ଅଷ୍ଟ୍ରେଲିଆର ଏହି ଦିଗ୍ଗଜ ଅଧିନାୟକଙ୍କ ଘରୁ ହେଲା ଚୋରି, କାର ଚୋ-ରି କରି ନେଇଗଲେ ଚୋ-ର

ମହାମାରୀ କରୋନା ମଧ୍ୟରେ ଖେଳାଳୀଙ୍କ ଘରେ ଚୋ-ରି ହେବାର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆର ମିଡିଆ “ଚ୍ଯାନେଲ ୭” ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକୀ ପଣ୍ଟିଙ୍ଗଙ୍କ ମେଲବର୍ନରେ ଥିବା ଘରୁ ଚୋ-ରମାନେ ତାଙ୍କ କାର ଚୋ-ରି କରିନେଇଛନ୍ତି।

ରିକୀ ପଣ୍ଟିଙ୍ଗଙ୍କ କାର ହେଲା ଚୋ-ରି:-

ଅଷ୍ଟ୍ରେଲିଆ ମିଡିଆ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି, ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବ ଅଧିନାୟକ ରିକୀ ପଣ୍ଟିଙ୍ଗଙ୍କ ମେଲବର୍ନରେ ଥିବା ଘରୁ ଗତ ସପ୍ତାହରେ ଚୋ-ରି ହୋଇଛି। ଏହି ଖବର ଅଷ୍ଟ୍ରେଲିଆ ମିଡିଆ “ଚ୍ଯାନେଲ ୭” ଦେଇଛି, ଗତ ଶୁକ୍ରବାର ଦିନ ରିକୀ ପଣ୍ଟିଙ୍ଗଙ୍କ ଘରୁ କିଛି ଚୋ-ର ତାଙ୍କର କାର ଚୋରି କରିନେଇଛନ୍ତି।

ଚୋ-ରି ରିପୋର୍ଟ ଦାଖଲ ହେବା ପରେ ପୋଲିସ କାରକୁ ଖୋଜିବାରେ ଲାଗିପଡିଛି। ପୋ-ଲି-ସ ଅନ୍ୟ ଅଞ୍ଚଳରୁ କାରକୁ ମଧ୍ୟ ବରାମଦ କରିନେଇଛି। କିନ୍ତୁ କାର ଚୋରି କରିଥିବା ଚୋରକୁ ବର୍ତ୍ତମାନ ସୁଦ୍ଧା ପୋଲିସ ଗି-ର-ଫ କରିନାହିଁ। କିନ୍ତୁ ପୋ-ଲି-ସ-ର ସନ୍ଧାନ ଜାରୀ ଅଛି। ସୂଚନା ଅନୁସାରେ, ଯେତେବେଳେ ଦିଗ୍ଗଜ ବ୍ୟାଟ୍ସମ୍ୟାନ ପଣ୍ଟିଙ୍ଗଙ୍କ କାର ଚୋ-ରି ହେଲା ସେତେବେଳେ ପଣ୍ଟିଙ୍ଗ ନିଜର ସ୍ତ୍ରୀ ଓ ତିନି ପିଲାଙ୍କ ସହିତ ଘରେ ଥିଲେ।

ଲକଡାଉନ ସମୟରେ ଡେଲ ଷ୍ଟେନଙ୍କ ଘରୁ ହୋଇଥିଲା ଚୋ-ରି:-

ମହାମାରୀ ସମୟରେ ସାରା ବିଶ୍ବରେ ଲକଡାଉନ ସ୍ଥିତି ଥିଲା। ସେତେବେଳେ ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟ୍ସମ୍ୟାନ ଋଦ୍ଧିମାନ ସାହା ଓ ସାଉଥ ଆଫ୍ରିକାର ଦୃତ ବୋଲର ଡେଲ ଷ୍ଟେନଙ୍କ ଘରୁ କାର ଚୋ-ରି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚୋର ଅସଫଳ ରହିଥିଲା।

ଡେଲ ଷ୍ଟେନ ନିଜର ଘରେ ହୋଇଥିବା ଚୋ-ରିର ପ୍ରୟାସ ବିଷୟରେ ଟୁଇଟ କରିଥିଲେ ଓ ଲେଖିଥିଲେ- ମୋ ଘରେ କିଛି ଚୋ-ର ଚୋ-ରି କରିବାକୁ ତିନିଥର ପ୍ରୟାସ କରିସାରିଛନ୍ତି। ଗତକାଲି ସେମାନେ ମୋ ସାଙ୍ଗର କାରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଆଜି ସେ ମୋ ମାଙ୍କୁ ବହୁତ ଡରାଇଦେଲେ, ଯିଏକି ଘରେ ଏକଲା ଥିଲେ। କରୋନା ଲୋକଙ୍କୁ ଚାପରେ ରଖୁଛି, ସେଥିପାଇଁ ଆପଣ ସୁରକ୍ଷିତ ରୁହନ୍ତୁ।

ଅଷ୍ଟ୍ରେଲିଆର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ରିକୀ ପଣ୍ଟିଙ୍ଗ:-

ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବ ଅଧିନାୟକ ଓ ମହାନ ବ୍ୟାଟ୍ସମ୍ୟାନ ରିକୀ ପଣ୍ଟିଙ୍ଗଙ୍କ ନାମ ବିଶ୍ଵ କ୍ରିକେଟରେ ବଡ ଗର୍ବର ସହିତ ନିଆଯାଏ। ଅଧିନାୟକ ରିକୀ ପଣ୍ଟିଙ୍ଗ ଅଷ୍ଟ୍ରେଲିଆକୁ ୨୦୦୩ ଓ ୨୦୦୭ରେ ବିଶ୍ଵକପ ଜିତାଇଥିଲେ ଓ ଏହା ସହିତ ୨୦୦୬ ଓ ୨୦୦୯ରେ ଚମ୍ପିୟାନ ଟ୍ରଫି ମଧ୍ୟ ଜିତାଇଥିଲେ।

ବ୍ୟାଟ୍ସମ୍ୟାନ ରୂପରେ ପଣ୍ଟିଙ୍ଗଙ୍କ ନାମରେ ବଡ ବଡ ରେକର୍ଡ ଅଛି। ସେ ୧୬୮ଟି ଟେଷ୍ଟ ମ୍ଯାଚରେ ୫୧.୮୫ ଓଉସତରେ ୧୩୩୭୮ ରନ କରିଥିଲେ। ୩୭୫ଟି ଦିନକିଆ ମ୍ଯାଚରେ ୧୩୭୦୪ ରନ କରିଥିଲେ। ପଣ୍ଟିଙ୍ଗ ବର୍ତ୍ତମାନ ସମୟରେ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମୁଖ୍ୟ କୋଚ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *