୨୦୨୧ ରୁ ୨୦୨୩ ମଧ୍ୟରେ ଭାରତ କେବେ, କାହା ସହିତ ଓ କେଉଁଠାରେ ଓ କେଉଁ ମ୍ୟାଚ ଖେଳିବ , ଦେଖନ୍ତୁ ସମ୍ପୂର୍ଣ ବିବରଣୀ

ଭାରତୀୟ ଦଳକୁ ସାରା ଦୁନିଆରେ ବହୁତ ପସନ୍ଦ କରାଯାଏ। ମାର୍ଚ୍ଚ ୨୦୨୦ ପରେ ବର୍ତ୍ତମାନ ଫେବୃୟାରୀ ୨୦୨୧ରେ ଭାରତୀୟ ଦଳ ଘରୋଇ ପଡିଆକୁ କ୍ରିକେଟ ଖେଳିବାକୁ ଉଲ୍ହାଇଛି। ଏହି କଥାରେ କୌଣସି ସନ୍ଦେହ ନାହିଁକି କରୋନା ମହାମାରୀ ଯୋଗୁଁ ୬ମାସର ବିରତି ଯୋଗୁଁ କ୍ରିକେଟ ସୂଚୀରେ ବହୁତ ପ୍ରଭାବ ଦେଖାଯାଇଛି। ଏମିତିରେ ବର୍ତ୍ତମାନ ଆଗାମୀ ସମୟରେ ସମସ୍ତ ଦେଶଭଳି ଭାରତର ସୂଚୀ ମଧ୍ୟ ବହୁତ ବ୍ୟସ୍ତ ରହିବ।

ଆଇପିଏଲ ୨୦୨୧ର ହେବ ଆୟୋଜନ:-

ଆଗାମୀ ୨ବର୍ଷର ସୂଚୀ ଉପରେ ଯଦି ଧ୍ୟାନ ଦେବେ ତେବେ ଆପଣ ଦେଖିବେ ଭାରତୀୟ ଦଳର ଖେଳାଳୀଙ୍କୁ ଲଗାତାର କ୍ରିକେଟ ଖେଳିବାକୁ ପଡିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ ପରେ ଦୁଇ ଦଳ ମଧ୍ୟରେ ଟି-୨୦ ଓ ଦିନକିଆ ସିରିଜ ଖେଳାଯିବ।

ଏହା ପରେ ଇଣ୍ଡିଆନ ପ୍ରିମିୟର ଲିଗ ଆୟୋଜନ ହେବ। ଗତଥର ଆଇପିଏଲକୁ କରୋନା ମହାମାରୀ ଯୋଗୁଁ ୟୁଏଇରେ ଖେଳାଯାଇଥିଲା। କିନ୍ତୁ ଏଥର ଟୁର୍ଣ୍ଣାମେଣ୍ଟକୁ ଭାରତରେ ଆୟୋଜନ କରାଯିବ। ବର୍ତ୍ତମାନ ଏହାର ଅଧିକାରୀ ତାରିଖ ଘୋଷଣା କରିନାହାନ୍ତି। କିନ୍ତୁ ଏହାର ଆୟୋଜନ ଏପ୍ରିଲ-ମେ ରେ ହେବ ବୋଲି ଆଶା କରାଯାଉଛି।

୨ଟି ଟି-୨୦ ବିଶ୍ଵକପ ହେବାର ଆୟୋଜନ:-

କରୋନା ମହାମାରୀ କରାଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ଵକପ ୨୦୨୦କୁ ସ୍ଥଗିତ କରଯାଇଥିଲା। ଯାହାଫଳରେ ବର୍ତ୍ତମାନ କ୍ରିକେଟ ପ୍ରଶଂସକଙ୍କୁ ଆଗାମୀ ୨ବର୍ଷ ମଧ୍ୟରେ ୨ଟି ଟି-୨୦ ବିଶ୍ଵକପ ଦେଖିବାକୁ ସୁଯୋଗ ମିଳିବ।

ପ୍ରଥମ ଟି-୨୦ ବିଶ୍ଵକପ ଭାରତରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ଏହାପରେ ଦ୍ଵିତୀୟ ଟି-୨୦ ବିଶ୍ଵକପ ଅଷ୍ଟ୍ରେଲିଆରେ ଖେଳାଯିବ। ୨୦୨୨ରେ ଅକ୍ଟୋବର-ନଭେମ୍ବର ଖେଳାଯିବ। ଏହି ଦୁଇ ବିଶ୍ଵକପରେ ଭାରତୀୟ କ୍ରିକେଟ ଦଳରୁ ପ୍ରଶଂସକଙ୍କୁ ବହୁତ ଆଶା ଅଛି।

ଏଠାରେ ଦେଖନ୍ତୁ ୨୦୨୧-୨୦୨୩ ପର୍ଯ୍ୟନ୍ତ ଭାରତର ସମ୍ପୂର୍ଣ ସାରଣୀ:-

ଏପ୍ରିଲ ରୁ ମେ ୨୦୨୧ ପର୍ଯ୍ୟନ୍ତ:-

-ଇଣ୍ଡିଆନ ପ୍ରିମିୟର ଲିଗ

ଜୁନ ରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ:-

-ବିଶ୍ଵ ଟେଷ୍ଟ ଚମ୍ପିୟାନଶିପ(ଜୁନ)

-ଭାରତ ବନାମ ଶ୍ରୀଲଙ୍କା(୩ଟି ଦିନକିଆ, ୫ଟି ଟି-୨୦)

-ଏସିୟା କପ

ଜୁଲାଇ ୨୦୨୧:-

-ଭାରତ ବନାମ ଜିମ୍ବାଵେ(୩ଟି ଦିନକିଆ ମ୍ଯାଚ)

ଜୁଲାଇ ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ:-

-ଭାରତ ବନାମ ଇଂଲଣ୍ଡ(୫ଟି ଟେଷ୍ଟ)

ଅକ୍ଟୋବର ୨୦୨୧:-

-ଭାରତ ବନାମ ଦକ୍ଷିଣ ଆଫ୍ରିକା(୩ଟି ଦିନକିଆ, ୫ଟି ଟି-୨୦)

ନଭେମ୍ବର ରୁ ଡିସେମ୍ବର ୨୦୨୧:-

-ଭାରତ ବନାମ ନ୍ୟୁଜଲାଣ୍ଡ(୨ଟି ଟେଷ୍ଟ, ୩ଟି ଟି-୨୦)

-ଭାରତ ବନାମ ଦକ୍ଷିଣ ଆଫ୍ରିକା(୩ଟି ଟେଷ୍ଟ, ୩ଟି ଟି-୨୦)

ଜାନୁୟାରୀ ରୁ ମାର୍ଚ୍ଚ ୨୦୨୨:-

-ଭାରତ ବନାମ ୱେଷ୍ଟ ଇଣ୍ଡିଜ(୩ଟି ଦିନକିଆ, ୩ଟି ଟି-୨୦)

-ଭାରତ ବନାମ ଶ୍ରୀଲଙ୍କା(୩ଟି ଟେଷ୍ଟ, ୩ଟି ଟି-୨୦)

ଏପ୍ରିଲ ରୁ ମେ ୨୦୨୨:-

– ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨

ଜୁନ ୨୦୨୨:-

-କୌଣସି ସୂଚୀ ନିର୍ଦ୍ଧାରିତ ହୋଇନାହିଁ

ଜୁଲାଇ ରୁ ଅଗଷ୍ଟ ୨୦୨୨:-

-ଭାରତ ବନାମ ଇଂଲଣ୍ଡ(୩ଟି ଦିନକିଆ, ୩ଟି ଟି-୨୦)

-ଭାରତ ବନାମ ୱେଷ୍ଟ ଇଣ୍ଡିଜ(୩ଟି ଦିନକିଆ, ୩ଟି ଟି-୨୦)

ସେପ୍ଟେମ୍ବର ୨୦୨୨:-

-ଏସୀୟା କପ (ସ୍ଥାନ ନିର୍ଦ୍ଧାରିତ ହୋଇନାହିଁ)

ଅକ୍ଟୋବର ରୁ ନଭେମ୍ବର ୨୦୨୨:-

-ଆଇସିସି ବିଶ୍ଵକପ ଟି-୨୦ ଅଷ୍ଟ୍ରେଲିଆରେ

ନଭେମ୍ବର ରୁ ଡିସେମ୍ବର ୨୦୨୨:-

ଭାରତ ବନାମ ବାଂଲାଦେଶ(୨ଟି ଟେଷ୍ଟ, ୩ଟି ଟି-୨୦)

ଭାରତ ବନାମ ଶ୍ରୀଲଙ୍କା(୫ଟି ଦିନକିଆ)

ଜାନୁୟାରୀ ୨୦୨୩:-

ଭାରତ ବନାମ ନ୍ୟୁଜଲାଣ୍ଡ(୩ଟି ଦିନକିଆ, ୩ଟି ଟି-୨୦)

ଫେବୃୟାରୀ ରୁ ମାର୍ଚ୍ଚ ୨୦୨୩:-

ଭାରତ ବନାମ ଅଷ୍ଟ୍ରେଲିଆ(୪ଟି ଟେଷ୍ଟ, ୩ଟି ଦିନକିଆ, ୩ଟି ଟି-୨୦)

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *