ଚଳନ୍ତା ବସ‌ରେ ଡ୍ରାଇଭରଙ୍କୁ ହେଲା ହାର୍ଟ ଆଟାକ, ମୃ-ତ୍ୟୁ ପୂର୍ବରୁ ଏପରି ଭାବରେ ବଞ୍ଚାଇଥିଲେ ୩୫ ଜଣ ଯାତ୍ରୀଙ୍କୁ,ପଢନ୍ତୁ ପୁରା ଖବର

ହିମାଚଳ ପଥ ପରିବହନ ନିଗମର ଚଳନ୍ତା ବସ‌ରେ ହାର୍ଟ ଆଟାକ ହେବାରୁ ଡ୍ରାଇଭରଙ୍କର ମୃ-ତ୍ୟୁ ହୋଇଛି | ଘଟଣା ସମୟରେ ବସ‌ରେ ୩୫ ଜଣ ଯାତ୍ରୀ ବସିଥିଲେ | ବେହୋସ ହେବା ପୂର୍ବରୁ ଡ୍ରାଇଭର ଯେମିତିଵି ହେଉ ବ୍ରେକ ଲଗାଇ ଯାତ୍ରୀମାନଙ୍କ ଜୀବନ ରକ୍ଷା କରିଥିଲେ, ନହେଲେ ଏକ ବଡ଼ ଦୁ-ର୍ଘ-ଟ-ଣା ଘଟିଥାନ୍ତା |

ମଙ୍ଗଳବାର ସକାଳ ୯ ଟାରେ ସାର୍କାଘାଟ ଡିପୋରୁ ଏହି ବସ ଯାତ୍ରୀମାନଙ୍କୁ ନେଇ ଅଭାହଦେବୀ ଯାଉଥିଲା | ହଠାତ ଡ୍ରାଇଭର ଛାତିରେ ଯନ୍ତ୍ରଣା ହେଲା | ସେ ଝାଳରେ ଭିଜି ଯାଇଥିଲେ | ବସ ହଲିବାକୁ ଲାଗିଲା | ଏହି ସମୟରେ ଡ୍ରାଇଭର ଚିତ୍କାର କରିବାକୁ ଲାଗିଲେ ଏବଂ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କହିଥିଲେ | ବସକୁ ବ୍ରେକ ଲଗାଇବା ପରେ ଯେମିତି ଯାତ୍ରୀମାନେ ତଳକୁ ଆସିଥିଲେ, ଡ୍ରାଇଭର ଶ୍ୟାମଲାଲ (୪୬) ଷ୍ଟିଅରିଂ ଉପରେ ହିଁ ବେ-ହୋ-ସ ହୋଇଯାଇଥିଲେ | ତାଙ୍କୁ ହମିରପୁର ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ମୃ-ତ ଘୋଷଣା କରିଦେଲେ |

ଅଲଗା ବସର ବ୍ୟବସ୍ଥା କରି ଯାତ୍ରାକରିଥିଲେ ଯାତ୍ରୀ :-

ସୂଚନା ପାଇବା ମାତ୍ରେ ନିଗମର ମ୍ୟାନେଜର ନରେନ୍ଦ୍ର ଶର୍ମା ଅନ୍ୟ ଏକ ବସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ | ସେ ଏକ ଘରୋଇ ଗାଡ଼ିରେ ଡ୍ରାଇଭରକୁ ହସ୍ପିଟାଲରେ ପହଞ୍ଚାଇଥିଲେ | ସେହିପରି ଅଲଗା ବସର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ଯିବାକୁ ଦିଆଯାଇଥିଲା | ପୋଷ୍ଟ ମର୍ଟମ ପରେ ଶ-ବ ପରିବାରକୁ ହସ୍ତାନ୍ତର କରାଯାଇଛି | ନରେନ୍ଦ୍ର ଶର୍ମା ଘଟଣା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏଚଆରଟିସି ଶ୍ୟାମଲାଲଙ୍କ ପରିବାର ସହିତ ଅଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *