ଏହି ବ୍ୟକ୍ତି ଜଣକ ୧ ଟଙ୍କାର ମଟର ପ୍ୟାକେଟରୁ ବ୍ୟବସାୟ ଆରମ୍ଭ କରିଥିଲେ,ଆଉ ଆଜି ଠିଆ କରିଦେଇଛନ୍ତି ଫ୍ୟାକ୍ଟ୍ରି ,ଜାଣନ୍ତୁ ତାଙ୍କ ବିଷୟରେ କିଛି !

ଏହି କାହାଣୀ ଏକ ପ୍ରେରଣାର ସ୍ରୋତ ଅଟେ କାରଣ ରାଜସ୍ଥାନର ଟୋଙ୍କ ଜିଲ୍ଳାର ଅଂଶୁଳ ଗୋୟଲ ଏକ ଇଞ୍ଜିନିୟରିଂ ଛାତ୍ର ଥିଲେ । ଅଂଶୁଳ ବର୍ତ୍ତମାନ ସ୍ନାକ୍ସ ବେପାର କରୁଛନ୍ତି । କଲେଜରେ ପଢ଼ୁଥିବା ସମୟରେ ତାଙ୍କୁ ଜ୍ଞାତ ହୋଇଯାଇଥିଲା କି, ସେ ବ୍ୟବସାୟ କରିବେ ।

ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗିତା ପରୀକ୍ଷା ଦେଇ ଚାକିରୀ ପାଇବାପାଇଁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ । ଏହାପରେ ସେ ନିଜର ସାଙ୍ଗଙ୍କ ଜରିଆରେ ନିଜର ବିଜନେସ ଆରମ୍ଭ କରିଥିଲେ ଓ ଏବେ ସେ ମାସିକ 1 ରୁ ଦେଢଲକ୍ଷ ଟଙ୍କା କମାଉଛନ୍ତି ।

ଅଂଶୁଳ କହିଥିଲେ ଇଞ୍ଜିନିୟରିଂ ପାଠପଢ଼ା ସରିବାପରେ ଘର ଲୋକେ ତାଙ୍କୁ ସରକାରୀ ଚାକିରୀ କରିବାପାଇଁ କହିଥିଲେ କିନ୍ତୁ ଏଥିରେ ତାଙ୍କର ଆଗ୍ରହ ନଥିଲା । ସେସମୟରେ ଅଂଶୁଳ ଏକ ବିଜନେସ ପ୍ରୋଜେକ୍ଟରେ କାମ କରୁଥିଲେ ଓ ସେ ନିଷ୍ପତ୍ତି ନେଇଥିଲେ କି, ସେ ବିଜନେସ ହିଁ କରିବେ ।

ଅଂଶୁଳ କୁହନ୍ତି, ମୁଁ ବିଜନେସ କରିବି ବୋଲି ଭାବି ସାରିଥିଲି କିନ୍ତୁ କେମିତି ଏହା କରାଯିବ ତାହାର ଅନୁଭବ ମୋ ପାଖରେ ନଥିଲା । ସେଥିପାଇଁ ମୁଁ ବିଭିନ୍ନ ଲୋକଙ୍କ ସହିତ ମିଶିଲି ଓ ମୋ ବିଚାର ଶେୟର କରିଥିଲି । ମୋ ପାଖରେ କମ ବଜେଟ ଥିବାରୁ କୌଣସି ବିଜନେସ କରିବା ସହଜ ନଥିଲା ।

ଏହିସମୟରେ ମୋ ମନକୁ ଏକ ଆଇଡ଼ିଆ ଆସିଲା ଗ୍ରିନ ମଟର ବ୍ୟବସାୟ ଯାହାକୁ ଛୋଟ ପିଲା ବହୁତ ପସନ୍ଦ କରିଥାନ୍ତି । ଏହାସହିତ କମ ବଜେଟ ମାଧ୍ୟମରେ ଏହି ବିଜନେସ ଆରମ୍ଭ କରିବା ଉପଯୋଗୀ ହୋଇପାରୁଥିଲା ।

ଏହାପରେ ମୁଁ 2017 ମସିହାରେ ଜୟପୁରରେ ଦେଢଲକ୍ଷ ଟଙ୍କାରେ ଏହି ବିଜନେସ କରିବା ଆରମ୍ଭ କରିଦେଲେ । ଏହାପରେ ସେ କହିଥିଲେ ପ୍ୟାକେଟ ପ୍ରିଣ୍ଟିଂ ପାଇଁ ତାଙ୍କୁ 60 ରୁ 70 ହଜାର ଖର୍ଚ୍ଚ କରିବାକୁ ପଡିଥିଲା ଏବଂ 50 ହଜାର ଟଙ୍କା ପ୍ୟାକିଙ୍ଗ ମେସିନରେ ଖର୍ଚ୍ଚ କରିବାକୁ ପଡିଲା ।

ଏହାପରେ ସେ କହିଥିଲେ, ଆରମ୍ଭରୁ ମୋ ପାଖରେ ଅନୁଭବ ନଥିବାରୁ ମୁଁ ସଂଘର୍ଷ କରିଥିଲି । ପରେ 1 ରୁ 2 ସପ୍ତାହ ପରେ ଅନୁଭବ ହୋଇଯିବାପରେ ବିଜନେସ ଭଲ ଚାଲିଲା ରାଜ୍ୟ ବାହାରୁ ମଧ୍ୟ ଏହାର ଅର୍ଡର ଆସିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *