ରୁଟ ଏବଂ କ୍ୟାରିଙ୍କ ପ୍ରେମ କାହାଣୀ : ପେଟ ପୋଷିବା ପାଇଁ ବାରରେ କାମ କରୁଥିଲେ ରୁଟଙ୍କ ସ୍ତ୍ରୀ, ଜାଣନ୍ତୁ କିପରି ହେଲା ଇଂଲଣ୍ଡର କ୍ୟାପଟେନଙ୍କ ସହ ପ୍ରେମ

ଭାରତ ବିପକ୍ଷରେ ଦ୍ୱିଶତକ ସ୍କୋର କରିଥିବା ଇଂଲଣ୍ଡର ଚେନ୍ନାଇ ଟେଷ୍ଟରେ ଜିତିଥିବା ଜୋ ରୁଟଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କମ କୌତୁହଳପୂର୍ଣ୍ଣ ନୁହେଁ | ୩୦ ବର୍ଷୀୟ ରୁଟ ନିଜର ବିନଦାସ ଶୈଳୀ ପାଇଁ ଜଣାଶୁଣା ଅଟନ୍ତି | ରୁଟ ସର୍ବକାଳୀନ ଇଂଲଣ୍ଡର ସର୍ବଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି | ଟେଷ୍ଟ ଏବଂ ODI କ୍ରିକେଟରେ ରୁଟଙ୍କ ହାରାହାରି ୫୦ରୁ ଅଧିକ ଥାଏ | ରୁଟ ଇଂଲଣ୍ଡର ଏଭଳି ପ୍ରଥମ କ୍ରିକେଟର ଅଟନ୍ତି, ଯିଏକି ୧୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି ଏବଂ ଆଇସିସି ODI ବିଶ୍ୱକପ ବିଜେତା ଟିମର ସଦସ୍ୟ ମଧ୍ୟ ରହିଛନ୍ତି | ରୁଟଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ରୋମାଣ୍ଟିକ ରହିଛି |

ଜୋ ରୁଟ ନିଜ ଗର୍ଲଫ୍ରେଣ୍ଡ କ୍ୟାରୀ କୋଟେରେଲ ସହିତ ୨୦୧୮ ମସିହାରେ ବିବାହ କରିଥିଲେ | ରୁଟ ଏବଂ କ୍ୟାରୀ ପ୍ରଥମଥର ସେତେବେଳେ ଚର୍ଚ୍ଚାରେ ଆସିଥିଲେ, ଯେତେବେଳେ ଟି-୨୦ ବିଶ୍ୱକପ(୨୦୧୬) ଚାଲିଥିଲା | ରୁଟ ଆଣ୍ଠୁମାଡି ମୁଣ୍ଡ ନୁଆଁଇ କ୍ୟାରୀଙ୍କୁ ପ୍ରପୋଜ କରିଥିଲେ | ଏହା ପରେ ଦୁହେଁ ୨ ବର୍ଷ ପର୍ଯ୍ୟନ୍ତ ଡେଟିଂ କରିଥିଲେ |

କ୍ୟାରୀ କୋଟେରେଲ କ୍ରିକେଟକୁ ବହୁତ ଭଲ ପାଆନ୍ତି | ସେ ରୁଟଙ୍କ ପାଇଁ ଗ୍ରାଉଣ୍ଡରେ ଇଂଲଣ୍ଡର ବାର୍ମି ଆର୍ମି ସହିତ ଯାତ୍ରା ମଧ୍ୟ କରିଛନ୍ତି | କ୍ୟାରୀ କୋଟେରେଲ ଲୀଡ୍ସର ଦି ଆର୍କର ଏକ ବାରରେ କାମ କରୁଥିଲେ | ଏଠାରେ ତାଙ୍କର ଦେଖା ରୁଟଙ୍କ ସହିତ ହୋଇଥିଲା | ୟର୍କସାୟାର କାଉଣ୍ଟି କ୍ରିକେଟ ତରଫରୁ ଖେଳୁଥିବା ରୁଟ ଏହି ଅଂଚଳରେ ରହୁଥିଲେ | ରୁଟ ଏବଂ କ୍ୟାରି ପ୍ରାୟତଃ ବାରରେ ଜିନ ପିଉଥିଲେ ଏବଂ ଏକାବେଳେ ପୁଲ ଖେଳୁଥିଲେ |

ଇଂଲଣ୍ଡର କ୍ୟାପଟେନ ଜୋ ରୁଟଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି | ଗତ ବର୍ଷ ହିଁ ତାଙ୍କ ସ୍ତ୍ରୀ କ୍ୟାରି ଏକ ଝିଅକୁ ଜନ୍ମ ଦେଇଥିଲେ | ଏହାପୂର୍ବରୁ ରୁଟ ବିବାହ ନକରି ବାପା ହୋଇଥିଲେ | ରୁଟ ଏବେ କ୍ୟାରୀଙ୍କ ନିର୍ବନ୍ଧ ମାର୍ଚ୍ଚ ୨୦୧୬ ରେ ହୋଇଥିଲା | ଏହା ପରେ ଜାନୁଆରୀ ୭ ତାରିଖ ୨୦୧୭ ମସିହାରେ କ୍ୟାରି କୋଟ୍ରେଲ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ଏହି ଦମ୍ପତି ଡିସେମ୍ବର ୧ତାରିଖ ୨୦୧୮ ମସିହାରେ ବିବାହ ରୀତିନୀତି ପାଳନ କରିଥିଲେ |

ଜୋ ରୁଟ କ୍ରିକେଟ ସହିତ ନିଜ ପରିବାରକୁ ମଧ୍ୟ ବହୁତ ଗୁରୁତ୍ୱ ଦେଇଥାନ୍ତି | ଗତ ବର୍ଷ ନିଜ ଝିଅର ଜନ୍ମ ସମୟରେ ରୁଟ ପ୍ୟାଟରନିଟି ଲିଭ ନେଇଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *