Zoom ରେ ଭିଡିଓ କଲ ଦ୍ଵାରା କେସ ଶୁଣାଣି ସମୟରେ ଅଚାନକ ବିଲେଇ ହୋଇଗଲା ଓକିଲ, ତା ପରେ ଜଜ୍… ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓ ଆମେରିକାର ଟେକ୍ସାସରେ ଜଣେ ଜଜ ଏବଂ ଜଣେ ଓକିଲଙ୍କ ମଧ୍ୟରେ ଚାଲିଥିବା ଏକ କେସର ଶୁଣାଣି ସମୟର ଅଟେ | ଏହି ଭିଡିଓରେ ଜୁମ କଲରେ ଏକ ବିଲେଇ ମଧ୍ୟ ଦେଖିବାକୁ ମିଳୁଛି | ବାସ୍ତବରେ, ଶୁଣାଣି ସମୟରେ ଓକିଲ ଜୁମ ଫିଲ୍ଟରର ବ୍ୟବହାର କରିଥିଲେ, ଯାହାଦ୍ୱାରା ତାଙ୍କ ଜାଗାରେ ସ୍କ୍ରିନରେ ବିଲେଇ ଦେଖାଯାଇଥିଲା | ଯେତେବେଳେ ଜଜ ଓକିଲଙ୍କୁ ପଚାରିଲେ, ସେତେବେଳେ ସେ କହିଥିଲେ, “ମୁଁ ବିଲେଇ ନୁହେଁ” | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷରୁ ଅଧିକ ଥର ଦେଖାଗଲାଣି |

ବାସ୍ତବରେ, ଟେକ୍ସାସରେ କୋର୍ଟର ଏକ ଶୁଣାଣି ସମୟରେ ଜୁମ କଲରେ ଓକିଲ ଭୁଲରେ କ୍ୟାଟ ଫିଲ୍ଟର ଅନ କରିଦେଲେ | ଏହା ପରେ ଆଟର୍ଣ୍ଣି ରୋଡ ପଣ୍ଟନଙ୍କୁ କ୍ୟାଟ ଫିଲ୍ଟର ହଟାଇବା ପାଇଁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଲା | ଶୁଣାଣି ସମୟରେ ସେ ଏକ ବିଲେଇ ରୂପେ ଦେଖିବାକୁ ମିଳିଥିଲେ | ଏହା ପରେ ଭିଡିଓରେ ଜଜଙ୍କୁ ଓକିଲ ସାହେବଙ୍କର ସାହାଯ୍ୟ କରୁଥିବାର ଶୁଣାଯାଇପାରେ | ଜଜ ରାୟ ପଣ୍ଟନଙ୍କୁ କହିଛନ୍ତି, ମତେ ଲାଗୁଛି ଯେ ଆପଣ ଭିଡିଓ ସେଟିଂକୁ ଯାଇ ଫିଲ୍ଟର ଅନ କରିଦେଇଛନ୍ତି |

ଦେଖନ୍ତୁ ଭିଡିଓ :-

ଏହି ପୁରା ଭିଡିଓରେ ସବୁଠାରୁ ମଜା ସେତେବେଳେ ଆସିଥାଏ, ଯେତେବେଳେ ଓକିଲ ପଣ୍ଟନ ଜଜଙ୍କୁ କହୁଥିଲେ, ‘ମୁଁ ବିଲେଇ ନୁହେଁ’ | ସେ ଆଗକୁ କହିଛନ୍ତି, ‘ମୁଁ ମୋର ଆସିଷ୍ଟାଣ୍ଡଙ୍କୁ ଡାକିଛି ଏବଂ ସେ ଏହାକୁ ଠିକ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ମୁଁ ଏହି ଫିଲ୍ଟର ସହିତ ମଧ୍ୟ ଯୁକ୍ତି କରିବାକୁ ପ୍ରସ୍ତୁତ ଅଛି’ | ପଣ୍ଟନ କହିଛନ୍ତି, ‘ମୁଁ ଲାଇଭ ଅଛି ଏବଂ ମୁଁ ବିଲେଇ ନୁହେଁ’ | କୁହାଯାଉଛି ଯେ ଏହି ଭିଡିଓ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି | ଲୋକମାନେ ଏହି ଭିଡିଓକୁ ଲଗାତାର ଭାବରେ ରିଟ୍ୱିଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *