ଟଙ୍କା।

ମୁମ୍ବାଇ ଦଳ ବିଷୟରେ କହିବାକୁ ଗଲେ ଫେବୃୟାରୀ ୨୦ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କୁ ନିଜର ଅଧିନାୟକ କରିଛନ୍ତି। ଯେତେବେଳେକି ଘରୋଇ ଏକଦିବସୀୟ ଶୃଙ୍ଖଳା ପାଇଁ ପୃଥ୍ବୀ ଶୋଙ୍କୁ ଉପ-ଅଧିନାୟକ କରିଛନ୍ତି। ଏହା ବ୍ଯତୀତ ଦଳରେ ଭାରତୀୟ ଦଳର ସର୍ବପ୍ରଦର୍ଶନୀୟ ଶିବମ ଦୁବେ, ସୀମିତ ଓଭର ବିଶେଷଜ୍ଞ ସୂର୍ଯ୍ୟକୁମାର ଯାଦବ, ଯୁବ ବ୍ୟାଟ୍ସମ୍ୟାନ ଯଶସ୍ଵୀ ଜୟସ୍ଵାଲ, ସରଫରାଜ ଖାନ ଓ ଅଖିଳ ହରବାଦକରଙ୍କ ସହିତ ଅନୁଭବୀ ୱିକେଟକିପର ବ୍ୟାଟ୍ସମ୍ୟାନ ଆଦିତ୍ଯ ତାରେ ସାମିଲ ହୋଇଛନ୍ତି। ବୋଲିଂ ଆକ୍ରମଣରେ ଅନୁଭବୀ ଦୃତ ବୋଲର ଧବଲ କୁଳକର୍ଣ୍ଣୀ କରିବେ, ଯେଉଁଥିରେ ତୁଷାର ଦେଶପାଣ୍ଡେ ଓ ଆକାଶ ପାରକର ତଥା ସ୍ପିନର ଶମ୍ସ ମୁଲାମୀ ଓ ଅଥର୍ବ ଅଙ୍କୋଲେକର ସାମିଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *