୧୧ କୋଟି ଟଙ୍କାରେ ବିକ୍ରି ହେଉଛି ୪୫ ବର୍ଷର ପୁରୁଣା କମ୍ପ୍ୟୁଟର, ଜାଣନ୍ତୁ ଏହି ପୁରୁଣା କମ୍ପ୍ୟୁଟର ବିଷୟରେ

ସମଗ୍ର ବିଶ୍ବ ନୂତନ ଜ୍ଞାନକୌଶଳ ଆଧାରରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସମଗ୍ର ବିଶ୍ବବାସୀ ନୂଆ ନୂଆ ଟେକ୍ନୋଲୋଜି ଉପାୟରେ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ୪୫ ବର୍ଷର ପୁରୁଣା କମ୍ପ୍ୟୁଟର ସାମ୍ନାକୁ ଆସିଛି। ତେବେ, ଏହି ୪୫ ବର୍ଷର ପୁରୁଣା କମ୍ପ୍ୟୁଟର ୧୧ କୋଟି ଟଙ୍କାରେ ବିକ୍ରି ହେବା ସୂଚନା ପ୍ରକାଶ ପାଇଛି। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏତେ ପୁରୁଣା କମ୍ପ୍ୟୁଟରରେ ଏମିତି କଣ ଅଛି ଯେ, ଏହାର ଦାମ ଏତେ ଅଧିକ ରହିଛି ? ସୂଚନା ଅନୁସାରେ, ଏହି କମ୍ପ୍ୟୁଟର କୌଣସି ସାଧାରଣ କମ୍ପ୍ୟୁଟର ନୁହଁ।

Google

ଏହି ପୁରୁଣା କମ୍ପ୍ୟୁଟରକୁ ଆପଲର ସହ-ପ୍ରତିଷ୍ଠାତା ସ୍ବର୍ଗତଃ ଷ୍ଟିଭ ଜବ୍ସ ତିଆରି କରିଥିଲେ। ୧୯୭୬ ମସିହାରେ ସହ-ପ୍ରତିଷ୍ଠାତା ଷ୍ଟିଭ ୱଜନାଇକଙ୍କ ସହିତ ମିଶି ଷ୍ଟିଭ ଜବ୍ସ ଏହି ପୁରୁଣା କମ୍ପ୍ୟୁଟରକୁ ପ୍ରସ୍ତୁତ କରିଥିଲେ। ସେହି ସମୟରେ ତିଆରି ହୋଇଥିବା ଏହି ପୁରୁଣା କମ୍ପ୍ୟୁଟର ସୋସିଆଲ ମିଡ଼ିଆରେ ବିକ୍ରି ହେବାପାଇଁ ଇବେରେ ବିଜ୍ଞାପନ ପ୍ରକାଶ କରାଯାଇଛି। ଆଉ ଏହି ବିଜ୍ଞାପନରେ ଏହାର ମୂଲ୍ୟ ୧୧ କୋଟି ଟଙ୍କା ରଖାଯାଇଛି। କମ୍ପାନୀର ସୂଚନା ଅନୁସାରେ, ଏହି କମ୍ପ୍ୟୁଟର କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି।

Google

ଇବେରେ ପ୍ରକାଶିତ ହୋଇଥିବା ବିଜ୍ଞାପନ ଅନୁସାରେ, ଆପଣଙ୍କ ପାଇଁ ଏହା ଏକ ବିରଳ ସୁଯୋଗ, କାରଣ ସର୍ବମୋଟ ୬ଟି ଆପଲ-୧ କମ୍ପ୍ୟୁଟର ହିଁ ରହିଛି ଏବଂ ଅନ୍ୟମାନଙ୍କ ଅପେକ୍ଷା ଏହି କମ୍ପ୍ୟୁଟର ଭଲ ସ୍ଥିତିରେ ରହିଛି। ଇବେରେ ବିଜ୍ଞାପନ ଦେଇଥିବା ବ୍ୟକ୍ତିଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ସେ ହେଉଛନ୍ତି ଏହି କମ୍ପ୍ୟୁଟରର ଦ୍ଵିତୀୟ ମାଲିକ। ୧୯୭୮ ମସିହାରେ, ଏହାର ପ୍ରଥମ ମାଲିକ ଏହି ଆପଲ-୧ କମ୍ପ୍ୟୁଟର କିଣି ପରେ ଏହାକୁ ବିକ୍ରୀ କରିଦେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *