ଭାରତ ବନାମ ଇଂଲଣ୍ଡ : କୋହଲିଙ୍କ ଉପରେ କ୍ରୋଧିତ ହେଲେ ଫ୍ୟାନ୍ସ,ରାହାଣେଙ୍କୁ ଅଧିନାୟକ ପଦ ଦିଅ ନଚେତ ସବୁ ମ୍ୟାଚ ହାରିବ

ଚେନ୍ନାଇରେ ଇଂଲଣ୍ଡ ଠାରୁ ହାରିବାପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଫ୍ୟାନମାନଙ୍କ ଟାର୍ଗେଟକୁ ଆସିଯାଇଛନ୍ତି । ଫ୍ୟାନମାନେ ରାହାଣେଙ୍କୁ ଅଧିନାୟକ ପଦ ଦେବାପାଇଁ ଦାବି କରୁଛନ୍ତି ।

ଭାରତୀୟ ଦଳକୁ କୋହଲିଙ୍କ ଅଧିନାୟକତ୍ୱରେ ଲଗାତାର 4ଟି ମ୍ୟାଚର ଟେଷ୍ଟ ହାରିବାକୁ ପଡିଥିଲା । ଏହାପୂର୍ବରୁ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୱେଲିଙ୍ଗଟନ ପରାଜୟର ସାମ୍ନା କରିବାକୁ ପଡିଥିଲା । ଭାରତ ବିରାଟଙ୍କ ଅଧିନାୟକତ୍ୱରେ ଖେଳାଯାଇଥିଲା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ହାରିଥିଲା ।

କୋହଲି ଆଡ଼ିଲେଡ଼ ଟେଷ୍ଟ ପରେ ପିତୃତ୍ୱ ଅବକାଶରେ ଭାରତ ଫେରିଥିଲେ ଓ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ରାହାଣେଙ୍କ ଅଧିନାୟକତ୍ୱରେ ଭାରତ ବାକି ତିନୋଟି ଟେଷ୍ଟରୁ ଦୁଇଟିରେ ବିଜୟୀ ହୋଇଥିଲା ।

ଅଷ୍ଟ୍ରେଲିଆରେ ସିରିଜ ଜିତିବାପରେ ଫ୍ୟାନ୍ସମାନେ ରାହାଣେଙ୍କୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଦେବାପାଇଁ ମାଗୁଥିଲେ। ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ହାରିବାପରେ ପୁଣିଥରେ ଫ୍ୟାନମାନେ ରାହାଣେଙ୍କୁ ଅଧିନାୟକ ପଦ ଦେବାପାଇଁ କହୁଛନ୍ତି ।

ଜଣେ ୟୁଜର ଲେଖିଥିଲେ କି, ଭାରତୀୟ କ୍ରିକେଟର ବିରାଟ କୋହଲି ଏମିତି ପ୍ରଭାବଶାଳୀ ଖେଳାଳି ଅଟନ୍ତି ଯିଏକି ଦଳରେ ଅନୁପସ୍ଥିତ ଥିବା ସମୟରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିଥିଲା କିନ୍ତୁ ସେ ସାମିଲ ହେବାପରେ ଭାରତୀୟ ଦଳକୁ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ହାରିବାକୁ ପଡିଥିଲା ।

ଆଉଜଣେ ୟୁଜର ଲେଖିଥିଲେ, ଆଜିଙ୍କ୍ୟ ରାହାଣେ ନେଟ ବୋଲର ମାନଙ୍କୁ ନେଇ ଅଷ୍ଟ୍ରେଲିଆରେ ସିରିଜ ଜିତିପାରୁଛନ୍ତି କିନ୍ତୁ ବିରାଟ ନିଜ ଦେଶରେ ଟପ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ନେଇ ହରିଯାଉଛନ୍ତି । ଯାହାକି ଅଜବ ଅଟେ ।

ଆଉଜଣେ ୟୁଜର ଲେଖିଥିଲେ, କୋହଲି ରୟାଲ ଚଲେଞ୍ଜରସ ଦଳର ଅଧିନାୟକ ଅଟନ୍ତି ଓ ତାଙ୍କ ଦଳ ସର୍ବଦା ନିମ୍ନ ସ୍ଥାନରେ ରହିଥାଏ । ସେହିପରି ଆଉଜଣେ ୟୁଜର ଲେଖିଥିଲେ, ରାହାଣେଙ୍କୁ ଅଧିନାୟକ ପଦ ଦିଆଯାଉ ନଚେତ ଭାରତ ଇଂଲଣ୍ଡ ବିପକ୍ଷରେ କ୍ଲିନ ସୁଇପ ହୋଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *